ନୂଆଦିଲ୍ଲୀ, ୪/୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓ୍ବାନଡେ ସିରିଜର ପ୍ରଥମ ମ୍ୟାଚ୍ ୬ଫେବୃଆରୀରେ ଖେଳାଯିବ । ଭାରତୀୟ ଟିମ୍ ୩ଓ୍ବାନଡେ ମ୍ୟାଚର ସିରିଜ ଖେଳିବ । ଓ୍ବାନଡେ ସିରିଜରେ ଭାରତର ଭେଟରାନ ବିରାଟ କୋହଲୀ ଇତିହାସ ରଚିବାର ପାଖାପାଖି ଅଛନ୍ତି। ଓ୍ବାନଡେ ସିରିଜରେ କୋହଲୀ ଭେଟରାନ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ବିଶ୍ବ ରେକର୍ଡ଼ ପାଖାପାଖି ଅଛନ୍ତି ।
ପ୍ରକାଶ ଯେ, କୋହଲୀ ଓ୍ବାନଡେରେ ଏବେ ପ୍ରାୟ ୨୯୫ ମ୍ୟାଚରେ ୧୩୯୦୬ରନ୍ କରିଛନ୍ତି । କୋହଲୀଙ୍କ ନାଁରେ ୨୮୩ପାଳିରେ ୧୩୯୦୬ରନ୍ ରହିଛି । ଏବେ କୋହଲୀଙ୍କ ନିକଟରେ ୧୪୦୦୦ଓ୍ବାନଡେ ରନ୍ ପୂରା କରିବାର ସୁଯୋଗ ରହିଛି । ଏଥିଲାଗି କୋହଲୀଙ୍କୁ ୯୪ ରନ୍ ଆହୁରି କରିବାକୁ ପଡ଼ିବ । ୯୪ରନ୍ କରିବା ପରେ କୋହଲୀ ଓ୍ବାନଡେରେ ୧୪୦୦୦ରନ୍ ପୁରା କରିବେ ।
ପ୍ରକାଶ ଯେ, ଓ୍ବାନଡେରେ ସବୁଠାରୁ ଦ୍ରୁତ ୧୪୦୦୦ରନ୍ କରିବାରେ ବିଶ୍ବ ରେକର୍ଡ଼ ସଚିନ ତେନ୍ଦୁଲକରଙ୍କ ନାଁରେ ଅଛି । ତେନ୍ଦୁଲକର ୩୫୦ ପାଳି ଖେଳି ୧୪୦୦୦ଓ୍ବାନଡେ ରନ୍ ପୂରା କରିଥିଲେ। ପ୍ରକାଶ ଯେ, କୋହଲୀ ଯଦି ଓ୍ବାନଡେ ସିରିଜରେ ୯୪ରନ୍ କରିବାରେ ସଫଳ ରହିବେ ତ ଓ୍ବାନଡେରେ ସବୁଠାରୁ ଦ୍ରୁତ ୧୪୦୦୦ରନ୍ ପୂରା କରିବା ବ୍ୟାଟର ହୋଇଯିବେ ଏବଂ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଦେବେ ।