ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କେରଳର ଏହି ସହରରେ ପାନୀୟ ଜଳ ସମସ୍ୟା ,ସ୍କୁଲ-କଲେଜରେ ଛୁଟି ଘୋଷଣା କଲେ ପ୍ରଶାସନ

କୋଚ୍ଚି – ପାନୀୟ ଜଳର ଅଭାବକୁ ନେଇ କେରଳରେ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ସହରରେ ଜଳପୂର୍ତ୍ତିରେ ବିଳମ୍ୱ କାରଣରୁ ତିରୁଅନନ୍ତପୁରମ୍‌ରେ ସୋମବାର ଶୈକ୍ଷଣିକ ପ୍ରତିଷ୍ଠାନ ଗୁଡ଼ିକରେ ଛୁଟି ଘୋଷଣା କରିଦିଆ ଯାଇଛି। ମେଲରନୁରରେ ମୁଖ୍ୟ ଟ୍ରାନ୍ସିମିଶନ ଲାଇନ୍‌ରେ ସମସ୍ୟା କାରଣରୁ ଏଠାର ୪୦ଟି ୱାର୍ଡରେ ଘର ଓ ବିଜନେସ ହାଉସ୍‌ ଗୁଡ଼ିକରେ ଗତ ୪ଦିନ ହେବ ଲୋକେ ଚିନ୍ତାରେ। କେରଳ ଜଳ ପ୍ରାଧିକରଣ (କେଡବ୍ଲ୍ୟୁଏ) ଦ୍ୱାରା ପାନୀୟ ଜଳର ସପ୍ଲାଇ ଗତ ୪ ଦିନରୁ ବନ୍ଦ ରହିଛି।

ସୂଚନା ମୁତାବିକ ,ତିରୁଅନନ୍ତପୁରମ୍‌-ନାଗରକୋଇଲ ରେଲୱେ ଲାଇନ୍‌ରେ ଚାଲୁଥିବା କାମ କାରଣରୁ ଜଳର ପାଇପଲାଇନ୍‌ର ଆଲାଇନମେଣ୍ଟକୁ ବଦଳାଇକୁ ପଡ଼ିଛି।

ସୋମବାର ସକାଳେ ପାନୀୟଜଳ ସପ୍ଲାଇର ପମ୍ପିଙ୍ଗ ଆରମ୍ଭ ହେବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ସହରର ସ୍କୁଲ ଗୁଡ଼ିକ ସହ ସବୁ ଶୈକ୍ଷଣିକ ସଂସ୍ଥା ପାଇଁ ଛୁଟି ଘୋଷଣା କରି ଦେଇଛନ୍ତି। ସୋମବାର ସ୍କୁଲ ଗୁଡ଼ିକରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବନ୍ଦ ସ୍ଥଗିତ କରିଦିଆ ଯାଇଛି। ସୋମବାର ଦ୍ୱିପ୍ରହର ସୁଦ୍ଧା କୋଚ୍ଚିର ଅନେକ ଅଞ୍ଚଳରେ ପାଣି ମିଳିବା ଆରମ୍ଭ ହୋଇ ଯାଇଛି, ହେଲେ ଉଚ୍ଚ ଅଞ୍ଚଳରେ ଏବେ ବି ଜଳ ସମସ୍ୟା ଲାଗି ରହିଛି। ଜଳ ମିଳୁ ନାହିଁ। ଏହି ମଧ୍ୟରେ କଂଗ୍ରେସର ଛାତ୍ର ସଙ୍ଗଠନ ୟୁଥ୍‌ କଂଗ୍ରେସ ଓ କେଏସୟୁ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିଛନ୍ତି। 

ଅଧିକାରୀଙ୍କ ମୁତାବିକ , ଗୁରୁବାର ମରାମତି କାମ ଆରମ୍ଭ ହୋଇଛି ଏବଂ ୪୮ ଘଣ୍ଟା ଭିତରେ ଶେଷ ହେବାର ଆଶା ଥିଲା। କିନ୍ତୁ ସ୍ଲୁଇସ ଭାଲଭ୍‌ରେ ତ୍ରୁଟି କାରଣରୁ କାମ ସରିବାରେ ବିଳମ୍ୱ ଘଟିଛି, ଯେଉଁଥିପାଇଁ ରାଜଧାନୀର ବୃହତ୍ତ ଭାଗରେ ପାଣି ପହଞ୍ଚି ପାରିନି। ରବିବାର ପୂରା ଦିନ ନଗର ନିଗମ ଓ କେଡବ୍ଲ୍ୟୁଏ ଦ୍ୱାରା ଟ୍ୟାଙ୍କର ଚଲା ଯାଇଛି, କିନ୍ତୁ ସପ୍ଲାଇକୁ ପୂରା କରାଯାଇ ପାରି ନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.