ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କେନ୍ଦ୍ରାପଡ଼ାରେ ପୁଣି ମାତିଲେ ଲୁଟେରା, ବିଳମ୍ବିତ ରାତିରେ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ

Published By : Anindita Ratha | August 14, 2025 11:33 AM

ନମୌଜା,୧୪/୦୮:  କେନ୍ଦ୍ରାପଡ଼ାରେ ପୁଣି ମାତିଲେ ଲୁଟେରା ।  ଗତକାଲି ବିଳମ୍ବିତ ରାତିରେ ଆଳି ଥାନା ନିକଟ ନିଆଳ ପଞ୍ଚାୟତ ଶୀତଳେଶ୍ୱର ଗ୍ରାମରୁ ଚୋରି ହୋଇଥିବା ଜଣାପଡିଛି। ଏନେଇ ଶୀତଳେଶ୍ୱର ଗ୍ରାମର ଶ୍ୟାମସୁନ୍ଦର ପାଣି ଥାନାରେ ଅଭିଯୋଗ କରିଛନ୍ତି । 

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାତ୍ରିଭୋଜନ ପରେ ପରିବାରର ସମସ୍ତେ ଶୋଇଥିଲେ । ସେହି ସମୟରେ  ଲୁଟେରାମାନେ ଘର ଭିତରକୁ ପଶିଥିଲେ । ଏହାପରେ ଶ୍ୟାମସୁନ୍ଦରଙ୍କ ମା ଶୋଇଥିବା ଏକ କୋଠରୀର ତାଜା ଉପରେ ଥିବା ଟିଣ ବାକ୍ସରେ ଥିବା ନଗଦ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟେରାମାନେ ଲୁଟି ନେଇଥିଲେ। ଏନେଇ ଆଳି ଥାନାରେ ଶ୍ୟାମସୁନ୍ଦର ଅଭିଯୋଗରେ ଦର୍ଶାଇଛନ୍ତି । ଶ୍ୟାମସୁନ୍ଦରଙ୍କ କହିବା ଅନୁଯାୟୀ ସେ ଆଜି ସକାଳେ ଘରୋଇ କାର୍ଯ୍ୟ ପାଇଁ ବାଡ଼ିକୁ ଯାଇ ଦେଖିବା ବେଳକୁ  ତାଙ୍କ ଟିଣ ବାକ୍ସ ଗଛ ଡାଳରେ ଘୋଡେଇ ଦିଆଯାଇଛି । ଏହା ଦେଖି ସେ ସନ୍ଦେହ କରିବା ସହ ଚିତ୍କାର କରି ପରିବାର ଲୋକଙ୍କୁ ଡାକି ଦେଖାଇଥିଲେ । ପରେ ସେ ଚୋରି ହୋଇଥିବା ଜାଣି ଫୋନ ଯୋଗେ ପୁଲିସକୁ ଖବର ଦେଇଥିଲେ । ପରେ ଆଜି ସକାଳୁ ସେ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଏନେଇ ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିବା ନେଇ ଆଳି ଥାନାଧିକାରୀ ଧୀରଜ କୁମାର ଲେଙ୍କା ସୂଚନା ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.