ପ୍ରମୂଖ ଖବର
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୋନପୁର- ବଲାଙ୍ଗୀର ହରଡ଼ଖୋଲ ଛକ ନିକଟରେ ଓଲଟିଲା ବାଜା ଗାଡ଼ି: ୨ ମୃତ, ୨୫ ଗୁରୁତର
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ପାଳନ ହେବାକୁ ଯାଉଛି ମହାକୁମ୍ଭ; କୁମ୍ଭ, ମହାକୁମ୍ଭ ଓ ଅର୍ଦ୍ଧକୁମ୍ଭ କଣ ଜାଣନ୍ତୁ

Published By : Bijay Swain | November 30, 2024 11:56 PM

Image Courtesy: BBC, kiomoi

ପ୍ରୟାଗରାଜ: ଭାରତ ହେଉଛି ଋଷିମୁନିଙ୍କ ଦେଶ। ଏଠି ପ୍ରତିଦିନ କିଛି ନା କିଛି ପର୍ବପର୍ବାଣୀ ପାଳନ ହୁଏ। କିଛି ଏମିତି ଲେଖା ଦେଖିବାକୁ ମିଳେ ଭରତ ମୁନିଙ୍କ ରଚିତ ଭରତକୋଶ ବହିରେ। ଭାରତର ପରମ୍ପରା  ଓ ଭାରତୀୟ ସଂସ୍କୃତି ଏତେ ଗରିଷ୍ଠ ଯେ ଭାରତର କୋଣ ଅନୁକୋଣରେ ପ୍ରାୟ ସବୁ ସମୟରେ ପର୍ବପର୍ବାଣୀ ପାଳନ ହୋଇଥାଏ। ତେବେ ଭାରତର ପ୍ରତିଟି କ୍ଷେତ୍ରରେ ଲୋକସଂସ୍କୃତି ଭିନ୍ନଭିନ୍ନ ହୋଇଥିଲା ବେଳେ ଏଭଳି ଅନେକ ପର୍ବପର୍ବାଣୀ ଅଛି ଯାହାକୁ ଦେଶର ପ୍ରତିଟି ଲୋକ ପାଳନ କରିଥାନ୍ତି । 

କୁମ୍ଭମେଳାକୁ ଭାରତର ଏକ ବଡ ଗଣପର୍ବ ଭାବେ ପରିଗଣନା କରାଯାଇଥାଏ। ପୂର୍ବଜନ୍ମ ପରଜନ୍ମ ସହ ନିଜର ପୂର୍ବଜ ମାନଙ୍କୁ ଏହି ମହାନ ପର୍ବ ସମର୍ପିତ ହୋଇଥିବାରୁ ଭାରତର କୋଣଅନୁକୋଣରୁ ଲୋକ ଏହି ଉତ୍ସବରେ ଯୋଗଦେବାକୁ ଧାଇଁ ଆସିଥାନ୍ତି। ମହାକୁମ୍ଭ ଦୁନିଆର ସବୁଠୁ ବଡ ଧାର୍ମିକ ପର୍ବ ଭାବେ ପରିଗଣିତ ହୋଇଥାଏ। ଏଥରର ମହାକୁମ୍ଭ ଉତ୍ତରପ୍ରଦେଶର ପ୍ରୟାଗରାଜରେ ସଂଗଠିତ ହେବାକୁ ଯାଉଛି। ଯାହା ଆସନ୍ତା ୨୦୨୫ଜାନୁଆରୀ ୧୩ରୁ ଆରମ୍ଭ ହୋଇ ୨୦୨୫  ଫେବୃଆରୀ ୨୬ରେ ସରିବ। 

ପ୍ରାୟ ୩୦ରୁ ୪୫ଦିନ ଯାଏ ହେବାକୁ ଥିବା ଏହି ମହାକୁମ୍ଭ ମେଳା ହିନ୍ଦୁ ମାନଙ୍କ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ମହତ୍ତ୍ୱ ରଖିଥାଏ। ମହାକୁମ୍ଭ ମେଳା ୧୪୪ ବର୍ଷ ପରେ ପୁଣି ଏହି ବର୍ଷ ଆୟୋଜିତ ହେବାକୁ ଯାଉଛି। ତେବେ କିଛି ବର୍ଷ ପୂର୍ବରୁ ହରିଦ୍ୱାରରେ ଏହି କୁମ୍ଭମେଳା ଆୟୋଜିତ ହୋଇଥିଲା। ଏହା ପୂର୍ବରୁ ଅର୍ଦ୍ଧ କୁମ୍ଭମେଳା ମଧ୍ୟ ଆୟୋଜିତ ହୋଇଥିଲା। ତେବେ ସାଧାରଣରେ ପ୍ରଶ୍ନ ଆସେ କୁମ୍ଭ, ମହାକୁମ୍ଭ ଓ ଅର୍ଦ୍ଧକୁମ୍ଭ ଆଦି ସବୁ ପର୍ବ ଅଲଗା ଅଲଗା ନା ଗୋଟିଏ ପର୍ବ। ତେବେ ଚାଲନ୍ତୁ ଏହା ଉପରେ ବିସ୍ତୃତ ଭାବେ ନଜର ପକାଇବା। 

ମହାକୁମ୍ଭ ପଛରେ ଏକ ପୌରାଣିକ କାହାଣୀ ରହିଛି। ଦେବତା ଓ ଅସୁର ମାନେ ମିଶି ସମୁଦ୍ର ମନ୍ଥନ କରି ଅମୃତ ବାହାର କରିଥିଲେ। ଅମୃତକୁ ନିଜର କରିବା ଲାଗି ଉଭୟ ରାକ୍ଷାସ ଓ ଦେବତା ମାନଙ୍କ ଭିତରେ ୧୨ ଦିନ ଯାଏ ଲଢେଇ ଲାଗି ରହିଥିଲା। କୁହାଯାଏ ଦେବତା ଓ ରାକ୍ଷାସ ମାନଙ୍କ ଏହି ଲଢ଼େଇ ମଣିଷ ମାନଙ୍କ ୧୨ ବର୍ଷ ସହ ସମାନ। ଏହି କାରଣରୁ ପ୍ରତି ୧୨ଵବର୍ଷରେ ଥରେ କୁମ୍ଭମେଳା ମନା ଯାଇଥାଏ। 

ଅମୃତକୁ ରାକ୍ଷସ ମାନଙ୍କ ହାବୁଡରୁ ବଞ୍ଚାଇବା ପାଇଁ ଭଗବାନ ବିଷ୍ଣୁ ଅମୃତ ପାତ୍ରକୁ ଗରୁଡକୁ ଦେଇଦେଇଥିଲେ। ଗରୁଡ ଆକାଶ ବକ୍ଷରେ ଉଡିଯାଉଥିବା ସମୟରେ ଏହି ଅମୃତ ପାତ୍ରରୁ କିଛି ବୁନ୍ଦା ପୃଥିବୀର ପ୍ରୟାଗରାଜ, ନାସିକ, ହରିଦ୍ବାର ଓ ଉଜୈନରେ ପଡିଥିଲା। ଏହି କାରଣ ଯୋଗୁଁ ଉକ୍ତ ଚାରି ସ୍ଥାନରେ କୁମ୍ଭର ଆୟୋଜନ କରାଯାଇଥାଏ। 

ମହାକୁମ୍ଭ

ଏହି ଥର ପ୍ରୟାଗରାଜଠାରେ ମହାକୁମ୍ଭର ଆୟୋଜନ କରାଯାଉଛି। ମହାକୁମ୍ଭ ପ୍ରତି ୧୪୪ ବର୍ଷରେ ଥରେ ପାଳନ କରାଯାଇଥାଏ। ମହାକୁମ୍ଭକୁ କେବଳ ପ୍ରୟାଗରାଜଠାରେ ହିଁ ପାଳନ କରାଯାଏ। ଭାରତର ଅନ୍ୟ କୌଣସି ସ୍ଥାନରେ ମହାକୁମ୍ଭ ପାଳନ କରାଯାଇନଥାଏ।

