ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ର ବିଚାରପତି ମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ସହ ହାମାସର ସାମରିକ କମାଣ୍ଡରଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି କି, ଏକ ପ୍ରି-ଟ୍ରାଏଲ ଚାମ୍ବର କୋର୍ଟର ଅଧିକାରକୁ ନେଇ ଇସ୍ରାଏଲର ଆହ୍ବାନକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଭ ଗାଲାଣ୍ଟଙ୍କ ପାଇଁ ୱାରେଣ୍ଟ ଜାରି କରିଛି । ଏଥି ସହ ମହମ୍ମଦ ଦେଫଙ୍କ ପାଇଁ ଏକ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା, ଯଦିଓ ଇସ୍ରାଏଲ ସୈନ୍ୟ କହିଛନ୍ତି ଯେ ଜୁଲାଇରେ ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ସେ ନୀହତ ହୋଇଛନ୍ତି ।
ଅଦାଲତ ଷ୍ଟଷ୍ଟ କରିଛନ୍ତି ଯେ, ଏହି ତିନି ଜଣ ଲୋକ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ସମୟରେ ଅପରାଧ ଏବଂ ମାନବିକତା ବିରୋଧରେ ଅପରାଧ ପାଇଁ “ଅପରାଧିକ ଦାୟିତ୍ୱ” ବହନ କରନ୍ତି । ତେବେ ଉଭୟ ଇସ୍ରାଏଲ ଏବଂ ହାମାସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଇସ୍ରାଏଲ୍ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଭିତ୍ତିଭୂମି ବିଷୟରେ ଆଲୋଚନା କରି ଅନ୍ତର୍ଜାତୀୟ ଅପରାଧିକ ଅଦାଲତ କହିଛନ୍ତି ଯେ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଭ ଗାଜାକୁ ଅନାହାର ଆଡକୁ ନେବାକୁ ଚାହୁଁଛନ୍ତି ବୋଲି ବିଶ୍ୱାସ କରିବା ପାଇଁ କୋର୍ଟ ଯୁକ୍ତିଯୁକ୍ତ କାରଣ ପାଇଛନ୍ତି । ତେଣୁ ଏଥିପାଇଁ କେବଳ ସେମାନଙ୍କୁ ଦାୟୀ କରାଯାଇଛି ।
ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥାପିତ ହୋଇଥିବା ସଂକଳ୍ପକୁ ଆମେରିକା ଭିଟୋ କରିଛି । ଏହି ପ୍ରସ୍ତାବ ଅନୁଯାୟୀ, ଗାଜାରେ ଯୁଦ୍ଧ ତୁରନ୍ତ, ବିନା ସର୍ତ୍ତରେ ଏବଂ ସ୍ଥାୟୀ ଭାବରେ ଶେଷ ହେବା ଉଚିତ୍ । ସମସ୍ତ ବନ୍ଧକଙ୍କୁ ତୁରନ୍ତ ଏବଂ ବିନା ସର୍ତ୍ତରେ ମୁକ୍ତ କରାଯିବା ଉଚିତ୍ । ସୁରକ୍ଷା ପରିଷଦର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ସପକ୍ଷରେ ମତ ଦେଇଛନ୍ତି।