ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

କାର୍ଯ୍ୟକ୍ଷମ ହୋଇପାରୁନି ଜଳଯୋଗାଣ ପ୍ରକଳ୍ପ, ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ

ଫିରିଙ୍ଗିଆ,୧୦।୬ :  ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ବିରାଟ ପାଣିଟାଙ୍କି I ଜଳ ଯୋଗାଣ ପାଇଁ ପାଇପ ମଧ୍ୟ୍ୟ ବିଛାଯାଇଛି I ଗାଁର ପ୍ରତ୍ୟେକ ଘର ମୁହଁରେ ଲାଗିଛି ପାଣି ପାଇପ I କିନ୍ତୁ ଟୋପାଏ ପାଣି ପାଇଁ ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ପାଣି ପାଇଁ ଗାଁ ପାର୍ଶ୍ୱରେ ଥିବା ନାଳ କିମ୍ବା ବିଲ ମଝିରେ ଥିବା କୂଅ ରହିଛି ଏକମାତ୍ର ଭରସା I ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ର ସାରୁକୋଇ ଗାଁ ରେ I 

ସୂଚନା ଅନୁସାରେ ଏହି ଗାଁ ଟି ପଞ୍ଚାୟତର ସବୁଠୁ ଅଧିକ ଜନସଂଖ୍ୟା ଥିବା ଗାଁ ହୋଇଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟ ଠାରୁ ପ୍ରାୟ ଚାରି କିଲୋମିଟର ପାହାଡ଼ ଉପରେ ରହିଛି I ପାହାଡ଼ ଉପରେ ରହିଥିଲେ ମଧ୍ୟ୍ୟ ଗାଁ ରେ ପ୍ରାୟ ପାଞ୍ଚଶହ ରୁ ଅଧିକ ପରିବାର ବସବାସ କରିଆସୁଛନ୍ତି I ତେବେ ବର୍ଷବର୍ଷ ଧରି ଗାଁରେ ପାଣି ସମସ୍ୟା ଲାଗିରହିଥିବା ରୁ ଗ୍ରାମବାସୀ ପାଣି ଯୋଗାଇଦେବା ପାଇଁ ବାରମ୍ବାର ଦାବି କରିଆସୁଥିଲେ I ଗ୍ରାମବାସୀଙ୍କ ଦାବିକୁ ଗ୍ରହଣ କରି ଗାଁରେ ଲକ୍ଷାଧିକ ଟଙ୍କା ବ୍ୟୟଅଟକଳରେ ଏକ ଜଳାଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି I କିନ୍ତୁ ଦୁଃଖର ବିଷୟ ଏହି ଜଳ ଯୋଗାଣ ପ୍ରକଳ୍ପ ର କାମ ଆଜକୁ ଛଅ ରୁ ସାତମାସ ହେବ ସମ୍ପୂର୍ଣ ହୋଇସାରିଥିବା ବେଳେ ବିଭାଗୀୟ ଅବହେଳା ପାଇଁ ପ୍ରକଳ୍ପ ଟି କାର୍ଯ୍ୟକ୍ଷମ ହୋଇପାରିନାହିଁ I ଜଳ ଯୋଗାଣ ପାଇଁ ପାଇପ ବିଛା ସରିଥିବା ବେଳେ ଗାର ସମସ୍ତ ଙ୍କ ଘର ଆଗରେ ଟ୍ୟାପ ମଧ୍ୟ ଲଗାଯାଇଛି I 

