ଅନୁଗୁଳ, ୧୭।୮: ଅନୁଗୁଳ ରାଣୀଗୋଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଜଣାପଡ଼ିଛି । ସେ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କ ନାଁ ବାପି ବିଶ୍ୱାଳ ବୋଲି ସୂଚନା ମିଳିଛି । ୩ଜଣ ଦୁର୍ବୃତ୍ତ ତାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ତେବେ ଯୁବକ ଜଣଙ୍କୁ କାହିଁକି ହତ୍ୟା କଲେ ଏହା ପଛର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥାଏ ବୋଲି ଅନୁମାନ କରାଯାଉଛି । ମେଡିକାଲର ଶବଗୃହ ମୃତଦେହକୁ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି ।