ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ହାତୀ ଉପଦ୍ରବରେ ଉଜୁଡୁଛି ଧାନ ଫସଲ, ଆନ୍ଦୋଳନ ଚେତାବନୀ

ନୀଳଗିରି,୨୫/୯(ଆ.ପ୍ର): ନୀଳଗିରି ବ୍ଲକ ବଣସୀମା ଅଞ୍ଚଳରେ ଏବେ ହାତୀ ଉପଦ୍ରବ ବୃଦ୍ଧି ପାଉଛି। ଏକର ଏକର ଧାନ ଫସଲକୁ ପାଦ ତଳେ ଦଳିମକଚି ନଷ୍ଟ କରୁଛନ୍ତି ହାତୀପଲ।ବାରମ୍ବାର ଅଭିଯୋଗ ପରେ ବନବିଭାଗ ପକ୍ଷରୁ କୌଣସି  ପଦକ୍ଷେପ ନିଆଯାଇ ନ  ଥିବାରୁ   ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଚାଷୀ।

ସୂଚନାଯୋଗ୍ୟ ନୀଳଗିରି ବ୍ଲକ ବରହମପୁର ଅଞ୍ଚଳର ଅଁଳାପାଳ, ବେତନାଳିଆ ଅଞ୍ଚଳରେ ପ୍ରତିଦିନ ଅପରାହ୍ନ ୪ଟା ସମୟରେ ହାତୀପଲ ପାଖ ଜଙ୍ଗଲରୁ କିଛି ହାତୀପଲ ଧାନକ୍ଷେତକୁ ଆସି ଉପଦ୍ରଵ କରୁଛନ୍ତି।ଚଳିତ ବର୍ଷ ସ୍ୱଳ୍ପବୃଷ୍ଟି କାରଣରୁ ଚାଷୀମାନେ ବହୁ କଷ୍ଟରେ ଧାନ ଫସଲ କରିଛନ୍ତି। ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଧାନକ୍ଷେତକୁ ପାଦତଳେ ଦଳି ମକଚି ଦେଇଥିବା ବେଳେ ଏଥିପ୍ରତି ବନବିଭାଗ ହାତୀ ଉପଦ୍ରଵ ରୋକିବା ପାଇଁ ଟ୍ରେଞ୍ଜ କିମ୍ବା ସୋଲାର ଫେନ୍ସି କାର୍ଯ୍ୟକ୍ଷମ କରାଉନଥିବାରୁ ଆଜି ଏଭଳି ଦୁରବସ୍ଥା ଉପୁଜିଥିବା ଅଭିଯୋଗ ଉଠିଛି। ଯଦି ବନବିଭାଗ ପ୍ରତିକାର ଖୁବଶୀଘ୍ର ନକରେ ତାହେଲେ ଆଗାମୀ ଦିନରେ ସମସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ନେତା ଚନ୍ଦନ କୁମାର ରାଉତ, ପୁରୁଷୋତ୍ତମ ସାହୁ  ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.