ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ନୀଳଗିରି ଏନଏସିରେ ବିଜେଡି ଅଧ୍ୟକ୍ଷାଙ୍କୁ ଅନାସ୍ଥାରେ ହଟାଇ ଦଖଲ କଲା ବିଜେପି

ନୀଳଗିରି, ୨୭।୯: ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୁଦ୍ଧରେ ପୁଣି ଅନାସ୍ଥା ପ୍ରସ୍ତାବ । ପୂର୍ବରୁ ବିଜେପିର ବିରୋଧୀ କାଉନସିଲରମାନେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ଅଜ୍ଞାତବାସରେ ଥିଲେ । ଶୁକ୍ରବାର ଅନାସ୍ଥା ଭୋଟରେ ଯୋଗଦେଇ ବିଜେଡିକୁ ହଟାଇ ବିଜେପି ଦଖଲ କରିଛି । ଜୁଲାଇ ୩୦ ତାରିଖରେ ଏକ ଅନାସ୍ଥା ପ୍ରସ୍ତାବ ବାଲେଶ୍ଵର ଜିଲ୍ଲା ନୀଳଗିରି ଚେୟାରମ୍ୟାନଙ୍କ ବିରୁଦ୍ଧରେ ଆସିଥିଲା । ମାମଲା ହାଇକୋର୍ଟରେ ପହଁଞ୍ଚିବା ପରେ ପୁଣି କିଛି ଦିନ ଗଡ଼ିଯାଇଥିଲା । ପୂର୍ବରୁ ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ଅନାସ୍ଥା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିଲେ । 

ବାଲେଶ୍ୱର ଜିଲ୍ଲାପାଳ ଏକ ବୈଠକର ଆହ୍ୱାନ କରିବା ସହିତ ମତଦାନ କରାଯିବାର ନିର୍ଦେଶନାମା ଦେଇଥିଲେ । ସେପ୍ଟେମ୍ବର ୫ ତାରିଖରେ ମାନ୍ୟବର ହାଇକୋର୍ଟ ଏହାର ଚୂଡ଼ାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାଇ ସ୍ୱାଧୀନତା ପ୍ରଦାନ କରିଥିଲେ। ଏହି ଆଦେଶକୁ ପାଳନ କରି ଆସନ୍ତା ସେପ୍ଟେମ୍ବର ମାସ ୨୭ ତାରିଖ ଅର୍ଥାତ୍ ଶୁକ୍ରବାର ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଘଟିକାଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯିବା ସହିତ ୧୨.୧୦ମିନିଟରେ ମତଦାନ ଏବଂ ୧୨. ୩୦ ମିନିଟରେ ଫଳାଫଳ ପ୍ରକାଶ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏହାର ନକଲ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ,ଅଧକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରେରଣ କରାଯିବା ପରେ ପୁଣି ଅନସ୍ଥା ପ୍ରସ୍ତାବ ହେବ କି ନାହିଁ ଆଶଙ୍କା ଘାରିଥିଲା । ପୁଣି ଅଧକ୍ଷା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ହେଲେ ଚେୟାରମ୍ୟାନ୍ ସ୍ଥଗିତାଦେଶ ପାଇଁ ଆଶା ବାନ୍ଧି ରଖିଥିବା ବେଳେ ଶୁକ୍ରବାର ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏହି ମାମଲା ଖାରଜ ହୋଇଛି । 

ସେପଟେ ୧୧ ଜଣ କାଉନସିଲର ଚେୟାରମ୍ୟାନଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରି ଅଜ୍ଞାତବାସରେ ଥିଲେ । ବିଜେପି ଦଳ ମଧ୍ୟ ସମସ୍ତ କାଉନସିଲର ଉପରେ ହୁଇପ ଜାରି କରିଥିଲା । ଆଜି ଜଗନ୍ନାଥ ମନ୍ଦିର ପୁଜାର୍ଚ୍ଚନା କରି ସମସ୍ତେ ମତଦାନ ପାଇଁ ୧୧ଟା ପୂର୍ବରୁ ପ୍ରବେଶ କରିଥିଲେ । ୧୦ ଜଣ ସପକ୍ଷରେ ଭୋଟ ଦେଇଥିବା ବେଳେ ଗୋଟିଏ ଖାରଜ ହୋଇଛି । ତେବେ ଜଣେ ବିଜେଡି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲର ଅନୁପସ୍ଥିତ ଥିବା ଜଣାପଡ଼ିଛି । ଆଜି ଅଧ୍ୟକ୍ଷା ପଦ ଅମ୍ବିକା ଦାସଙ୍କ ପଦ ଗଲାପରେ ଭୋଟ୍ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ଦଳର ଜଣେ ନେତା ଭିତରେ ରହି ଦେଖାଇ ମତଦାନ କରାଯାଇଥିବା ଅଭିଯୋଗ କରିଛନ୍ତି । 

ସେପଟେ ଭୋଟ ପ୍ରକ୍ରିୟା ଆଇନ ଅନୁସାରେ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେପଟେ ଏନଏସିରେ ଏକ ଚାଟିଆ ଶାସନ ସାଙ୍ଗକୁ ବେଆଇନ କାର୍ଯ୍ୟ ପାଇଁ ଅନାସ୍ଥା ଅଣାଯାଇଥିବା କହିଛନ୍ତି ବିଜେପିର କାଉନସିଲର । ଆଗକୁ ଖାଲି ନୀଳଗିରି ବ୍ଲକ୍ ନୁହଁ ଜିଲ୍ଲାରେ ସମସ୍ତ ବ୍ଲକ୍ ବିଜେପି ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ନୀଳଗିରି ଏନଏସି ବିଜେପି ଦଖଲ ପରେ ଏବେ ନୀଳଗିରି ବ୍ଲକ ଦଖଲ ପାଇଁ ବ୍ଲୁପ୍ରିଣ୍ଟ ବିଜେପି ପ୍ରସ୍ତୁତ କରୁଥିବା ଖବର ପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.