ପ୍ରମୂଖ ଖବର

ମାଲକାନଗିରି ଜିଲ୍ଲାରେ ବିଶ୍ୱ ବିନ୍ଧାଣି ବିଶ୍ଵକର୍ମାଙ୍କ ପୂଜା ପାଳିତ

ମାଲକାନଗିରି - ମାଲକାନଗିରି ଜିଲ୍ଲାରେ ପାଳିତ ହୋଇ ଯାଇଛି ବିଶ୍ୱ ବିନ୍ଧାଣି ବିଶ୍ଵକର୍ମା ପୂଜା। ସହରାଞ୍ଚଳ ଜଳ ଯୋଗାଣ ବିଭାଗ, ପିଏଚଡି, ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କୃଷି ବିଭାଗ ପକ୍ଷରୁ ଆଡ଼ମ୍ବର ସହ ବିଶ୍ଵକର୍ମା ପୂଜା ପାଳିତ ହୋଇଛି।

ମାଲକାନଗିରିରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ସରକାରୀ ପଲିଟେକ୍ନିକରେ ଆଜି ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି। ଛାତ୍ରଛାତ୍ରୀମାନେ ବିଶ୍ୱକର୍ମାଙ୍କୁ ପୂଜା କରିବା ପାଇଁ ଏକ ପୂଜା ପେଣ୍ଡାଲର ସୁନ୍ଦର ଏବଂ ଆକର୍ଷଣୀୟ ସାଜସଜ୍ଜା କରି ଥିଲେ। ପ୍ରଭୁ ବିଶ୍ୱକର୍ମାଙ୍କ ସମ୍ମାନାର୍ଥେ ସମସ୍ତ ଯନ୍ତ୍ରପାତି, ଉପକରଣ ଏବଂ ଅନୁଷ୍ଠାନର ଗାଡି ପୂଜା କରାଯାଇ ଥିଲା।

ହିନ୍ଦୁ ରୀତିନୀତି ଅନୁଯାୟୀ ପୁଷ୍ପାଞ୍ଜଳି, ଶଙ୍ଖ ଧ୍ୱନି ସହ ମନ୍ତ୍ର ଜପ କରାଯାଇ ଥିଲା। ପ୍ରଭୁଙ୍କ ଆଶୀର୍ବାଦ ପାଇବା ପାଇଁ ସମସ୍ତେ ଫୁଲ ଅର୍ପଣ କରିଥିଲେ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ରଞ୍ଜନ ସ୍ୱାଇଁ, ମାଲକାନଗିରି ଜିଲ୍ଲାର ଦକ୍ଷତା ବିକାଶ ଅଧିକାରୀ ମାନସ୍ଵୀ ସେଠି ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ର , ବିଭାଗୀୟ ଅଧିକାରୀ ମାନସ ରଞ୍ଜନ ରାଉତ ଓ ସମସ୍ତ ଅଧ୍ୟାପକ ଉପସ୍ଥିତ ରହି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇ ଥିଲା।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.