ନୂଆଦିଲ୍ଲୀ,୪।୧୨: ପ୍ରଥମ ଥର ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ନିକଟରେ ସେ କେରଳ ଓ୍ବାଇନାଡ୍ ଆସନରୁ ହୋଇଛନ୍ତି ନିର୍ବାଚିତ। ଲୋକସଭାରେ ତାଙ୍କୁ ୫୧୭ ନମ୍ବର ସିଟ୍ ଆଲର୍ଟ କରାଯାଇଛି। ତେବେ ବୁଧବାର ପ୍ରିୟଙ୍କା ଯେତେବେଳେ ସଂସଦରେ ପହଁଞ୍ଚିଥିଲେ ସେଠାରେ କିଛି ମହିଳା ସାଂସଦ ତାଙ୍କୁ ଘେରିଯାଇ କଥା ହୋଇଥିଲେ। ହାତ ମିଳାଇବା ସହ ସଂସଦ ପରିସରରେ ମହିଳା ସାଂସଦମାନେ ପ୍ରିୟଙ୍କାଙ୍କୁ ‘ଜୟ ଶ୍ରୀ ରାମ’ କହିଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସମୟର ଭିଡିଓ ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ସଂସଦ ପରିସରରେ ପ୍ରିୟଙ୍କାଙ୍କୁ ଭେଟୁଛନ୍ତି। ଯେତେବେଳେ ପ୍ରିୟଙ୍କା ତାଙ୍କ ସହ ହାତ ମିଳାଉଛନ୍ତି, ସେ ଏହି ସମୟରେ ଜୟ ଶ୍ରୀରାମ କହୁଛନ୍ତି। ଏହାର ଜବାବ୍ ପ୍ରିୟଙ୍କା ପ୍ରଥମେ ‘ଜୟ ହିନ୍ଦ’ରେ ଜବାବ୍ ଦେଇଥିଲେ। ତା ପରେ କହିଥିଲେ, ଶୁଣନ୍ତୁ ଆମେ ଯେତେବେଳେ ମହିଳା ତେଣୁ ଜୟ ‘ସୀୟାରାମ୍’ କହିବା। ସୀତାଙ୍କ ନାଁ ନେବା ଛାଡନ୍ତୁ ନାହିଁ। ପ୍ରିୟଙ୍କା ଏହା କହିବା ପରେ ମହିଳା ସାଂସଦମାନେ ମଧ୍ୟ ହସିଦେଇଥିଲେ।
“जय सियाराम 🙏
— Supriya Shrinate (@SupriyaShrinate) December 4, 2024
हम महिलायें हैं, सीता को मत छोड़ो”
महिला सांसदों के जय श्रीराम अभिवादन का जवाब @priyankagandhi जी ने उस माँ सीता की याद दिला कर दिया, जिनके बिना भगवान राम का नाम अधूरा है”
👏👏👏 pic.twitter.com/Dt2uF7hLga
କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ସହ କଂଗ୍ରେସ ନେତାମାନେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ପ୍ରିୟାଙ୍କାଙ୍କ ପ୍ରଶଂସା କରି ସୁପ୍ରିୟା କହିଛନ୍ତି, ’ଜୟ ସିୟାରାମ୍’, ଆମେ ମହିଳା। ସୀତାଙ୍କୁ ଛାଡନ୍ତୁ ନାହିଁ। ମହିଳା ସାଂସଦଙ୍କ ଜୟ ଶ୍ରୀରାମ୍ ଅଭିବାଦନର ଜବାବରେ ପ୍ରିୟଙ୍କା ତାଙ୍କୁ ସୀତା ମାତାଙ୍କୁ ମନେପକାଇ ଦେଇଥିଲେ, ଯାହାଙ୍କ ବିନା ଭଗବାନ ରାମଙ୍କ ନାଁ ଅଧୁରା।’