ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

Murshidabad: ମୁର୍ଶିଦାବାଦରେ ହିଂସା; ଟ୍ରେନକୁ ପଥର ଫୋପାଡ଼ିବା ସହ ଷ୍ଟେସନରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

Published By : Bijay Swain | April 11, 2025 11:31 PM

Image courtesy: indiatoday

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଶୁକ୍ରବାର ଦିନ ନିମଟିଟା ରେଳ ଷ୍ଟେସନରେ ଏକ ହିଂସାତ୍ମକ ଘଟଣା ଘଟିଛି। ଏକ ଉତ୍ତ୍ୟକ୍ତ ଲୋକମାନଙ୍କ ଦଳ ଷ୍ଟେସନରେ ଅଟକି ରହିଥିବା ଟ୍ରେନ ଉପରେ ପଥର ଫିଙ୍ଗା ଫୋପାଡ଼ିବା ସହ ଷ୍ଟେସନର ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ହିଂସାରେ ୭ରୁ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୀମା ସୁରକ୍ଷା ବଳ (BSF) ଯବାନଙ୍କୁ ଘଟଣାସ୍ଥଳରେ ମୃତୟନ କରାଯାଇଛି।

ଏହି ଘଟଣା ଯୋଗୁଁ ଅନ୍ୟୁନ ୨ଟି ଟ୍ରେନ ବାତିଲ ହୋଇଛି ଓ ୫ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। କିଛି ଯାତ୍ରୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଏହି ହିଂସା ଓ୍ଵାକଫ (ସଂଶୋଧନ) ଆଇନ ୨୦୨୫ ବିରୁଦ୍ଧରେ ଚାଲିଥିବା ବିକ୍ଷୋଭ ସହ ଜଡ଼ିତ ବୋଲି ଜଣାପଡିଛି। ଯାହା ଗତ ମଙ୍ଗଳବାର ଦିନଠାରୁ ଆରମ୍ଭ ହୋଇଥିଲା।

ଏହା ପୂର୍ବରୁ ମଙ୍ଗଳବାର ଦିନ ମୁର୍ଶିଦାବାଦରେ ଓ୍ଵାକଫ ଆଇନ ବିରୋଧରେ ଏକ ବିକ୍ଷୋଭ ହିଂସାତ୍ମକ ହୋଇପଡ଼ିଥିଲା। ବିକ୍ଷୋଭକାରୀମାନେ ପୁଲିସ ସହ ସଂଘର୍ଷ କରିବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଜାଳିଦେଇଥିଲେ। ରାଜ୍ୟପାଳ ସିଭି ଆନନ୍ଦ ବୋଷ ହିଂସାରେ ଜଡ଼ିତ ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.