ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

୨୩ରୁ ବେଙ୍ଗାଲୁରୁକୁ ଉଡ଼ିବ ଷ୍ଟାର୍‌ ଏୟାର ବିମାନ, ଝାରସୁଗୁଡ଼ାରୁ ସପ୍ତାହକୁ ଦୁଇ ଦିନ କରିବ ଚଳାଚଳ

Published By : Manoj | August 16, 2025 9:21 AM

ଝାରସୁଗୁଡ଼ା,୧୬/୦୮: ବେଙ୍ଗାଲୁରୁ ଓ ଝାରସୁଗୁଡ଼ା ମଧ୍ୟରେ  ଆସନ୍ତା ୨୩ ତାରିଖ ଠାରୁ ଦ୍ୱିତୀୟ ବିମାନ ଚଳାଚଳ କରିବ । ଷ୍ଟାର୍‌  ଏୟାର ପକ୍ଷରୁ ପ୍ରକାଶିତ ସମୟ ସାରଣୀରେ ଏନେଇ ସୂଚନା  ମିଳିଛି । ବେଙ୍ଗାଲୁରୁ-ଝାରସୁଗୁଡ଼ା ସେକ୍ଟରରେ ପୂର୍ବରୁ ଇଣ୍ଡିଗୋ  ପକ୍ଷରୁ ବିମାନ ସେବା ଜାରି ରହିଥିବା ବେଳେ ଏବେ ଷ୍ଟାର୍‌ ଏୟାର  ଏହି ସେକ୍ଟରରେ ବିମାନ ଚଳାଚଳ ଲାଗି ନେଇଥିବା ପଦକ୍ଷେପ  ଯାତ୍ରୀ ମହଲରେ ଖୁସି ସଞ୍ଚାର କରିଛି ।  

ଘୋଷିତ ନୂତନ ସମୟ ସାରଣୀ ଅନୁଯାୟୀ ଚଳିତ  ମାସ ୨୩ ତାରିଖ ଦିନ ଷ୍ଟାର୍‌ ଏୟାରର ବିମାନ ବେଙ୍ଗାଲୁରୁ  ବିମାନବନ୍ଦରରୁ ଅପରାହ୍ନ ୩ ଟା ୩୫ ମିନିଟରେ ଉଡ଼ାନ ଭରିବ ।  ଯାହାକି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ  ଅପରାହ୍ନ ୫ଟା ୪୫ ମିନିଟରେ ପହଞ୍ଚିବ । ସେହିପରି  ଝାରସୁଗୁଡ଼ାରୁ ରାତ୍ରୀ ୮ଟା ୪୦ ମିନିଟରେ ବିମାନ ବେଙ୍ଗାଲୁରୁ  ଅଭିମୁଖେ ଯାତ୍ରା କରିବା ସହ ଲକ୍ଷ୍ୟ ସ୍ଥଳରେ ୧୦ଟା ୫୦  ମିନିଟରେ ପହଞ୍ଚିବ । ସପ୍ତାହର ଗୁରୁବାର ଏବଂ ଶନିବାର ଦିନ  ଏହି ବିମାନ ଚଳାଚଳ କରିବ । ୨୩ ଅଗଷ୍ଟରୁ ୨୫ ଅକ୍ଟୋବର  ଯାଏ ଏହି ସମୟରେ ବିମାନ ଚଳାଚଳ କରିବ ।   

ସେହିପରି ଆସନ୍ତା ୧୬ ତାରିଖ ଠାରୁ ଭୁବନେଶ୍ୱର-ଝାରସୁଗୁଡ଼ା ସେକ୍ଟରରେ ବିମାନ ସେବା ଆରମ୍ଭ କରିବ  ଷ୍ଟାର୍‌ ଏୟାର । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ରାତ୍ରୀ ୭ଟା  ୨୦ ମିନିଟରେ ବିମାନ ଉଡ଼ିବା ସହ ଭୁବନେଶ୍ୱରରେ ରାତ୍ରୀ  ୮ଟା ୦୫ ମିନିଟରେ ପହଞ୍ଚିବ । ଭୁବନେଶ୍ୱରରୁ ଝାରସୁଗୁଡ଼ା  ଅଭିମୁଖେ ରାତ୍ରୀ ୮ଟା ୩୦ ମିନିଟରେ ବିମାନ ଉଡ଼ିବା ସହ  ଝାରସୁଗୁଡ଼ାରେ ୯ଟା ୧୫ ମିନିଟରେ ପହଞ୍ଚିବ । ଷ୍ଟାର୍‌ ଏୟାର ପକ୍ଷରୁ ଝାରସୁଗୁଡ଼ା ଦେଇ ହାଇଦ୍ରାବାଦ, ଲକ୍ଷ୍ନୌ, ରାୟପୁରକୁ  ବିମାନ ଚଳାଚଳ ପୂର୍ବରୁ ଜାରି ରହିଥିବା ବେଳେ ନୂତନ ସମୟ  ସାରଣୀ ଘୋଷଣା କରାଯାଇଛି ଯାହାକି ୨୩ ଅଗଷ୍ଟରୁ ୨୫  ଅକ୍ଟୋବର ଯାଏ କାର୍ଯ୍ୟକାରୀ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.