ଗାଜା, ୨୧।୧୧: ଗାଜା ଉପରେ ଇସ୍ରାଏଲର ମରଣାନ୍ତକ ଆକ୍ରମଣ । ଉତ୍ତର ଗାଜାର ବେତ୍ ଲହିୟା ଓ ଶେଖ୍ ରାଦନାନ୍ଠାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି । ଦିନକରେ ଦୁଇ ଦୁଇଟି ଆକ୍ରମଣରେ ପ୍ରାଣ ହରାଇଛନ୍ତି ୮୮ ପାଲେଷ୍ଟେନିୟୀ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ । ଉତ୍ତର ଗାଜାର ବେତ ଲାହିୟା ଅବଦାନ ହସ୍ପିଟାଲ ନିକଟ ଏବଂ ଗାଜା ସିଟିକୁ କରାଯାଇଥିଲା ଟାର୍ଗେଟ ।
ଗାଜା ପଟ୍ଟିର ଅଲ ଜଜିରା ଅରବିର ଗଣମାଧ୍ୟମ ଅନୁସାରେ, ଉତ୍କର ଗାଜାରେ କମଲ ଅଦବାନ ଡାକ୍ତରଖାନା ପାଖରେ ବେତ ଲହିୟାଠାରେ ଇସ୍ରାଏଲୀ ହମାଲରେ ୬୬ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଗାଜା ସହରର ଆକ୍ରମଣରେ ମଧ୍ୟ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ତର୍ଜାତୀୟ ଗଣମଧ୍ୟମ ଅନୁସାରେ, ଏହି ଆକ୍ରମଣରେ ଅଧିକାଂଶ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି । ଉତ୍ତର ଗାଜା ଉପରେ ଇସ୍ରାଏଲର ହମଲା ପରେ ମୋଟ୍ ୮୮ ଫିଲିସ୍ତିନୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଉତ୍ତର ଗାଜାରେ ଥିବା କମଲ ଅଦବାନ ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବାନୁସାରେ, ଡାକ୍ତରଖାନାକୁ କୁପୋଷଣରେ ପୀଡ଼ିତ ୧୭ଟି ଶିଶୁ ଆସିଥିଲେ । ହସ୍ପିଟାଲକୁ ଗୋଳାବାରୁଦରେ ଆକ୍ରମଣ କରିବାରୁ ଚିକିତ୍ସା ପାଇଁ ସାମଗ୍ରୀ କମ୍ ଥିବାରୁ ଶିଶୁମାନଙ୍କ ଚିକିତ୍ସା ହୋଇପାରିନଥିଲା । ଲେବାନନର ସାର୍ବଜନିକ ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁସାରେ, ପୂର୍ବରୁ ଟାୟର ଉପରେ ଇସ୍ରାଏଲର ବୋମାବର୍ଷଣ ପରେ ପାଖାପାଖି ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଥିଲେ ।