ପ୍ରମୂଖ ଖବର
  • ମୋହନା : ୧୦୪ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • CHSE ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ, ୮୦ ରୁ ୨୪ ରଖିଲେ ହେବେ ପାସ୍‌
  • ||
  • ପ୍ରକାଶ ପାଇଲା OTET ରେଜଲ୍ଟ, ୱେବ୍‌ସାଇଟ୍‌ରେ ଦେଖି ପାରିବେ ପରୀକ୍ଷା ଫଳ
  • ||
  • ଲମତାପୁଟରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌, ୩୮ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • କରମଡ଼ିହି ଗଣହତ୍ୟା ମାମଲା, ୨୪ ଦିନ ପରେ ୭ ଅଭିଯୁକ୍ତ ଗିରଫ
  • ||
  • ରାତି ପାହିଲେ ପ୍ରଥମାଷ୍ଟମୀ, ହଳଦୀପତ୍ର ମହକୁଛି ବଜାର
  • ||
  • କୋରାପୁଟ: ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌: ୪ ମୃତ
  • ||
  • ଓଡ଼ିଶାର ୩ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର,ଆଜି ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କରାଯିବ
  • ||
  • ମୁଲୁଗୁରେ ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା
  • ||
  • ଓଡ଼ିଶା ପର୍ବ-୨୦୨୪: ନୂଆଦିଲ୍ଲୀରେ ଝଲସିବ ଓଡ଼ିଆ କଳା, ସଂସ୍କୃତି, ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ
  • ||
  • ଲମତାପୁଟ : ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବର୍ଡର-ଗାଭାସ୍କର ଟ୍ରଫି:ଅଷ୍ଟ୍ରେଲିଆଠୁ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ପେସରଙ୍କ ସ୍ୱର୍ଗରେ ବ୍ୟାଟରଙ୍କ ପାଇଁ ପରୀକ୍ଷା
  • ||

ପୁଟିନଙ୍କ ସହ ବନ୍ଧୁତା ନୁହେଁ, ଏହି କାରଣ ପାଇଁ ରୁଷ୍‌କୁ ସାହାଯ୍ୟ କରୁଛନ୍ତି କିମ୍ ଜୋଙ୍ଗ

ନୂଆଦିଲ୍ଲୀ  : ରୁଷ୍-ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କରୁଥିବା ଶାସକ କିମ୍‌ ଜୋଙ୍ଗଙ୍କର ଅସଲ ଉଦ୍ଦେଶ୍ୟ ଏବେ ଜଣାପଡ଼ିଛି। ପୁଟିନଙ୍କର ଗତ ଉତ୍ତର କୋରିଆ ଯାତ୍ରା ପର ଠାରୁ ରୁଷ୍‌ ଓ ଉତ୍ତର କୋରିଆ ମଧ୍ୟରେ ବନ୍ଧୁତା ଖୁବ୍‌ ଗଭୀର ହୋଇଥିଲା। ଉଭୟ ନେତା ଏକାଠି ବୁଲିବାର ମଧ୍ୟ ଦେଖା ଯାଇ ଥିଲା। ହେଲେ ଏବେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ରୁଷ୍‌କୁ ଯୁଦ୍ଧରେ ସାହାଯ୍ୟ କରିବା ବଦଳରେ ଉତ୍ତର କୋରିଆ ଏହା ପରିବର୍ତ୍ତେ ରୁଷ୍‌ର ଅଶୋଧିତ ତୈଳ ଚାହୁଁ ଥିଲା। ବାସ୍ତବିକ, ଏହା ଯେ , ବିଶ୍ୱରେ ଉତ୍ତର କୋରିଆ ଏକମାତ୍ର ଦେଶ, ଯାହାକୁ ଖୋଲା ବଜାରରେ ତୈଳ କିଣିବାକୁ ଅନୁମତି ନାହିଁ।

ବିବିସିର ରିପୋର୍ଟ ଅନୁସାରେ, ବ୍ରିଟେନ୍‌ର ଏକ ଏନଜିଓ  ସାଟେଲାଇଟ୍‌ ଫଟୋକୁ ଦର୍ଶାଇ ଦାବି କରାଯାଇଛି କି, ରୁଷ୍‌ ପକ୍ଷରୁ ନର୍ଥ କୋରିଆକୁ ଲଗାତାର ଅଶୋଧିତ ତୈଳ ପଠାଉଛି। ଚଳିତ ବର୍ଷ ମାର୍ଚ୍ଚରୁ ନେଇ ଏବେସୁଦ୍ଧା ମସ୍କୋ ୧୦ ଲକ୍ଷ ବ୍ୟାରେଲରୁ ଅଧିକ ତୈଳ ପ୍ୟୋଙ୍ଗୟାଙ୍ଗ ପଠାଇ ସାରିଛି। ବ୍ରିଟେନର ପ୍ରମୁଖ ବିଶେଷଜ୍ଞ ଓ ବିଦେଶ ସଚିବ ଡେଭିଡ୍‌ ଲେମୀଙ୍କ ଅନୁସାରେ, ରୁଷ ପକ୍ଷରୁ ପଠାଯାଉଥିବା ଅଶୋଧିତ ତୈଳ ସେହି ସୈନିକ ଓ ହତିଆରର ପେମେଣ୍ଟ , ଯାହା ଉତ୍ତର କୋରିଆ ଯୁଦ୍ଧକୁ ପଠାଇଛନ୍ତି। 

ସାଟେଲାଇଟ୍‌ ଫଟୋ ଅନୁସାରେ , ଉତ୍ତର କୋରିଆର ଜାହାଜ ଗତ ୮ ମାସରେ ୪୩ ଥର ରୁଷ୍‌ର ତୈଳ ଟର୍ମିନାଲର ଆଖପାଖରେ ନଜର ଆସିଛି। ସାଟେଲାଇଟ୍‌ ଫଟୋରୁ ଆହୁରି ମଧ୍ୟ ନଜର ଆସୁଛି ଯେ, ଉତ୍ତର କୋରିଆରୁ ଟ୍ୟାଙ୍କର ଖାଲି ଆସୁଛି ଏବଂ ଫେରିବା ବେଳେ ତୈଳ ଭର୍ତ୍ତି ହୋଇ ଯାଉ ଥିବାର ଦେଖା ଯାଉଛି। ରିପୋର୍ଟରେ କୁହାଯାଉଛି କି, ରୁଷ୍‌ର ଭିଷ୍ଟୋଚନ ପୋର୍ଟ ଯାଏ ଯିବା ଓ ଫେରିବା ବେଳେ ,ଉତ୍ତର କୋରିଆର ଜାହାଜ ନିଜର ଗତିବିଧିକୁ ଲୁଚାଇବା ପାଇଁ ନିଜର ଟ୍ରାକର୍ସକୁ ବନ୍ଦ ରଖିଥାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.