ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, NATO ଏବଂ କାନାଡ଼ା ପାଇଁ ଚୂଡ଼ାନ୍ତ ହେଲା ନୂତନ ଆମେରିକୀୟ ରାଷ୍ଟ୍ରଦୂତ

ୱାଶିଂଟନ୍, ୨୧।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । NATO ଏବଂ କାନାଡ଼ା ପାଇଁ ଚୂଡ଼ାନ୍ତ ହେଲା ନୂତନ ଆମେରିକୀୟ ରାଷ୍ଟ୍ରଦୂତ । ଚିନ୍ତାରେ ୟୁରୋପୀୟ ୟୁନିୟନ ଏବଂ ଟ୍ରୁଡୋ । ତାଙ୍କ ପ୍ରତି ବିଶ୍ୱସ୍ତ ରହିପାରୁଥିବା ବ୍ୟକ୍ତିଙ୍କ ନାଁ ଚୟନ କରିଛନ୍ତି ଟ୍ରମ୍ଫ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବା ପରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ନାଁ ଚୂଡ଼ାନ୍ତ ହୋଇଛି । 

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏହି ଦୁଇ ବ୍ୟକ୍ତି ଅତି ନିକଟତର । ତାଙ୍କ ପ୍ରତି ବିଶ୍ୱସ୍ତ ରହିପାରୁଥିବା ଭଳି ବ୍ୟକ୍ତିଙ୍କ ନାଁ ଚୟନ କରିଛନ୍ତି ଟ୍ରମ୍ଫ । ତେଣୁ ୟୁରୋପୀୟ ୟୁନିୟନ୍ ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଚିନ୍ତା ବୃଦ୍ଧି ପାଇବା ସ୍ୱାଭାବିକ । ଏହା ପୂର୍ବରୁ ଟ୍ରମ୍ପ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ନାମ ମଧ୍ୟ ଚୂଡ଼ାନ୍ତ କରିଥିଲେ । କାନାଡ଼ା ରାଷ୍ଟ୍ରଦୂତ ପାଇଁ ମନୋନିତ ହୋଇଥିବା ହୋକେଷ୍ଟ୍ରା କଂଗ୍ରେସ ମିଶିଗାନର ୨ୟ ଜିଲ୍ଳାକୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ । ଏହି ସମୟରେ ମଧ୍ୟରେ ସେ ଲୋକସଭାର ଗୁପ୍ତଚର କମିଟିର ସଦସ୍ୟ ଥିଲେ । 

ବୁଧବାର ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନରେ ଆମେରିକୀୟ ରାଷ୍ଟ୍ରଦୂତ ପାଇଁ କାର୍ଯ୍ୟନିର୍ବାହୀ ଆଟର୍ଣ୍ଣି ଜେନେରାଲ ମାଥ୍ୟୁ ଜୀ ହ୍ୱିଟେକରଙ୍କ ନାଁ ଘୋଷଣା କରିଥିଲେ । ଏହା ପରେ କାନାଡ଼ା ପାଇଁ ପୂର୍ବତନ ସାଂସଦ ପିଟ୍ ହୋକେଷ୍ଟ୍ରାଙ୍କୁ ମନୋନିତ କରିଥିଲେ । ଏହି ନାଁ ଘୋଷଣା ପରେ ୟୁରୋପୀୟ ୟୁନିୟନ୍ ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଚିନ୍ତା ବଢ଼ିଛି ।   

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.