ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

U ୧୯ ଏସିଆ କପ୍ ଫାଇନାଲ, ବାଂଲାଦେଶକୁ ହରାଇ ଟ୍ରଫି ହାତେଇଲା ଭାରତ

Published By : Ankita S | December 22, 2024 12:06 PM

ନୂଆଦିଲ୍ଲୀ,୨୨/୧୨: ଦମଦାର ପ୍ରଦର୍ଶନ କରି ଅଣ୍ଡର-୧୯ ମହିଳା ଏସିଆ କପ୍ ଫାଇନାଲରେ ବାଜି ମାରି ନେଇଛି ଭାରତ । ଟ୍ରଫି ଟକ୍କରରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରି ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ଏହା ପ୍ରଥମ ଏସିଆ କପ୍ ଟାଇଟଲ । ଭାରତ ପକ୍ଷରୁ ୫୨ ରନ କରିଥିବା ଜି ତ୍ରିଶା ପ୍ଲେୟାର ଅଫ୍ ଦି ମ୍ୟାଚ ଓ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।

କୁଆଲାଲ୍ଲାପୁରର ବୟୁମାସ ଓବଲରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୨୦ ଓଭରରେ ୭ ୱିକେଟ ହରାଇ ୧୧୭ ରନ କରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଜି. ତ୍ରିଶା ସର୍ବାଧିକ ରନ କରିଥିଲେ । ୪୭ବଲରେ ୫୨ରନ (୫ଟି ଚୌକା ଓ ୨ଟି ଛକା) ପାଳି ଖେଳିଥିଲେ । ତ୍ରିଶାଙ୍କର ଏହି ଦମଦାର ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ସହ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମିଥାଲି ବିନୋଦ ୧୭ରନ, ଅଧିନାୟିକା ନିକି ପ୍ରସାଦ ୧୨ ରନ ଓ ଆୟୁଷୀ ଶୁକ୍ଳା ୧୦ ରନ କରିଥିଲେ ।ବାଂଲାଦେଶକୁ ୧୧୮ରନର ଟାର୍ଗେଟ ଦେଇଥିଲା ଭାରତ । ଭାରତ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଦମଦାର ରହିଥିଲା । ଗ୍ରୁପ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାକୁ ହରାଇ ଫାଇନାଲ ଟିକେଟ ହାତେଇଥିବା ଭାରତ । ପ୍ରଥମ ଏସିଆ କପ ଜିତି ଐତିହାସିକ ଉପଲବ୍ଧି ହାସଲ କରିଛି ଟିମ୍ ଇଣ୍ଡିଆ ।

୧୧୮ରନ ଟାର୍ଗେଟ ପିଛା କରି ବାଂଲାଦେଶ ଆରମ୍ଭରୁ ଟଳମଳ ହୋଇଥିଲା । ୧୦୦ ଛୁଇଁ ପାରିନଥିଲା ଦଳ । ଦଳୀୟ ସ୍କୋର ୭୬ରେ ବାଂଲାଦେଶ ଅଲଆଉଟ ହୋଇଥିଲା । ୪୧ରେ ପରାସ୍ତ ହୋଇଥିଲା ଦଳ । ବାଂଲାଦେଶର ୯ ଜଣ ବ୍ୟାଟ୍ସମ୍ୟାନ ଏକକ ଅଙ୍କ ରନ  କରିଥିଲେ । ଭାରତୀୟ ବୋଲରଙ୍କ ଜାଲରେ ଫସି ଯାଇଥିଲେ ବାଂଲାଦେଶ ବ୍ୟାଟର । ଦଳ ପକ୍ଷରୁ କେବଳ ୩୦ ବଲରେ ସର୍ବଧିକ ୨୨ ରନ କରିଛନ୍ତି ୱିକେଟ କିପର ଜୁଏରିୟା । ଭାରତ ପକ୍ଷରୁ ଆୟୁଷୀ ଶୁକ୍ଲା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.