ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରାଜ୍ୟରେ ପ୍ରଚଣ୍ଡ ତାତି ସାଜୁଛି ଘାତକ: ଜୁନ୍‌ରେ ବହିବ ଗ୍ରୀଷ୍ମପ୍ରବାହ, ଆହୁରି ୨ ଦିନ ଜାଳିବ

ଭୁବନେଶ୍ୱର,୦୧/୦୬: ରାଜ୍ୟରେ ପ୍ରଚଣ୍ଡ ତାତି ଦିନକୁ ଦିନ ଘାତକ ହେଉଛି । ଅସହ୍ୟ ଗୁଳୁଗୁଳି ବି ବିପଦ ପାଲଟିଛି । କିଏ ଗାଁ ଛକରେ ବସିଥିବା ବେଳେ ତଳେ ପଡ଼ିଯାଉଛି ତ’ ଆଉ କେଉଁଠି ଗାଡ଼ି ଚଲାଉଥିବା ଡ୍ରାଇଭର ଷ୍ଟିଅରିଂ ଉପରେ ମୁହଁ ମାଡ଼ି ପଡୁଛି । ତାତି ଓ ଗୁଳୁଗୁଳିର ଏଭଳି ଭୟଙ୍କର ରୂପ ନେଇଛି ଯେ, ଦୁଇ ଦିନରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଛି ।

ଗତକାଲି ୨୪ ଘଣ୍ଟାରେ ୩୨ଜଣଙ୍କ ଅଂଶୁଘାତ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । ଶୁକ୍ରବାର ଆଉ ୩୧ଜଣ ଅଂଶୁଘାତରେ ଟଳି ପଡ଼ିଛନ୍ତି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରୁ ଏଭଳି ଗଦା ଗଦା ଅଘଟଣ ଖବର ଆସି ପହଞ୍ଚିଲାଣି । 

ଶୁକ୍ରବାର ରାଉରକେଲାରେ ୬, ରାଜଗାଙ୍ଗପୁରରେ ୨ ଓ ସୁନ୍ଦରଗଡ଼ରୁ ଜଣେ ଓ ବଡ଼ଗାଁରେ ଜଣକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ସୁନ୍ଦରଗଡ଼ରୁ ମୋଟ ୧୦ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ବରଗଡ଼ରେ ୫ଜଣଙ୍କ ଅଂଶୁଘାତଜନିତ ମୁୃତ୍ୟୁ ଖବର ମିଳିଛି । 

ସମ୍ବଲପୁରରୁ ୮ଜଣ, ଝାରସୁଗୁଡ଼ାରୁ ୩ଜଣ, କେନ୍ଦୁଝରରେ ୩ଜଣ, ଅନୁଗୁଳରେ ୪ଜଣ ବଲାଙ୍ଗୀରରୁ ୧, ସୋନପୁରରେ ୧, କଳାହାଣ୍ଡିରେ ଜଣେ, ନୂଆପଡ଼ାରୁ ୨ ଓ ବୌଦ୍ଧରୁ ଜଣକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସି ପହଞ୍ଚିଛି । ତେବେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ଏହି ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ କରିନାହାନ୍ତି ।

ଗତକାଲି ୩୨ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । ତେବେ ସୁନ୍ଦରଗଡ଼ରେ ୧୨ ଓ ଝାରସୁଗୁଡ଼ାରେ ୬ଜଣଙ୍କର ହୋଇଥିବା ଅସ୍ୱାଭାବିକ ମୃତ୍ୟୁର କାରଣ ଜାଣିବା ପାଇଁ ଏକ କମିଟି ଗଠନ କରାଯାଇଛି । 

ଏସ୍‌ଆରସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ଗଢ଼ା ଯାଇଥିବା କମିଟି ମୃତ୍ୟୁର ଅନୁସନ୍ଧାନ କରିବ । ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ମାତ୍ର ୬ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ବାଲେଶ୍ୱର, ବଲାଙ୍ଗୀର, ଢ଼େଙ୍କାନାଳ, ମୟୂରଭଞ୍ଜ, ସୋନପୁର ଓ ବରଗଡ଼ରୁ ଜଣେ ଲେଖାଏଁ ଅଂଶୁଘାତରେ ପ୍ରାଣ ହରାଇଛନ୍ତି ବୋଲି ଏସ୍‌ଆରସିଙ୍କ ସୂତ୍ରରୁ ସୂଚନା ମିଳିଛି । 

