ପ୍ରମୂଖ ଖବର
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଇମାମଙ୍କ ସହ ବୈଠକ ବେଳେ ବର୍ଷିଲେ ଦିଦି, କହିଲେ ମୁର୍ଶିଦାବାଦ ସାମ୍ପ୍ରଦାୟିକ ହିଂସା 'ପୂର୍ବ ପ୍ରାୟୋଜିତ'

Published By : Prameya | April 17, 2025 8:25 AM

କୋଲକାତା, ୧୭/୦୪ : ୱାକଫ ସଂଶୋଧନ ଆଇନ ବିଦ୍ରୋହୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ। ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନେତାଜୀ ଇନଡୋର ଷ୍ଟାଡିୟମରେ ଇମାମ ଏବଂ ମୋୟାଜିମଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି। ମୁର୍ଶିଦାବାଦର ସାମ୍ପ୍ରଦାୟିକ ହିଂସାକୁ ସେ ପୂର୍ବ ପ୍ରାୟୋଜିତ ବୋଲି କହିଛନ୍ତି। ଏଥିପାଇଁ ସେ ବିଏସଏଫ, ଏବଂ ବିଜେପିକୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ମୁର୍ଶିଦାବାଦରେ ଅଶାନ୍ତି ପଛରେ ବାଂଲାଦେଶରୁ ଆସିଥିବା ଅନୁପ୍ରବେଶକାରୀଙ୍କ ହାତ ଥିବା ମୁଁ ଖବର ପାଇଛି। ଯଦି ଏଭଳି ହୋଇଥାଏ ତେବେ ସୀମା ସୁରକ୍ଷା ଦାୟିତ୍ଵ ବିଏସଏଫର। ବିଏସଏଫ ଗୃହ ମନ୍ତ୍ରଣାଳୟ ଅଧୀନରେ ଅଛି। ଆନ୍ତର୍ଜାତୀୟ ସୀମାକୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ଵ ନୁହେଁ। କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱରୁ ଖସି ଯାଇପାରିବେ ନାହିଁ।

ମୁର୍ଶିଦାବାଦ ଅଶାନ୍ତିରେ ନିହତ ହୋଇଥିବା ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘର ଏବଂ ଦୋକାନ ନଷ୍ଟ ହୋଇଯାଇଛି ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦେବାକୁ କହିଛନ୍ତି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିବାଦୀୟ ଆଇନ ବିରୋଧରେ ସମଗ୍ର ଦେଶରେ ରାଜରାସ୍ତାକୁ ଓହ୍ଲାଇବାକୁ ଇଣ୍ଡିଆ ମେଣ୍ଟକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ସେ ୱାକଫ ବିଲ୍‌କୁ ନେଇ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ୱାକଫକୁ ନେଇ ବାଂଲାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେ ଦିଲ୍ଲୀ ଯାଇ ବିରୋଧ ପ୍ରଦର୍ଶନ କରିବା ବିଷୟରେ ମଧ୍ୟ କହିଛନ୍ତି । ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ୱାକଫ ଆନ୍ଦୋଳନକୁ ଆହ୍ୱାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟର ନେତୃତ୍ୱଙ୍କୁ ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୱାକଫ ସଂଶୋଧନ ବିଲ୍‌ ପାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସଂଖ୍ୟାଲଘୁମାନେ ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି । ୱାକଫ ଆନ୍ଦୋଳନ ନାମରେ ମୁର୍ଶିଦାବାଦ, ମାଲଦା, ଭାଙ୍ଗଡ ସମେତ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ପୁଲିସ, ପ୍ରଶାସନ ଏବଂ କେନ୍ଦ୍ରୀୟ ବାହିନୀର କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ପରିସ୍ଥିତି ସାଧାରଣତଃ ସ୍ୱାଭାବିକ ହୋଇଛି । ଅନେକ ଅଞ୍ଚଳରେ ସଂଘର୍ଷରେ ବହୁ ଆହତ ହୋଇଛନ୍ତି । ହିଂସାର ଏହି ଅସ୍ଥିରତା ସୁତି, ଜଙ୍ଗିପୁର, ସାମଶେରଗଞ୍ଜ ଏବଂ ଫରାକ୍କା ପର୍ଯ୍ୟନ୍ତ ବ୍ୟାପିଛି । ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଅଶାନ୍ତି ଯୋଗୁଁ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି । ସେମାନଙ୍କୁ ଫେରାଇ ଆଣିବା କାମ ପୁଲିସ ଓ ପ୍ରଶାସନ ଆରମ୍ଭ କରିସାରିଛି । ଅଶାନ୍ତିରେ ବହୁ ଘର ନଷ୍ଟ ହୋଇଯାଇଛି । ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ସେତିକି ନୁହେଁ, ବାଂଲା ଘର ପ୍ରକଳ୍ପ ଅଧୀନରେ ସରକାର ପ୍ରଭାବିତ ଲୋକଙ୍କ ପାଇଁ ଘର ତିଆରି କରିବେ ବୋଲି ସେ କହିଛନ୍ତି । ତେବେ କୌଣସି ପ୍ରକାରର ପ୍ରରୋଚନାରେ ପାଦ ନଦେବାକୁ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୋଧ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.