ପ୍ରତି ୧୨ ବର୍ଷରେ ଥରେ ପୂର୍ଣ୍ଣକୁମ୍ଭ ପଡିଥାଏ। ୧୨ ଟି ପୂର୍ଣ୍ଣକୁମ୍ଭ ପରେ ଗୋଟିଏ ମହାକୁମ୍ଭର ଆୟୋଜନ କରାଯାଇଥାଏ। ଅନ୍ୟ ସମସ୍ତ କୁମ୍ଭମେଳା ଅପେକ୍ଷା ମହାକୁମ୍ଭର ମହତ୍ତ୍ୱ ସବୁଠୁ ଅଧିକ ବୋଲି ଗ୍ରହଣ କରାଯାଇଥାଏ। 

ପୂର୍ଣ୍ଣକୁମ୍ଭ

ମହାକୁମ୍ଭ ପରେ ପୂର୍ଣ୍ଣକୁମ୍ଭ ଆସିଥାଏ। ଏହି କୁମ୍ଭମେଳା ପ୍ରତି 12୧୨ ବର୍ଷରେ ଥରେ ପଡିଥାଏ। ଏହି କୁମ୍ଭମେଳାକୁ ପ୍ରୟାଗରାଜ, ନାସିକ, ହରିଦ୍ବାର ଓ ଉଜୈନରେ ପାଳନ କରାଯାଇଥାଏ। ଗ୍ରହ ଚଳନକୁ ନେଇ ଏହାକୁ କେଉଁ ସ୍ଥାନରେ ଆୟୋଜନ କରାଯିବ ତାହା ସ୍ଥିର କରାଯାଇଥାଏ। 

ଅର୍ଦ୍ଧକୁମ୍ଭ

ଅର୍ଦ୍ଧକୁମ୍ଭ ମଧ୍ୟ ହିନ୍ଦୁଧର୍ମରେ ଅନେକ ମହତ୍ତ୍ୱ ବହନ କରିଥାଏ। ଅର୍ଦ୍ଧକୁମ୍ଭକୁ ପ୍ରତି ୬ ବର୍ଷରେ ଥରେ ପାଳନ କରାଯାଇଥାଏ। ଅର୍ଦ୍ଧକୁମ୍ଭ ପ୍ରୟାଗରାଜ ଓ ହରିଦ୍ୱାରରେ ପାଳନ କରାଯାଇଥାଏ। ଅର୍ଦ୍ଧକୁମ୍ଭ ଛଡା ଆଉ ଏକ କୁମ୍ଭମେଳା ମଧ୍ୟ ହୁଏ। ଏହି କୁମ୍ଭମେଳା ପ୍ରତି ୩ବର୍ଷରେ ଥରେ ପଡିଥାଏ। 

ପ୍ରୟାଗରାଜରେ ହେବାକୁ ଥିବା କୁମ୍ଭମେଳା ୨୦୨୫ ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫ୍ରେବୃୟାରୀ ୨୫ ଯାଏ ଚାଲିବ। ଏହି କୁମ୍ଭମେଳାରେ ମକର ସଂକ୍ରାନ୍ତି, ମୀନ ଅମାବାସ୍ୟା, ବସନ୍ତ ପଞ୍ଚମୀ, ମାଘ ପୂର୍ଣ୍ଣମୀ ଓ ମହାଶିବରାତ୍ରୀରେ ମହାସ୍ନାନ କରିବେ ଲକ୍ଷଲକ୍ଷ ଭକ୍ତ। ଏହି ମହାସ୍ନାନର ଅନେକ ମହତ୍ତ୍ୱ ରହିଛି ବୋଲି ମାନ୍ୟତା ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.