ତୁରେକେଲା, ୧୭।୯: ତୁରେକେଲା ଥାନା ମହୁଲବାହାଲି ଗାଁରେ ଅଭାବନୀୟ ଘଟଣା । ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ଜଣକ ସନ୍ତୋଷିନୀ ମାଝୀ ବୋଲି ଜଣାପଡ଼ିଛି । ଆତ୍ମହତ୍ୟା ନୁହେଁ ଝିଅକୁ ହତ୍ୟା କରାଯାଇଥିବା ନେଇ ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି ସନ୍ତୋଷିନୀଙ୍କ ବାପା ଘର ଲୋକ ।
ପୋଲିସ ଅଭିଯୋଗକୁ ଭିତ୍ତି କରି ମୃତ ସନ୍ତୋଷିନୀଙ୍କ ସ୍ୱାମୀକୁ ଥାନାରେ ଅଟକ ପଚରାଉଚରା କରୁଛି । ଅନ୍ୟପଟେ ବଲାଙ୍ଗିର ଜିଲ୍ଲା ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରୁଛି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ତହସିଲଦାର ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।