ଅନ୍ୟପଟେ ପିଇବା ପାଣି ଟୋପାଏ ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଗାଁରେ ପ୍ରତ୍ୟେକ ସାହିରେ ନଳକୂପ ରହିଛି ସତ,  ସେମାନଙ୍କ ମଧ୍ୟରୁ ଅଧିକାଂଶ ନଳକୂପ ଅଚଳ ହୋଇପଡ଼ିରହିଛି I ଯାହାପାଇଁ ଗ୍ରାମର ମହିଳା ମାନଙ୍କୁ ଗାଁ ପାର୍ଶ୍ୱରେ ଥିବା ନାଳ କିମ୍ବା ଗାଁ ମଝିରେ   ଏକ ବିଲରେ ଥିବା କୁଅଁ ଉପର ଭରସା କରିବାକୁ ପଡୁଥିବା ବେଳେ ପାଣି ଟୋପାଏ ପାଇଁ ମାଇଲମାଇଲ ବାଟ ଚାଲିବାକୁ ପଡୁଛି I ଅନ୍ୟପଟେ ବର୍ଷବର୍ଷ ଧରି ଜଳକଷ୍ଟ ଭୋଗୀ ଆସୁଥିବା ଏହି ସାରୁକୋଇ ଗ୍ରାମବାସୀ ଏହି ଜଳାଯୋଗାଣ ପ୍ରକଳ୍ପ ରୁ ପାଣି ଟୋପାଏ ପାଇବା ପାଇଁ ଆଶା ରକିଥିବା ବେଳେ ଗ୍ରୀଷ୍ମ ଋତୁ ଆଗରୁ ଏମାନଙ୍କ ଜଳ କଷ୍ଟ ଲାଘବ ହେବେ ବୋଲି ଆଶାରଖିଥିଲେ I କିନ୍ତୁ ବିଭାଗୀୟ ଅବହେଳା ପାଇଁ ଗ୍ରୀଷ୍ମ ଋତୁ ସାରିବାକୁ ବସିଥିବା ବେଳେ ଜଳାଯୋଗାଣ ପ୍ରକଳ୍ପ ନିର୍ମାଣ କାମ ସାରିଥିଲେ ମଧ୍ୟ୍ୟ ଯଥା ପୂର୍ବମ ତଥା ପରମ ଭଳି ଜଳ କଷ୍ଟ ଲାଗିରହିଛି I ଯାହାକୁ ନେଇ  ପ୍ରବଳ ଅସନ୍ତୋଷ ଦେଖାଦେଛି I

 ଅନ୍ୟପଟେ ଆଗାମୀ କିଛିଦିନ ମଧ୍ୟରେ ଏହି ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ନ୍ ହଲେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ଗାଁ ର ଲଷ୍ମୀଧର ମଳିକ,ସନତ କହଁର, କାମରାଜ କହଁର, ବିଭୀଷଣ କହଁର ଙ୍କ ସହ ସମସ୍ତ ଗ୍ରାମବାସୀ କହିଛନ୍ତି I 

ଜଳ ଓ ପରିମଳ ଦାୟିତ୍ୱ ରେ ଥିବା ଏସଡିଓ ଜି ଦେବହରି ପ୍ରଧାନ ଙ୍କୁ ପଚାରିବାରୁ ପ୍ରକଳ୍ପ ର ସମସ୍ତ କାର୍ଯ୍ୟ କାର୍ଯ୍ୟ ସରିଯାଇଛି କେବଳ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ପ୍ରକଳ୍ପ ଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ସଫେଇ ଦେଇଛନ୍ତି I ସେପଟେ ସାମାନ୍ୟ ବିଦ୍ୟୁତ ସଂଯୋଗ ପାଇଁ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ନିର୍ମାଣ ସାରିଥିଲେ ମଧ୍ୟ୍ୟ ସାତମସ ହେବ କାର୍ଯ୍ୟକ୍ଷମ ନହୋଇ ପଡିରହିବା ନିହାତି ଭାବରେ ବିଭାଗ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି I ଅନ୍ୟପଟେ ଏସଡ଼ିଓ ଙ୍କ କହିବା ଅନୁସାରେ କେବେ ଏହି ପ୍ରକଳ୍ପ ରେ ବିଦ୍ୟୁତ ସଂଯୋଗ ହେବ ଓ କେବେ ପ୍ରକଳ୍ପ ଟି କାର୍ଯ୍ୟକ୍ଷମ ହେବ ତାହା କୁ ଅନେଇ ବସିଛନ୍ତି ସାରା ସରୁକୋଇ ଗ୍ରାମବାସୀ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.