ପ୍ରମୂଖ ଖବର
  • କୋରାପୁଟ: ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌: ୪ ମୃତ
  • ||
  • ଓଡ଼ିଶାର ୩ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର,ଆଜି ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କରାଯିବ
  • ||
  • ମୁଲୁଗୁରେ ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା
  • ||
  • ଓଡ଼ିଶା ପର୍ବ-୨୦୨୪: ନୂଆଦିଲ୍ଲୀରେ ଝଲସିବ ଓଡ଼ିଆ କଳା, ସଂସ୍କୃତି, ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ
  • ||
  • ଲମତାପୁଟ : ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବର୍ଡର-ଗାଭାସ୍କର ଟ୍ରଫି:ଅଷ୍ଟ୍ରେଲିଆଠୁ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ପେସରଙ୍କ ସ୍ୱର୍ଗରେ ବ୍ୟାଟରଙ୍କ ପାଇଁ ପରୀକ୍ଷା
  • ||

ଆଦାନୀ ଗ୍ରୁପ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ; ସେୟାର ବଜାରରେ ବିସ୍ପୋରଣ

image courtesy:- economictimes

ନୂଆଦିଲ୍ଲୀ: ଭାରତ ଶେୟାର ବଜାରରୁ ବୁଡିଗଲା କୋଟିକୋଟି ଟଙ୍କା । କେବଳ ଭାରତୀୟ ନୁହେଁ ବିଦେଶୀ ନିବେଶକ ମାନେ ମଧ୍ୟ ଶେୟାର ବଜାରରୁ ମୁହଁ ଫେରାଇଛନ୍ତି । କୋଟିପତି ବ୍ୟାବସାୟୀ ଗୈାତମ ଆଦାନୀଙ୍କ ଉପରେ ଲାଞ୍ଚ ମାମଲା ଥିବା ନେଇ ଆମେରିକା ଆଇନ ବିଭାଗ ଆରୋପ ଲଗାଇବା ପରେ ଶେୟାର ମାର୍କେଟର ଗ୍ରାଫ ତଳମୁହାଁ ରହିଛି । କିଛିମାସ ଆଗରୁ ଆମେରିକୀୟ ସଂସ୍ଥା ହିଣ୍ଡେନସ ବର୍ଗ ଓ ଏବେ ଆମେରିକା ଆଇନ ବିଭାଗଙ୍କର ଏହି ବିସ୍ପୋରକ ବୟାନ ଭାରତୀୟ ଶେୟାର ବଜାରରେ କମ୍ପନ ସୃଷ୍ଟି କରିଛି । 

ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କ ଉପରେ କୋଟିକୋଟି ଡଲାରର ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିଛି ଆମେରିକାର ଆଇନ ବିଭାଗ । ଆଦାନୀଙ୍କ ପୁତୁରା ସାଗର ଆଦାନୀଙ୍କ ସହ ଆଉ ୭ ବରିଷ୍ଠ ଅଧିକାରୀ ଏହି ଘଟଣାରେ ସମିଲ ଥିବା ନେଇ ଆଇନ ବିଭାଗ ଦାବି କରିଛି । ଶକ୍ତି ବିତରଣ କ୍ଷେତ୍ରରେ ଥିବା ବିଭିନ୍ନ କଣ୍ଟ୍ରାକ୍ଟ ହାସଲ ପାଇଁ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ୨୫୦ ମିଲିୟନ ଡଲାର(୨୨୩୬ କୋଟି ଟଙ୍କା) ଠୁ ଅଧିକ ଲାଞ୍ଚ ଦେବା ପାଇଁ ଯୋଜନା କରିଥିବା ସମସ୍ତଙ୍କ ଉପରେ ଅଭିଯୋଗ ଲାଗିଛି । ଏହି ଲାଞ୍ଚ ୨୦୨୦ରୁ ୨୦୨୪ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି ବୋଲି ମଧ୍ୟ ଏହାର ଅଧ୍ୟାଦେଶରେ କୁହାଯାଇଛି । 

ଆଦାନୀ ଗ୍ରୀନ ଏନର୍ଜିର ଏକ ଶାଖା କମ୍ପାନୀ ହେଉଛି ଇଣ୍ଡିଆନ ଏନର୍ଜି କମ୍ପାନୀ। ଏହା ଆମେରିକିୟ କମ୍ପାନୀ ୟୁଏସ ଇସୁଅର(US Issuer) ସହ ମିଳିତ ଭାବେ ଷ୍ଟେଟ-ଓନ୍ଡ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ (SECI) ପାଇଁ ୧୨ ଗିଗାଓ୍ବାଟର ସୋଲାର ପାଓ୍ବାର ବିତରଣ ଉପରେ କାର୍ଯ୍ୟ କରୁଥିଲେ । ଏହି ପ୍ରୋଜେକ୍ଟକୁ କେହି କ୍ରେତା ନମିଳିବାରୁ ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ଏହାର ବିଡକୁ ରାଜ୍ୟରେ ବିତରଣ ପାଇଁ ବାଧ୍ୟ କରାଯାଉଥିଲା ବୋଲି ଆମେରିକାର ନ୍ୟାୟିକ କୋର୍ଟରେ କୁହାଯାଇଛି । 

ଗୁରୁବାର ଏହି ଘଟଣା ସମ୍ନାକୁ ଆସିବା ପରେ ଭାରତୀୟ ଶେୟାର ବଜାର ତଳମୁହାଁ ହୋଇଛି । ୪୦୦ରୁ ଅଧିକ ପଏଣ୍ଟର କ୍ଷତି ସହି ବଜାର ବନ୍ଦ ହୋଇଥିଲା । ଆଦାନୀ ଗ୍ରୃପର ଶେୟାର ସବୁଠୁ ଅଧିକ ଖରାପ ପ୍ରଦର୍ଶନ କରିଥିଲେ ଯାହା ଫଳରେ କମ୍ପାନୀକୁ ମୋଟ ୨ ଲକ୍ଷ କୋଟିରୁ ଅଧିକ କ୍ଷତି ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.