ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

୧୧୭ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ସିବିଆଇର ବଡ଼ ଅପରେସନ୍, ଦିଲ୍ଲୀ ସମେତ ୧୦ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ସିବିଆଇ ଚଢାଉ। ୧୧୭ କୋଟି ଟଙ୍କାର ଆନ୍ତର୍ଜାତୀୟ ସାଇବର ଠକେଇ ମାମଲାରେ ୧୦ଟି ସ୍ଥାନରେ ଚଢାଉ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ଗୃହମନ୍ତ୍ରଣାଳୟର ସାଇବର କ୍ରାଇମ୍ କୋଅର୍ଡିନେସ୍‌ ସେଣ୍ଟର(I4C)କୁ ମିଳିଛି। ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ମାମଲାର ତଦନ୍ତ କରାଯାଉଛି।

ଏଫଆଇରେ ଅଭିଯୋଗ ରହିଛି ଯେ, ଅଜ୍ଞାତ ସଂଗଠିତ ସାଇବର ଅପରାଧି ଓ ବିଦେଶୀ ତତ୍ତ୍ବ   ଭାରତରେ ସଂଗଠିତ ଆର୍ଥିକ ଠକେଇ ପଛରେ ରହିଛି। ସିବିଆଇ ମୁଖପାତ୍ରଙ୍କ କହିବା ଅନୁସାରେ, ତଦନ୍ତ ବେଳେ ସାମନାକୁ ଆସିଛି ଯେ, ବିଦେଶରେ ସକ୍ରିୟ ଠକ ଡିଜିଟାଲ ଫ୍ଲାଟଫର୍ମ ଭଳି ଓ୍ବେବସାଇଟ୍, ହ୍ବାଟସଆପ୍‌ ଓ ଟେଲିଗ୍ରାମ୍‌ର ବ୍ୟବହାର କରି ଭାରତୀୟ ନାଗରିକଙ୍କୁ ଟାର୍ଗେଟ କରୁଚନ୍ତି। ଏହି ଲୋକ ପାର୍ଟ-ଟାଇମ୍ ଜବ, ଟାସ୍କ ଆଧାରିତ ଫ୍ରଡ୍ ଓ ପ୍ରାରମ୍ଭିକ ନିବେଶ ଉପରେ ଉଚ୍ଚ ରିଟର୍ଣ୍ଣର ମିଥ୍ୟା ପ୍ରତିଶୃତି ଦେଇ ଳୋକଙ୍କୁ ଫଶାଉଛନ୍ତି।’

ପୀଡିତଙ୍କ ଦ୍ବାରା ଜମା କରାଯାଇଥିବା ଧନରାଶିକୁ ‘ମ୍ୟୁଲ ଆକାଉଣ୍ଟ’ର ନେଟଓ୍ବର୍କ ଜରିଆରେ ତୁରନ୍ତ ଟ୍ରାନ୍ସଫର କରି ଦିଆଯାଉଛି। ଫଳରେ ଟଙ୍କାର ସ୍ରୋତ ବିଷୟରେ ଯେପରି ଜଣାନପଡିବ। ଚଢାଉ ବେଳେ ଗୁରଗ୍ରାମରଦୁଇ ଓ ରାଜଧାନୀ ଦିଲ୍ଲୀର ବହୁ ସ୍ଥାନ‌ରେ କାର୍ଯ୍ୟନୁଷ୍ଠାନ କରାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.