ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଅଜମେର ସରିଫ ଦର୍ଘା; ମାନସିକ କରି ୪୦୦ କିମି ଖାଲି ପାଦରେ ଚାଲି ଆସିଥିଲେ ସମ୍ରାଟ ଆକବର

Image courtesy: GNT

ନୂଆଦିଲ୍ଲୀ: ରାଜସ୍ଥାନରେ ରହିଛି ଭାରତର ଅନ୍ୟତମ ପ୍ରସିଦ୍ଧ ଦର୍ଘା ଅଜମେର ସରିଫ ଦର୍ଘା। ମାନସିକ ପୂରା କରିବା ପାଇଁ ପ୍ରାୟ ସବୁ ଧର୍ମର ଲୋକ ଏହି ଦର୍ଘାକୁ ଆସନ୍ତି। ଏହି ଦର୍ଘା ଖ୍ୱାଜା ମୁଇନୁଦ୍ଦୀନ ଚିସ୍ତୀଙ୍କୁ ସମର୍ପିତ। କୁହାଯାଏ ମୋଗଲ ସମ୍ରାଟ ଆକବର ୪୩୭ କିଲୋମିଟର ରାସ୍ତା ଖାଲି ପାଦରେ ଚାଲିଚାଲି ଏହି ଦର୍ଘାର ଦର୍ଶନ କରିବାକୁ ଆସି ପହଞ୍ଚିଥିଲେ। ଏହାପରେ ସେ ପ୍ରତି ବର୍ଷ ଅଜମେର ଦର୍ଘା ଆସୁଥିଲେ। ଆକବର ଏହି ଦର୍ଘାରେ ଅନେକ ନିର୍ମାଣକାର୍ଯ୍ୟ ମଧ୍ୟ କରାଇଛନ୍ତି। ତେବେ ଆକବର କ’ଣ ପାଇଁ ଖାଲି ପାଦରେ ଚାଲିଚାଲି ଆଜମେର ସରିଫ ଆସିଥିଲେ ଓ ଏହା ପଛର କାରଣ କ’ଣ ରହିଛି, ଜାଣନ୍ତୁ।

କୁହାଯାଏ ଆକବରଙ୍କ ଅନେକ ସନ୍ତାନଙ୍କର ଅକାଳରେ ବିୟୋଗ ହୋଇଯାଉଥିଲା। ଯେଉଁଥିପାଇଁ ସେ ଅନେକ ସମୟ ଦୁଃଖରେ ବୁଡ଼ି ରହୁଥିଲେ। ହେଲେ ପରେ ଆଜମେର ଦର୍ଘା ମାନସିକ ରଖିଥିଲେ ଆକବର। ପୁତ୍ର ସନ୍ତାନ ଜାତ ହେଲେ ଚାଲିଚାଲି ଯାଇ ଆଜମେର ଦର୍ଘାଙ୍କୁ ଦର୍ଶନ କରିବେ ବୋଲି ଆକବର ମନାସିଥିଲେ। ଏହାପରେ ଆକବରଙ୍କର ସଲ୍ଲିମ ନାମକ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମାନସିକ ପୂରା ହେବା ପରେ ଆକବର ଆଗ୍ରାଠୁ ଅଜମେର ଯାଏ ଦୀର୍ଘ ୪୩୭ କିଲୋମିଟର ରାସ୍ତା ଚାଲିଚାଲି ଯାଇ ଦର୍ଶନ କରିବା ସହ ଦାନ ଧର୍ମ ମଧ୍ୟ କରିଥିଲେ। 

ଆକବର ଆଗରୁ ଆଜମେର ଯିବାଆସିବା କରୁଥିଲେ। କିନ୍ତୁ ପୁଅ ଜନ୍ମ ହେବା ପରେ ଏହି ଯିବାଆସିବା ଅନେକ ପରିମାଣରେ ବଢ଼ି ଯାଇଥିଲା। ଆକବର ଦର୍ଘାକୁ ଅନେକ ଦାନ ଦେଇଥିଲେ। ତେବେ ୧୫୬୮ରେ ଆକବର ଦର୍ଘାକୁ ଏକ ଲୁହା କଡ଼େଇ ଦାନ କରିଥିଲେ। ଏହା ଏତେ ବଡ଼ଥିଲା ଯେ ଏଥିରେ ରୋଷେଇ କଲେ ଏକା ସହିତ ହଜାରହଜାର ଲୋକ ଖାଇପାରୁଥିଲେ। ଏହି କଡ଼େଇରେ ଏକା ଥରକେ ପ୍ରାୟ ୪୫ କ୍ୱିଣ୍ଟାଲର ଖାଦ୍ୟ ରୋଷେଇ କରାଯାଇ ପାରୁଥିଲା। ଚାଉଳ, ଘିଅ, ଚିନି, କେଶର ଓ ଶୁଖିଲା ଖୁଆକୁ ମିଶେଇ ମିଠା ଚାଉଳ ପ୍ରସାଦ ରୁପେ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ଏହି କଡ଼ଇ କାମରେ ସିନା ଲାଗୁନି ହେଲେ ଆଜମେର ଦର୍ଘାରେ ରହିଛି। 

ସୁଫି ସନ୍ଥ ଖ୍ୱାଜା ମୁଇନୁଦ୍ଦୀନ ଚିସ୍ତୀଙ୍କ ଜନ୍ମ ଫ୍ରେବୃୟାରି ୧, ୧୧୪୩ରେ ଆଫିଗାନିସ୍ତାନର ହୈରାତ ଅଞ୍ଚଳର ଚିସ୍ତୀ ସରିଫରେ ହୋଇଥିଲା। ଖ୍ୱାଜା ସୁଲତାନ ଇଲତୁତମିସଙ୍କ ସମୟରେ ଭାରତ ଆସିଥିଲେ। ତାଙ୍କର ମାନବ ସମାଜକୁ ନେଇ ଯେଉଁ ଦୃଷ୍ଟିଭଙ୍ଗୀ ରହିଥିଲା ତା ପାଇଁ ସେ ପ୍ରାୟ ସବୁ ଧର୍ମର ଲୋକ ମାନଙ୍କ ମଧ୍ୟରେ ବହୁ ପ୍ରସିଦ୍ଧି ଲାଭ କରିଥିଲେ। 

ଆଫଗାନିସ୍ତାନରୁ ଆସିବା ପରେ ଖ୍ୱାଜା ମୁଇନୁଦ୍ଦୀନ ଚିସ୍ତୀ ନିଜର ଶେଷ ନିଃଶ୍ୱାସ ଯାଏ ଅଜମେରରେ ରହିଯାଇଥିଲେ। ୧୫ ମାର୍ଚ୍ଚ ୧୨୩୬ରେ ୯୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଥିଲା। ଖ୍ୱାଜାଙ୍କ ସ୍ମୃତିରେ ମୋଗଲ ଶାସକ ହୁମାୟୁଁ ଏହି ଦର୍ଘାର ନିର୍ମାଣ କରାଇଥିଲେ। ଦର୍ଘାର ଅଗଣାରେ ଖ୍ୱାଜାଙ୍କ କବର ରହିଛି। ତାଙ୍କ ମୃତ୍ୟୁଦିନାଙ୍କରେ ତାଙ୍କ ସ୍ମୃତିରେ ଉରୁସ ପର୍ବ ପାଳନ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.