ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ତୁଳସୀ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ, ଗ୍ରାମବାସୀଙ୍କ ବିକ୍ଷୋଭ ପରେ ଇସ୍ପାତ ଓ ଖଣି ବିଭାଗର ନୋଟିସ୍

Published By : Rasmita Pradhan | August 16, 2025 1:44 PM

ମାଲକାନଗିରି, ୧୬/୮ : ସବୁଜ ବିନାନୀ ତୁଳସୀ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ଘଟଣା। ଗ୍ରାମବାସୀଙ୍କ ବିକ୍ଷୋଭ ପରି ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ। କାହା ନିର୍ଦ୍ଦେଶରେ ପଥର ବ୍ଲାଷ୍ଟିଂ କରା ଯାଉଥିଲା ବୋଲି ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶା ନୋଟିସ୍ ଜାରି କରାଯାଇଛି। 

ସୂଚନାନୁଯାୟୀ, ଲାଲଗଡ଼ ଭାବେ ପରିଚିତ ଥିବା ମାଥିଲି ବ୍ଲକ ଟେମୁରପାଲୀ ପଞ୍ଚାୟତର ତୁଳସୀ ପାହାଡ଼ରେ ରାସ୍ତା ନିର୍ମାଣ ନାମରେ ବେଆଇନ ବ୍ଲାଷ୍ଟିଂ କରି ଆନ୍ଧ୍ର କମ୍ପାନୀ କ୍ରସର୍ କରୁଛି। ଗତ ଦୁଇ ଦିନ ହେଲା ଏହି ବ୍ଲାଷ୍ଟିଂ ଚାଲିଥିବାରୁ ପଥର ଖଣ୍ଡ ଗୁଡ଼ିକ ଛିଟିକି ନିକଟସ୍ଥ ଗାଁ ଓ ଚାଷ ଜମିରେ ପଡ଼ୁଛି। ଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିପରି ରାସ୍ତା ତିଆରି ନାଁରେ ହାଇଗ୍ରୀଭା ଠିକା କମ୍ପାନୀ ହଜାର ହଜାର ଗଛ କାଟି ସଫା କରିଦେଇଛି। ଏହାକୁ ବିରୋଧ କରି ତୁଳସୀ ପାହାଡ଼ ଅଞ୍ଚଳର ଗ୍ରାମବାସୀ କ୍ରସର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗାଁରେ ଶୋଭାଯାତ୍ରା କରିଥିଲେ। ଗାଁକୁ ରାସ୍ତା ନିର୍ମାଣ ହେଉ କିନ୍ତୁ ବ୍ଲାଷ୍ଟିଂ କରାନଯାଉ ବୋଲି ଦାବି କରିଥିଲେ। ଏନେଇ ଖବର ପାଇବା ପରେ ମାଲକାନଗିରି ଜିଲ୍ଲା ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାହା ନିର୍ଦ୍ଦେଶରେ ପଥର ବ୍ଲାଷ୍ଟିଂ କରା ଯାଉଥିଲା, ସେ ସମ୍ପର୍କରେ ସମ୍ପୃକ୍ତ ଠିକା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଛି ବୋଲି ଖଣି ଓ ଇସ୍ପାତ ଅଧିକାରୀ ସତ୍ୟେନ୍ଦ୍ର ସରଦାର କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.