ଆଗକୁ ବି ତାତିରୁ ନିସ୍ତାର ମିଳିବାର ସମ୍ଭାବନା କ୍ୱଚିତ୍‌ । ଦୁଇ ଦିନ ଯାଏ ପଶ୍ଚିମ ଓଡ଼ିଶାରେ ତାତି ଉପରମୁହାଁ ହୋଇ ରହିବ । ଶନିବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୨ଡିଗ୍ରୀ ଉପରେ ରହିବ । ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୫ ଡିଗ୍ରୀ ଛୁଇଁବ। ୨ ଓ ୩ ତାରିଖରେ ବି ତତଲା ହେବ ପଶ୍ଚିମ । ୩ରେ ରାଉରକେଲା ଓ ଦେବଗଡ଼ ଭଳି କିଛି ସ୍ଥାନରେ ତାତି କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଜୁନ୍‌ ମାସରେ ତାତିରୁ ରକ୍ଷା ମିଳିବନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଅନୁସାରେ, ଜୁନ୍‌ ୫ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବା ସମ୍ଭାବନା ଅଛି ।   କିନ୍ତୁ ଜୁନ୍‌ ୬ ତାରିଖରୁ ୧୨ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବହିବାର ସମ୍ଭାବନା ୩୪ରୁ ୬୭% । 

ସେପଟେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳୁଗୁଳି ଜାରି ରହିଛି । ଶୁକ୍ରବାର ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ ସବୁଠୁ ତତଲା ସହର ପାଲଟିଥିଲା । ରାଜ୍ୟରେ ଏଭଳି ଅସମ୍ଭାଳ ତାତିକୁ ଦେଖି ଏସ୍‌ଆରସି ସତର୍କତା ଜାରି କରିଛନ୍ତି । ୧୧ଟାରୁ ୩ଟା ଯାଏ କେହି ବାହାରକୁ ଯାଉଥିଲେ ସତର୍କ ହେବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ କୌଣସି ଶ୍ରମିକଙ୍କୁ ବାହାରେ କାମରେ ନିୟୋଜିତ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଆରସି କହିଛନ୍ତି। ଅସୁସ୍ଥ, ବୟସ୍କ ଓ ଶିଶୁମାନେ ଏ ସମୟରେ ବାହାରକୁ ନ ବାହାରିବାକୁ କୁହାଯାଇଛି । ଖରା ବା ତାତିଠାରୁ ଦୂରେଇ ରହିବା ସହ ପ୍ରଚୁର ମାତ୍ରାରେ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । 

ଶୁକ୍ରବାର ଦିନ ସାଢ଼େ ୧୧ଟାରେ ଝାରସୁଗୁଡ଼ାରେ ୫୧ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । ସେବେ ତାତି ୪୨.୨ ଡିଗ୍ରୀ ରହିଥିଲା, କିନ୍ତୁ ଆର୍ଦ୍ରତା ୩୫% ଥିଲା । ଏଥିପାଇଁ ତାତି ୫୧ ଡିଗ୍ରୀ ଭଳି ଲାଗୁଥିଲା । ସେ ସମୟରେ ସମ୍ବଲପୁରରେ ତାତି ୫୦ଡିଗ୍ରୀ ଭଳି ଅନୁଭୂତ ହେଉଥିଲା । ଅଧିକ ଆର୍ଦ୍ରତା ଯୋଗୁ ହୀରାକୁଦରେ ୫୧, ରାଉରକେଲାରେ ୪୫, ଗୋପାଳପୁରରେ ୫୫, ପୁରୀରେ ୫୧, ଭୁବନେଶ୍ୱରରେ ୪୯, କେନ୍ଦୁଝରରେ ୪୬, ପାରାଦୀପରେ ୫୧, ଚାନ୍ଦବାଲିରେ ୫୩ ଓ ବାଲେଶ୍ୱରରେ ୪୭ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା ।

  

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.