ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସୁବର୍ଣ୍ଣରେଖାକୁ ବନ୍ୟାଜଳ ଛାଡ଼ିଲା ଗାଲୁଡିହି, ଦ୍ଵିତୀୟ ଥର ପାଇଁ ବନ୍ୟା ଆଶଙ୍କା

ଜଳେଶ୍ୱର, ୨୬।୯: ସୁବର୍ଣ୍ଣରେଖାକୁ ୨୨୦୦ କ୍ୟୁମେକ୍ ବନ୍ୟାଜଳ ଛାଡ଼ିଲା ଗାଲୁଡିହି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଦ୍ଵିତୀୟ ଥର ପାଇଁ ବନ୍ୟା ଆଶଙ୍କା । ନଦୀର ଉପର ମୁଣ୍ଡା ଝାରଖଣ୍ଡ ଓ ଅବବାହିକାରେ ପ୍ରବଳ ବର୍ଷା ହୋଇଥିବା ସୂଚନା । ଦିନ ୧୦ଟାରେ ବନ୍ୟା ଜଳ ଛାଡ଼ିଥିବା ସୂଚନା ଦେଲା କେନ୍ଦ୍ରୀୟ ଜଳ ଆୟୋଗ । 

ଗାଲୁଡିହି ବ୍ୟାରେଜରେ ଜଳଧାରଣ କ୍ଷମତା ୯୪.୫ ମି. ରହିଥିବା ବେଳେ ବର୍ତ୍ତମାନ ୧୦୧.୨୫ମି. ରହିଛି । ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହେଉଥିବା ସୂଚନା । ପୁଣି ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ନିକଟରେ ସତର୍କ ସୂଚନା ୯.୪୫ ଥିବାବେଳେ ବିପଦ ସଙ୍କେତ ୧୦.୩୬ ମି. ରହିଛି । ଗୁରୁବାର ଅପରାହ୍ନ ୧୨ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ୭.୬୨ ମି.ରେ ପ୍ରବାହିତ ହେଉଛି । ଏହା ଦ୍ୱାରା ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଅଞ୍ଚଳରେ ଏକାଧିକ ଗାଁ ବନ୍ୟାଜଳରେ ବୁଡ଼ି ରହିବା ସହ କ୍ଷତି ଗ୍ରସ୍ତ ହେବା ନେଇ ଆଶଙ୍କା ରହିଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.