ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଲଗାଣ ବର୍ଷା ପାଇଁ ଭୁଶୁଡ଼ିଲା ଚାଳ ଛପର, ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ

ନୀଳଗିରି,୨୬/୦୯: ଦୁଇ ଦିନଧରି ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇଥିବା ବେଳେ ଆଦିବାସୀ ବହୁଳ ଅଞ୍ଚଳରେ ଥିବା ଚାଳଛପର ଭୁଶୁଡି ପଡିଛି । ଫଳରେ ବାସହୀନ ହୋଇପଡ଼ିଛନ୍ତି ଉମେଶ ସିଂ ଏବଂ ତାଙ୍କ ପରିବାର । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଚଲଣାପାଳ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଚଲଣାପାଳ ଗ୍ରାମର ଉମେଶ ସିଂ ଏକ ଚାଳ ଛପର ତଳେ ରହୁଥିଲେ । ଲଗାଣ ବର୍ଷା କାରଣରୁ ଛପର ଭିତରେ ପାଣି ଗଳି କାନ୍ଥ ଭାଙ୍ଗିବାରୁ ଚାଳ ଛପରଟି ଗଳି ପଡିଛି । ଏହି କାରଣରୁ ସ୍ତ୍ରୀ ସହ କୁନିକୁନି ପିଲାଙ୍କୁ ଧରି ଏବେ ସେ ଅସହାୟ ପଡିଛନ୍ତି। ଏବେ ପିଲାଛୁଆଙ୍କୁ ଧରି କୁଆଡେ ମୁଣ୍ଡ ଗୁଞ୍ଜିବେ, ସେନେଇ ଉମେଶ ଚିନ୍ତାରେ ପଡିଛନ୍ତି । ଘରେ ରୋଷେଇ ମଧ୍ୟ ବନ୍ଦ ହୋଇପଡିଥିବା ବେଳେ ଭୋକ ଓପବାସରେ ରହିବା ଛଡା ତାଙ୍କ ପାଖରେ କିଛି ଉପାୟ ନାହିଁ । ତାଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.