ପ୍ରମୂଖ ଖବର
  • ମୋହନା : ୧୦୪ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • CHSE ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ, ୮୦ ରୁ ୨୪ ରଖିଲେ ହେବେ ପାସ୍‌
  • ||
  • ପ୍ରକାଶ ପାଇଲା OTET ରେଜଲ୍ଟ, ୱେବ୍‌ସାଇଟ୍‌ରେ ଦେଖି ପାରିବେ ପରୀକ୍ଷା ଫଳ
  • ||
  • ଲମତାପୁଟରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌, ୩୮ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • କରମଡ଼ିହି ଗଣହତ୍ୟା ମାମଲା, ୨୪ ଦିନ ପରେ ୭ ଅଭିଯୁକ୍ତ ଗିରଫ
  • ||
  • ରାତି ପାହିଲେ ପ୍ରଥମାଷ୍ଟମୀ, ହଳଦୀପତ୍ର ମହକୁଛି ବଜାର
  • ||
  • କୋରାପୁଟ: ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌: ୪ ମୃତ
  • ||
  • ଓଡ଼ିଶାର ୩ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର,ଆଜି ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କରାଯିବ
  • ||
  • ମୁଲୁଗୁରେ ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା
  • ||
  • ଓଡ଼ିଶା ପର୍ବ-୨୦୨୪: ନୂଆଦିଲ୍ଲୀରେ ଝଲସିବ ଓଡ଼ିଆ କଳା, ସଂସ୍କୃତି, ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ
  • ||
  • ଲମତାପୁଟ : ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବର୍ଡର-ଗାଭାସ୍କର ଟ୍ରଫି:ଅଷ୍ଟ୍ରେଲିଆଠୁ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ପେସରଙ୍କ ସ୍ୱର୍ଗରେ ବ୍ୟାଟରଙ୍କ ପାଇଁ ପରୀକ୍ଷା
  • ||

ଋଷର ମିସାଇଲ୍‌ ଆକ୍ରମଣ ଧମକ ପରେ ୟୁକ୍ରେନ୍‌ର ସଂସଦ ଅଧିବେଶନ ରଦ୍ଦ

Image Courtesy: bloomberg

ନୂଆଦିଲ୍ଲୀ: ଋଷ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ନେଇ ଧମକ ପରେ ୟୁକ୍ରେନ୍‌ ସଂସଦ ଅଧିବେଶନ ରଦ୍ଦ କରାଯାଇଛି । ଡିପ୍ରୋ ଉପରେ ହାଇପରସୋନିକ ମିସାଇଲ୍‌ ମାଡ଼ କରି ଋଷ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଚେତାବାନୀ ଦେଇଛି ବୋଲି କ୍ରେମଲିନ୍‌ କହିବା ପରେ ଏବେ କିଭ୍‌ରେ କୋକୁଆ ଭୟ । ଶୁକ୍ରବାର କିଭରେ ଥିବା ୟୁକ୍ରେନ୍‌ ସଂସଦର ଅଧିବେଶନ  ଋଷ ପଟୁ ସମ୍ଭାବ୍ୟ ମିସାଇଲ୍‌ ମାଡ଼ ଭୟରେ ରଦ୍ଦ କରିଦିଆଯାଇଛି ବୋଲି ଦେଶର ଜଣେ ସାଂସଦ ସୂଚନା ଦେଇଛନ୍ତି ।  

ଆମେରିକା ସମେତ ଅନ୍ୟ କେତେକ ଦେଶ କିଭରେ ଥିବା ନିଜ ନିଜର ଦୂତାବାସ ବନ୍ଦ କରିଦେଇଛନ୍ତି ।  ଏହା ପରେ ଜେଲେନସ୍କି ସରକାରଙ୍କ ଭୟ ଆହୁରି ବୃଦ୍ଧି ପାଇଛି ।  କିଭ୍‌ରେ ଥିବା ବାଣିଜ୍ୟିକ କାର୍ଯ୍ୟାଳୟଗୁଡ଼ିକ ଲାଗି ମାର୍ଗଦର୍ଶିକା ଜାରି ହୋଇଥିବା ବେଳେ ଆକ୍ରମଣର ଭୟ ଥିବା ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ବୋଲି ସାଂସଦ ମାଇକ୍ୟତା ପୋଟୁରାଇଭ୍‌ କହିଛନ୍ତି । ଅନ୍ୟ ଜଣେ ସାଂସଦ ଓଲେକ୍ସି ଗୋଞ୍ଚାରେଙ୍କୋ ସରକାରଙ୍କ ସଂସଦ ଅଧିବେଶନ ରଦ୍ଦ ନିଷ୍ପତ୍ତି ହାସ୍ୟାଷ୍ପଦ ବୋଲି କହିଛନ୍ତି ।  ଏହା ଦ୍ବାରା କିଭରେ ଆହୁରି ଭୟର ବାତାବରଣ ଖେଳିଯିବ । ଆଉ ଏହା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସୁହାଇବ ବୋଲି ସେ କହିଛନ୍ତି । 

ସେପଟେ ରାଷ୍ଟ୍ରପତି କାର୍ଯ୍ୟାଳୟରେ ପୂର୍ବଭଳି କାର୍ଯ୍ୟ ଜାରି ରହିଛି ବୋଲି ଭୋଲଦିମିର ଜେଲେନସ୍କିଙ୍କ ପ୍ରବକ୍ତା କହିଛନ୍ତି । ତେବେ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଲଗାତାର କିଭ୍‌କୁ ଟାର୍ଗେଟ କରିଆସିଛି ଋଷ । ମଙ୍ଗଳବାର ପୁଟିନ୍‌ କହିଥିଲେ ଯେ, ଋଷ ପ୍ରଥମ ଥର ଯୁଦ୍ଧରେ ଆଇସିବିଏମ୍‌ ବ୍ୟବହାର କରିଛି । ଆମେରିକାର ଅନୁମତି ପରେ ଋଷରେ ୟୁକ୍ରେନ୍‌ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିବା ଜବାବରେ ଋଷ ଏହି ପଦକ୍ଷେପ ନେଇଛି ବୋଲି ପୁଟିନ୍‌ କହିଥିଲେ ।  

  • Russia Military
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.