ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନାଲି ପିମ୍ପୁଡ଼ିଙ୍କ ଦାଉରେ ଆତଙ୍କିତ ଗ୍ରାମବାସୀ; ପାଦରେ ଚପଲ ନୁହଁ, ପିନ୍ଧୁଛନ୍ତି ପଲିଥିନ୍

Published By : Swapna Ray | November 20, 2024 3:51 PM

ପୁରୀ, ୨୦।୧୧: ସବୁଠି ମାଳ ମାଳ । ଧାର ଧାର ହୋଇ ଲମ୍ବିଛନ୍ତି । ବାଡ଼ି ବଗିଚାରେ ବି ଭର୍ତ୍ତି । ଯୁଆଡ଼େ ଗଲେ ଚଢ଼ିଯାଉଛନ୍ତି । ନାଲି ପିମ୍ପୁଡ଼ିକୁ ନେଇ ଗାଁରେ ସାଙ୍ଘାତିକ ସ୍ଥିତି । ଖାଲି ପୁଳାପୁଳା ନାଲି ପିମ୍ପୁଡ଼ି । ଘରଦ୍ୱାର, ରାସ୍ତାଘାଟ କେଉଁଠି ବି ଜାଗା ନାହିଁ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ଉଚ୍ଛୁପୁର ପଞ୍ଚାୟତର ସାହାଡ଼ାପଡ଼ା ଗ୍ରାମରେ ଏଭଳି ନାଲି ପିମ୍ପୁଡ଼ିଙ୍କ ଦାଉରେ ଆତଙ୍କିତ ଗ୍ରାମବାସୀ । ଦିନକୁ ଦିନ ଏମାନଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ନିକଟସ୍ଥ ନରୁଡ଼ା ଓ ପାର୍ବତୀପୁର ଗାଁକୁ ବି ମାଡ଼ି ଗଲେଣି । ପିମ୍ପୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ କୀଟନାଶକ ଓ ଗାମ୍ମାକ୍ସିନ୍‌ ସିଞ୍ଚନ କରୁଛନ୍ତି । ହେଲେ କିଛି କାମ ଦଉନି । ପିମ୍ପୁଡ଼ି ବଂଶ ଦମନ କରିବାରେ ଗ୍ରାମବାସୀ ଏକ ପ୍ରକାର ବିଫଳ ହେଲେଣି । ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇ ଗାଁ ଛାଡ଼ିବାକୁ ଲୋକେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । 

ସାହାଡ଼ାପଡ଼ାରେ ଗତ ତିନି ମାସ ହେବ ଏହି ନାଲି ପିମ୍ପୁଡ଼ି ଦେଖା ଦେଇଛନ୍ତି । ପ୍ରଥମେ କିଛି କିଛି ସ୍ଥାନରେ ଏହା ଦେଖିବାକୁ ମିଳିଥିଲା । ବଂଶବିସ୍ତାର କରି ଖୁବ୍‌ଶୀଘ୍ର ଏହା ଚାରିଆଡ଼େ ମାଡ଼ି ଯାଇଥିଲେ । ଏବେ ପିମ୍ପୁଡ଼ି ଚିନ୍ତାରେ ଗ୍ରାମବାସୀଙ୍କ ନିଦ ହଜିଗଲାଣି । ନା ଭଲରେ ଗଣ୍ଡେ ଖାଇପାରୁଛନ୍ତି ନା ଶାନ୍ତିରେ ଟିକେ ଶୋଇ ପାରୁଛନ୍ତି । ଏପରିକି ଏମାନଙ୍କ ଦାଉରୁ ରକ୍ଷା ପାଇବା ଲାଗି ପାଦରେ ଜରି ବାନ୍ଧି ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ଗୋଡ଼ ହାତରେ ଖୁବ୍‌ଶୀଘ୍ର ଚଢ଼ି ଯାଉଛନ୍ତି । ଏହି ସମୟରେ କେହି ଯଦି ହାତରେ ଘଷି ଦିଏ, ପିମ୍ପୁଡ଼ି ଦେହରୁ ବାହାରୁଥିବା ବିଷାକ୍ତ ନାଳ ଲାଗି ଆଲର୍ଜି ହୋଇ ଘା' ହୋଇଯାଉଛି । କେବଳ ମଣିଷ ନୁହେଁ, ଗାଈ ଗୋରୁ ପଶୁ କାହାକୁ ବି ଛାଡ଼ୁ ନାହାନ୍ତି । 

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି ଗାଁରେ ଗୋଟିଏ ବି କୁକୁର କିମ୍ବା ବିରାଡ଼ି ଦେଖିବାକୁ ମିଳୁନାହାନ୍ତି । ପିଲାମାନଙ୍କ ପାଠପଢ଼ା ଏକ ପ୍ରକାର ବନ୍ଦ ହୋଇଗଲାଣି କହିଲେ ଚଳେ । ଅନେକ ନିଜ ପିଲାଛୁଆଙ୍କୁ ବନ୍ଧୁ ବାନ୍ଧବଙ୍କ ଘରେ ଛାଡ଼ି ଦେଇଛନ୍ତି । ପଡ଼ିଆରେ ଗାଈ ଗୋରୁ ଚରି ପାରୁନାହାନ୍ତି । ପିମ୍ପୁଡ଼ି ଗାଈ ଗୋରୁଙ୍କ ନାକ ଓ ପାଟିରେ ପଶି ଯାଉଛନ୍ତି । ଫଳରେ ସେମାନେ ଏଣେତେଣେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି । ସବୁ ଗଛର ମୂଳରୁ ଶେଷ ପର୍ଯ୍ୟନ୍ତ ଧାଡ଼ି ବାନ୍ଧିଛନ୍ତି ପିମ୍ପୁଡ଼ି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗାଁ ଲୋକ ଦାବି କରିଛନ୍ତି । କହିରଖୁ କି, ଗତବର୍ଷ ପିପିଲି ଚନ୍ଦ୍ରାଦେଇପୁରରେ ବି ଏହି ନାଲି ପିମ୍ପୁଡ଼ି ଆତଙ୍କ ଦେଖିବାକୁ ମିଳିଥିଲା । ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ । ଓୟୁଏଟିର ଏକ ଟିମ୍‌ ଗାଁରେ ପହଞ୍ଚି କୀଟନାଶକ ସିଞ୍ଚନ କରିଥିଲେ । ବାଡ଼ି ବଗିଚାରେ ଥିବା ଗଛରେ ମଧ୍ୟ ଔଷଧ ପକାଯାଇଥିଲା । ବହୁ କଷ୍ଟରେ ଏହାକୁ ଦମନ କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.