ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ମହଙ୍ଗା ପଡ଼ିଲା ଲାଞ୍ଚ କାରବାର : ଭିଜିଲାନ୍ସ ଜାଲରେ ମହୁ କୃଷି ସମବାୟ ସମିତି ସମ୍ପାଦକ, ବନ୍ଧାହେଲେ ବାବୁ

Published By : Harapriya Sethi | August 20, 2025 1:33 PM

ନମୌଜା,୨୦/୦୮: ଋଣ କରାଇବା ନିମନ୍ତେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆଳି ମହୁ କୃଷି ସମବାୟ ସମିତିର ସମ୍ପାଦକ । ରେଡ୍ ହ୍ୟାଣ୍ଡ୍ ମାଡ଼ି ବସିଲା ଭିଜିଲାନ୍ସ । ବନ୍ଧାହେଲେ ଲାଞ୍ଚୁଆ ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଏହି ଚଢାଉ ପରେ ସମ୍ପାଦକ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରି ତାଙ୍କର ୨ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା କଟକ ସେଣ୍ଟ୍ରାଲ କୋଅପରେଟଟିଭ ବ୍ୟାଙ୍କ ଅଧୀନ ମହୁ ପ୍ୟାକ୍ସରେ ଦୀର୍ଘ ଦିନ ହେବ ଦୁର୍ନୀତି ନେଇ ଅଭିଯୋଗ ହୋଇ ଆସୁଥିଲା । ଏନେଇ ଗତ ଜୁନ ମାସ ୧୪ ତାରିଖ ପ୍ରମେୟରେ 'ଚାଷୀଙ୍କ ଅଜାଣତରେ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ' ଶୀର୍ଷକ ଖବର ପ୍ରକାଶ ପାଇଥିଲା । ବୁଧବାର ମହୁ ପ୍ୟାକ୍ସ ଅଧୀନ ମହୁ ଗ୍ରାମର ଭାଗିରଥି ନାଥଙ୍କ ପୁଅ ବୀରେନ୍ଦ୍ର ନାଥଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଋଣ କରାଇବା ନିମନ୍ତେ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧୀରେନ୍ଦ୍ର ମହାନ୍ତି ଧରାପଡ଼ିଯାଇଛନ୍ତି । ଆଳି ମହୁ କୃଷି ସମବାୟ ସମିତିର ସମ୍ପାଦକ ଧିରେନ୍ଦ୍ର ମହାନ୍ତି ଧରାପଡ଼ିବା ପରେ ତାଙ୍କୁ ଗରଫ କରାଯାଇଛି । ତାଙ୍କୁ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଥିଲେ । ଧୀରେନ୍ଦ୍ର ମହାନ୍ତି ଅଫିସ ସହିତ ବାସଗୃହ ଏବଂ ନମୌଜା ପୋଷ୍ଟ ଅଫିସ ସାମ୍ନା ଭଡା ଘରେ ରେଡ ଚାଲିଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.