ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ହୁଡ଼ାରେ ଚରୁଥିବାବେଳେ ମଇଁଷିଙ୍କୁ ଟାଣିନେଲେ କୁମ୍ଭୀର ପଲ; ୩୦ ମୃତ, ୪୦ରୁ ଅଧିକ ନିଖୋଜ

Published By : Swapna Ray | August 17, 2025 1:07 PM

ନମୌଜା, ୧୭।୮: କୁମ୍ଭୀର ଆକ୍ରମଣର ଶିକାର ମଇଁଷି ପଲ । ମିଳିଲା ୩୦ ମୃତଦେହ, ୪୦ମଇଁଷି ଏବେବି ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରୁ ଏଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି । ରବିବାର ଏକମାଣିଆ ପଞ୍ଚାୟତର କିଛି ମଇଁଷି ନାଳ ହୁଡ଼ାରେ ଚରୁ ଥିବାବେଳେ କୁମ୍ଭୀର ପଲ ଆକ୍ରମଣ କରିଥିଲେ । ଫଳରେ ଭୟଭୀତ ହୋଇ କୁମ୍ଭୀରମାନେ ନାଳରେ ପଶିଯାଇଥିଲେ । ଏହାର ସୁଯୋଗ ନେଇ କିଛି ମଇଁଷିଙ୍କୁ କୁମ୍ଭୀର ମାନେ ଟାଣି ନେଇଥିଲେ । ଏନେଇ ଗ୍ରାମବାସୀ ଖବର ଜାଣିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ମଇଁଷିଙ୍କୁ ଉଦ୍ଧାର କରିବା ସହ ନିଖୋଜ ମଇଁଷିମାନଙ୍କୁ ଖୋଜୁଛି । 

ସୂଚନାନୁସାରେ, ସବୁଦିନ ଭଳି ଏକମାଣିଆ ଗାଁର ଗଣେଶ ଦାସଙ୍କର ୩୦ ମଇଁଷି, ଜଗନ୍ନାଥ ଦାସଙ୍କ ୩୦ ଏବଂ ନଳପାହି ଗାଁର ପରମାନନ୍ଦ ବିଶ୍ୱାଳଙ୍କ ୧୨ ମଇଁଷି ଚରିବାକୁ ଯାଇଥିଲେ l ମଇଁଷିମାନେ ନଦୀ ସଲଗ୍ନ ନାଳ ପାର୍ଶ୍ଵରେ ଚରୁଥିବା ସମୟରେ ହଠାତ୍ ନଦୀରୁ କୁମ୍ଭୀର ପଲ ସେମାନଙ୍କୁ ଆକ୍ରମଣ କରିଥିଲେ  । ମଇଁଷିମାନେ ଭୟଭୀତ ହୋଇ ଦକ୍ଷିଣଡିହା ଗାଁ ଦେଇ ଯାଇଥିବା ନାଳ ଭିତରକୁ ପଶିଯାଇଥିଲେ l ତେବେ କୁମ୍ଭୀର ଆକ୍ରମଣରେ ୩୦ଟି ମଇଁଷଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦମଳକଳ ବାହିନୀ ମୃତଦେହକୁ ଉଦ୍ଧାର କରି ନିଖୋଜ ମଇଁଷିଙ୍କୁ ଖୋଜାଖୋଜି କରୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.