ମାଥିଲି, ୧୬/୦୮ : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ। ରାସ୍ତା ତିଆରି ନାଁରେ ରାସ୍ତା କଡ଼ରେ ବିସ୍ଫୋରଣ କରୁଛି ଆନ୍ଧ୍ରର ଠିକା କମ୍ପାନୀ। ବିନା ଅନୁମୋଦନରେ ଚାଲିଛି କାମ। ଦିନ ଦ୍ଵିପ୍ରହରେ ଚାଲିଛି ଖୁଲମ ଖୁଲା ବିସ୍ଫୋରଣ।
ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲାର ତୁଳସୀ ପାହାଡ଼ ଛତିଶଗଡ଼ ସୀମାରେ ରହିଥିବା ବେଳେ ଏବେ ବି ଏଠାରେ ମାଓ ଉପଦ୍ରବ ଜାରି ରହିଛି। ଏଠାରେ ଏବେ ଆନ୍ଧ୍ରର ଏକ ଠିକା କମ୍ପାନୀ ବେଆଇନ ଭାବେ ପାହାଡ଼ ଉପରେ ବ୍ଲାଷ୍ଟିଂ କରୁଛି। ବିନା କୌଣସି ଅନୁମୋଦନରେ କାମ ଚାଲିଛି। ବିସ୍ଫୋରଣ ସ୍ଥାନ ଠାରୁ ୨ କିମି ଦୂରରେ ବିଏସଏଫ କ୍ୟାମ୍ପ ରହିଛି। ମାଓ ପ୍ରବଣ ଅଞ୍ଚଳରେ କମ୍ପାନୀ ବିସ୍ଫୋରକ ସାମଗ୍ରୀ କାହା ଅନୁମତିରେ ନେଇ ବିସ୍ଫୋରଣ କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ତଳେ ବେଆଇନ ବ୍ଳାଷ୍ଟିଂ ଓ କ୍ରସର ସ୍ଥାପନ ପରେ ପ୍ରଦୂଷଣ ଓ ଖଣି ବିଭାଗ ଚଢ଼ାଉ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏବେ ପୁଣି ଥରେ ବେଆଇନ ବ୍ଲାଷ୍ଟିଂ ହେଉଥିବା ଦେଖିବାକୁ ମିଳିଛି।