ପ୍ରମୂଖ ଖବର

ୟୁପି ଏଟିଏସ୍‌ କଷ୍ଟଡିରେ ସୀମା ହାଇଦର: ପାକିସ୍ତାନୀ ସେନାରେ ଭାଇ ସୈନିକ ଓ ଦାଦା ସୁବେଦାର, ଗୁପ୍ତଚର ହେବାର ବଢିଲା ସନ୍ଦେହ

ନୂଆଦିଲ୍ଲୀ,୧୭।୭: ଦେଶରେ ବର୍ତ୍ତମାନ ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏସବୁ ଭିତରେ ସୀମା ହାଇଦର ପାକିସ୍ତାନୀ ଗୁପ୍ତଚର ହୋଇଥିବା ଅଭିଯୋଗ ହୋଇଛି। ୟୁପି ଏଟିଏସ୍ ଟିମ୍ ପାକିସ୍ତାନୀ ବାସିନ୍ଦା ସୀମା ହାୟଦାରଙ୍କୁ କଷ୍ଟଡିରେ ନେବା ସହ   ପଚରାଉଚରା ଆରମ୍ଭ କରିଛି। ସୀମା ଆରମ୍ଭରୁ  ଆରମ୍ଭରୁ ଏଟିଏସର ରାଡାରରେ ଥିଲେ, ସେ ତାଙ୍କ ପ୍ରେମିକ ସଚିନଙ୍କୁ ଭେଟିବା ପାଇଁ ନେପାଳ ବାଟ ଦେଇ ଭାରତ ଆସିଥିଲେ। ବର୍ତ୍ତମାନ ହ୍ବାଟସଆପ୍ ଚାଟ୍ ଏବଂ ସମସ୍ତ ପ୍ରମାଣ ଆଧାରରେ ଏଟିଏସ୍ ଟିମ୍ ଅଧିକ ପଚରାଉଚରା କରିବ।

ଏହା ସହିତ ସୀମାଙ୍କ ପରିଚୟ ପତ୍ର ହାଇ କମିଶନଙ୍କ ନିକଟକୁ ପଠାଯାଇଛି ଏବଂ ଜାଣିବାକୁ ମିଳିଛି ଯେ ସୀମାର ଦାଦା ପାକିସ୍ତାନୀ ସେନାରେ ସୁବେଦାର ଏବଂ ସୀମାର ଭାଇ ଜଣେ ପାକିସ୍ତାନୀ ସୈନିକ ଭାବରେ କାର୍ଯ୍ୟରତ। ଭାରତର ସୁରକ୍ଷା ଏଜେନ୍ସି ଏବେ ସୀମାକୁ ପଚରାଉଚରା କରିବ। ପ୍ରେମ କାହାଣୀ ଠାରୁ ଆରମ୍ଭ କରି ଭାରତ ଆସିବା ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ତଦନ୍ତ କରାଯାଉଛି। ୟୁପି ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୀମା ଜଣେ ପାକିସ୍ତାନୀ ନାଗରିକ ଏବଂ ତାଙ୍କ ଆଗମନରେ ଅନେକ ସମସ୍ୟା ରହିଛି। ଏଭଳି ପରିସ୍ଥିତିରେ ତାଙ୍କୁ ପଚରାଉଚରା କରିବା ଆବଶ୍ୟକ, ସେଥିପାଇଁ ଦେଶର ସୁରକ୍ଷାରେ ଥିବା ସମସ୍ତ ଏଜେନ୍ସି ତାଙ୍କୁ ପଚରାଉଚରା କରିବେ।

{"id":600228,"width":1108,"height":626,"sizeSlug":"full","linkDestination":"none"}

ଉଲ୍ଲେଖନୀୟ,PUBG ମାଧ୍ୟମରେ ସଚିନ ଓ ସୀମା ୨୦୧୯ରୁ ପରସ୍ପରର ସଂପର୍କରେ ଥିଲେ। ଧୀରେ ଧୀରେ ସେମାନଙ୍କ ସଂପର୍କ ବଢ଼ିଲା ଓ ଏହା ପ୍ରେମରେ ପରିଣତ ହୋଇଗଲା। ଶେଷରେ ସେମାନେ ଭାରତରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ।ସୀମା ହାଇଦର ପାକିସ୍ତାନର ସିନ୍ଧ୍ ପ୍ରଦେଶର ବାସିନ୍ଦା। ୨୦୧୪ରେ ବିବାହ ପରଠୁ ସେ କରାଚିରେ ରହୁଥିଲେ। ଚଳିତ ମାସ ୪ ତାରିଖରେ ତାଙ୍କୁ ଭାରତରେ ଗିରଫ କରାଯାଇଥିଲା। କାରଣ ସେ ବିନା ଭିସାରେ ନେପାଳ ଦେଇ ଭାରତରେ ପ୍ରବେଶ କରିଥିଲେ।

୨୭ ବର୍ଷୀୟା ସୀମା ଭାରତରେ ଥିବା ତାଙ୍କ ପ୍ରେମିକ ସଚିନଙ୍କ ସହିତ ରହିବାକୁ ଆସିଛନ୍ତି। ସାଙ୍ଗରେ ସେ ତାଙ୍କର ୪ ଛୁଆଙ୍କୁ ମଧ୍ୟ ଆଣିଛନ୍ତି। ବେଆଇନ ଭାବେ ଦେଶରେ ପଶିଥିବା ସୀମା ହାଇଦରଙ୍କୁ ଶରଣ ଦେଇଥିବାରୁ ସଚିନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏବେ ସୀମାଙ୍କ ବିଷୟରେ ନୂଆ କଥା ଜଣାପଡିଥିବା ବେଳେ ସେ ପାକିସ୍ତାନ ଗୁପ୍ତଚର ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.