ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆଳିରେ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା; ହିତାଧିକାରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

Published By : Manash Sahoo | August 19, 2025 7:02 PM

ନମୌଜା,୧୯/୮: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଖାଦ୍ୟ ଯୋଗାଣ ସାମଗ୍ରୀ ବଣ୍ଟନରେ ଅନିୟମିତତା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ଧ୍ୟାନ ଦେଉନଥିବା ଖବର ସାମ୍ନାକୁ ଆସିଛି । ଦେସାହି ପଞ୍ଚାୟତରେ ଜଣେ ଡିଲର ଥିବା ବେଳେ ତାଙ୍କ ଅଧୀନରେ ୯୫୦ ରାସନ କାର୍ଡଧାରୀ ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ପ୍ରତି କାର୍ଡ ପିଛା ୪ଶହରୁ ୫ଶହ ଗ୍ରାମ ଚାଉଳ ଡିଲର କାଟି ନେଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ମୋଟ୍ ୧୪ଟି ୱାର୍ଡ ଥିବା ବେଳେ ସେଥିମଧ୍ୟରୁ ୭ଟି ୱାର୍ଡ ରିଟେଲରଙ୍କ ଘର ନିକଟରୁ ପ୍ରାୟ ୩ରୁ ୪ କିମି ଦୂରରେ ରହିଛି । ଯେଉଁଥି ପାଇଁ ବହୁ ଦୂରରୁ ରାସନ ଆଣିବା ପାଇଁ ଯାଇ ହତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ।

ଦୀର୍ଘଦିନ ଧରି ଡିଲର ମନମାନି କରି ରାସନ କାର୍ଡ ହିତାଧିକାରୀଙ୍କ ଖାତାରୁ ଚାଉଳ କାଟୁଥିବା ନେଇ ଗାଁର ସୁବାସ ମଲିକ, ସନ୍ତୋଷ ମଲିକ, ଆଶାଲତା ମଲିକ, ଶଶୀ ଜେନା, ଭଗବତୀ ସେଠି, ପ୍ରମିଳା ମଲିକ, କନକ ମଲିକ, ନିରୁପମା ମଲିକ, ଏକାଦଶୀ ଜେନା, ଅନ୍ନପୂର୍ଣ୍ଣା ମଲିକ ପ୍ରମୁଖଙ୍କ ସହ ଅନ୍ୟ ହିତାଧିକାରୀ ମାନେ ଅଭିଯୋଗ ଆଣିଛନ୍ତି ।

 ଏ ନେଇ ସମ୍ପୃକ୍ତ ଡିଲର ବୃନ୍ଦାବନ ସାମଲଙ୍କୁ ପଚାରିବାରୁ ସେ ଅଭିଯୋଗକୁ ସ୍ୱୀକାର କରିବା ସହ ପାଲଟା ରାସନ ଯୋଗାଉ ଥିବା କଣ୍ଟ୍ରାକ୍ଟରଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଆମେ ମାନେ ଚାଉଳ କାଟିବା ପାଇଁ ବାଧ୍ୟ ହେଉଛୁ । କାରଣ ରାସନ ଆସୁଥିବା ଏକ ପ୍ୟାକେଟରେ ୫୦ କେଜି ୬ ଶହ ୫୦ ଗ୍ରାମ ଚାଉଳ ରହିବା କଥା କିନ୍ତୁ ଦୁଃଖର ବିଷୟ ପ୍ୟାକେଟ ରିଟେଲର ନିକଟରେ ପହଞ୍ଚିଲା ବେଳକୁ ଏଥିରେ ୫୦ କେଜିରୁ ୧୦୦ରୁ ୨୦୦ ଗ୍ରାମ କମ୍ ରହୁଛି । ଏହା ସହିତ କଣ୍ଟ୍ରାକ୍ଟର ଡିଡି ବାବଦକୁ କୁଇଣ୍ଟାଲ ପ୍ରତି ୧୦ ଟଙ୍କା ରିଟେଲର ମାନଙ୍କ ଠାରୁ ନେଉଛନ୍ତି । ସେହିପରି ୩ରୁ ୪ କିମି ଦୂରରେ ଥିବା ୭ଟି ୱାର୍ଡ ପାଖକୁ ରାସନ ଟ୍ରାକ୍ଟର ଯୋଗେ ପହଞ୍ଚାଇବା ପାଇଁ ଟ୍ରିପ୍ ପିଛା ୧୮ଶହ ଟଙ୍କା ନିଜସ୍ୱ ଟଙ୍କାରୁ ଖର୍ଚ୍ଚ କରୁଛନ୍ତି । ଯାହାକୁ ଜଣାଇ ଶ୍ରୀ ସାମଲ କ୍ଷୋଭ ପ୍ରକାଶ କରିବା ସହ ଏହି କାରଣ ପାଇଁ ସାଧାରଣ ହିତାଧିକାରୀ ମାନଙ୍କ ଠାରୁ ସେ ଚାଉଳ କାଟୁଥିବା କଥା କହିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠେ ସରକାର ମାଗଣାରେ ରାସନ ଯୋଗାଉ ଥିବା ବେଳେ କାହା ସ୍ୱାର୍ଥରେ ଡିଲର ଓ କଣ୍ଟ୍ରାକ୍ଟର ସାଧାରଣ ରାସନକାର୍ଡ ହିତାଧିକାରୀ ଖାଉଟି ମାନଙ୍କ ଠାରୁ ଟଙ୍କା ଶୋଷଣ କରୁଛନ୍ତି । ଏ ନେଇ ଆଳି ଏମଆଇ ଓମ ବିଭୁ ପ୍ରିତମ କରଙ୍କୁ ପଚାରିବାରୁ ସେ କହିଛନ୍ତି ରାସନ କାର୍ଡ ପିଛା ଚାଉଳ କାଟିବା ନିୟମ ବିରୁଦ୍ଧରେ ଏଥି ନିମନ୍ତେ ସେ ସମ୍ପୃକ୍ତ ରିଟେଲରଙ୍କୁ ତାଗିଦ କରିବେ । ରିଟେଲର ଆଣିଥିବା ଅଭିଯୋଗ ମୁତାବକ ପ୍ୟାକେଟରେ କମ୍ ଚାଉଳ ଆସିବା ଓ କଣ୍ଟ୍ରାକ୍ଟର, ଡିଲରଙ୍କ ପାଖରୁ କୁଇଣ୍ଟାଲ ପ୍ରତି ୧୦ ଟଙ୍କା ନେବା ସମ୍ବନ୍ଧରେ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠିଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.