ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଜାଡେଜାଙ୍କ ପ୍ରେସ୍ କନଫ୍ରେନ୍ସରେ ବିବାଦ: ଅଷ୍ଟ୍ରେଲୀୟ ସାମ୍ବାଦିକଙ୍କ ଦାଦାଗିରି, ମିଡିଆ ମ୍ୟାନେଜରଙ୍କୁ କଲେ ଖରାପ ବ୍ୟବହାର

Published By : Prameya | December 21, 2024 5:51 PM

ମେଲବୋର୍ଣ୍ଣ,୨୧।୧୨: ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେଠାରେ ଆୟୋଜକ ଟିମ୍‌ ବିପକ୍ଷରେ ୫ଟି ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ବ୍ୟସ୍ତ ରହିଛି। ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ପର୍ଥରେ ଖେଳାଯାଇଥିଲା, ଯାହାକୁ ଭାରତ ୨୯୫ ରନ୍‌ରେ ଜିତିଥିଲେ। ଏହାପରେ ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦ ଓ୍ବିକେଟରେ ଜିତିଥିଲା। ଏହାପରେ ଗାବା ଟେଷ୍ଟ ଡ୍ର’ ରହିଥିଲା। ୫ ମ୍ୟାଚ୍‌ର ସିରିଜ୍ ବର୍ତ୍ତମାନ ୧-୧ ରେ ରହିଥିଲା। ଏବେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ୨୬ ଡିସେମ୍ବରରୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା। 

ମେଲବର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଟିମ୍ ପ୍ରାକ୍ଟିସ୍‌ରେ ଲାଗି ରହିଛି। ୨୧ ଡିସେମ୍ବର(ଶନିବାର) ଭାରତୀୟ ଟିମ୍‌ର ଏମ୍‌ସିଜିରେ ପ୍ରଥମ ପ୍ରାକ୍ଟିସ୍ ସେସନ୍ ଥିଲା। ପ୍ରାକ୍ଟିସ୍‌ ସେସନ୍‌ ଭିତରେ ରବିନ୍ଦ୍ର ଜାଡେଜା ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଜାଡେଜା ପ୍ରେସ୍ କନଫ୍ରେନ୍ସ ବେଳେ ହିନ୍ଦୀରେ ପ୍ରଶ୍ନର ଉତ୍ତର ଦେଇଥିଲେ। ପିସି ଶେଷରେ ଅଷ୍ଟ୍ରେଲିଆ ସାମ୍ବାଦିକ ଜାଡୋଜାଙ୍କୁ ଇଂରାଜୀରେ ପ୍ରଶ୍ନ ପଚାରିବାକୁ ଚାହିଁଥିଲେ, ତେବେ ଜାଡେଜା ପ୍ରେସ୍ କନଫ୍ରେନ୍ସ ଛାଡିବାର ନିଷ୍ପତ୍ତି ନେଇଥିଲେ ଓ କହିଥିଲେ ତାଙ୍କୁ ବସ୍‌ରେ ଯିବାର ଅଛି।  

ସମୟ ଅଭାବନରୁ କିଛି ଭାରତୀୟ ସାମ୍ବାଧିକ ମଧ୍ୟ ପ୍ରଶ୍ନ ପଚାରି ପାରିନଥୀଲେ। ତେବେ ଅଷ୍ଟେ୍ରଲିଆ ମିଡିଆ ଜାଡେଜାଙ୍କ ଉପରେ ଅସନ୍ତୁଷ୍ଟ ଥିଲା। ଭାରତୀୟ ଟିମ୍ ମ୍ୟାନେଜର ମୌଲିନ ପାରେଖ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏହି ପ୍ରେସ କନଫ୍ରେନ୍ସ କେବଳ ଭାରତୀୟ ଗଣମାଧ୍ୟମ ପାଇଁ ଥିଲା, କିନ୍ତୁ ଅଷ୍ଟ୍ରେଲୀୟ ମିଡିଆ ଏହି କଥାକୁ ଗ୍ରହଣ କରିନଥିଲା। କିଛି ଅଷ୍ଟ୍ରେଲୀୟ ସାମ୍ବାଦିକ ଟିମ୍ ଇଣ୍ଡିଆର ମିଡିଆ ମ୍ୟାନେଜର ମୌଲିନ୍ ପାରିଖଙ୍କ ଉପରେ ରାଗି ଯାଇଥିଲେ। ଏପରିକି ତାଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହା ପୂର୍ବରୁ ମଧ୍ୟ ବିରାଟ କୋହଲି ଓ ଅଷ୍ଟ୍ରେଲୀୟ ମହିଳା ସାମ୍ବାଦିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇସାରିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.