ନୂଆଦିଲ୍ଲୀ,୦୪/୧୨: ଭୂକମ୍ପରେ ଥରିଲା ୩ ରାଜ୍ୟ । ଆଜି ସକାଳେ ୩ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ସେହିପରି ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ଉତ୍ତରପ୍ରଦେଶ ଏବଂ ଓଡିଶାରେ ମଧ୍ୟ ମୃଦୁ ଅନୁଭୂତ ହୋଇଛି ଭୂମିକମ୍ପ ।ଏନେଇ ଲୋକେ ଭୟଭୀତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି ।
ସେହିପରି ତେଲେଙ୍ଗାନାର ମୁଲୁଗ ଜିଲ୍ଲା ଓ ଛତିଶଗଡରେ ଭୂମିକମ୍ପ ହୋଇଛି। ଯାହାର ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରହିଥିଲା। ଛତିଶଗଡର ବିଜାପୁର, ସୁକମା ଏବଂ ଜଗଦଲପୁରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଜାପୁରର ସମସ୍ତ ଚାରିଟି ବ୍ଲକରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ପ୍ରକାଶ ଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ପୃଥିବୀର ୩ ଟି ଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳୁ ଉତ୍ତର ଫିଲିପାଇନ୍ସରେ ଏକ ଭୂମିକମ୍ପ ହୋଇଛି । ୟାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରହିଥିଲା । ସେହିପରି ଆଫ୍ରିକାର ଦକ୍ଷିଣ-ପଶ୍ଚିମ ଓ ଗୁଆମ ଦେଶରେ ମଧ୍ୟ ଭୂମିକମ୍ପ ହୋଇଥିଲା । ଯାହା ରିକ୍ଟର ସ୍କେଲରେ ତୀବ୍ରତା ୪.୯ ଓ ୫ ରହିଥିଲା ।