ଜଳେଶ୍ୱର,୨୬/୦୯: ଲଗାଣ ବର୍ଷାରେ ଦବିଲା ରାସ୍ତା । ୫୦୦ ମିଟରରୁ ଉର୍ଦ୍ଧ୍ୱ କଂକ୍ରିଟ ରାସ୍ତା ତଳୁ ଖସିଲା ମାଟି ଅତଡ଼ା । ଯାତାୟାତ ବାଧାପ୍ରାପ୍ତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟ ବାଲିଆପାଳ - କମର୍ଦ୍ଦା ମୁଖ୍ୟ ରାସ୍ତାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଦୁଇ ଦିନ ଧରି ଉତ୍ତର ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟ ବାଲିଆପାଳ – କମର୍ଦ୍ଦା ମୁଖ୍ୟ ରାସ୍ତାର ୫୦୦ ମିଟରରୁ ଉର୍ଦ୍ଧ୍ୱ କଂକ୍ରିଟ ରାସ୍ତା ତଳୁ ମାଟି ଅତଡା ଖସି ଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।