ପ୍ରମୂଖ ଖବର
  • ମୋହନା : ୧୦୪ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • CHSE ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ, ୮୦ ରୁ ୨୪ ରଖିଲେ ହେବେ ପାସ୍‌
  • ||
  • ପ୍ରକାଶ ପାଇଲା OTET ରେଜଲ୍ଟ, ୱେବ୍‌ସାଇଟ୍‌ରେ ଦେଖି ପାରିବେ ପରୀକ୍ଷା ଫଳ
  • ||
  • ଲମତାପୁଟରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌, ୩୮ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • କରମଡ଼ିହି ଗଣହତ୍ୟା ମାମଲା, ୨୪ ଦିନ ପରେ ୭ ଅଭିଯୁକ୍ତ ଗିରଫ
  • ||
  • ରାତି ପାହିଲେ ପ୍ରଥମାଷ୍ଟମୀ, ହଳଦୀପତ୍ର ମହକୁଛି ବଜାର
  • ||
  • କୋରାପୁଟ: ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌: ୪ ମୃତ
  • ||
  • ଓଡ଼ିଶାର ୩ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର,ଆଜି ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କରାଯିବ
  • ||
  • ମୁଲୁଗୁରେ ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା
  • ||
  • ଓଡ଼ିଶା ପର୍ବ-୨୦୨୪: ନୂଆଦିଲ୍ଲୀରେ ଝଲସିବ ଓଡ଼ିଆ କଳା, ସଂସ୍କୃତି, ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ
  • ||
  • ଲମତାପୁଟ : ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବର୍ଡର-ଗାଭାସ୍କର ଟ୍ରଫି:ଅଷ୍ଟ୍ରେଲିଆଠୁ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ପେସରଙ୍କ ସ୍ୱର୍ଗରେ ବ୍ୟାଟରଙ୍କ ପାଇଁ ପରୀକ୍ଷା
  • ||

ପାକିସ୍ତାନ ଭିକାରିଙ୍କ ଭବ୍ୟ ଭୋଜି ଆୟୋଜନ; ଦେଢ଼ କୋଟିର ଖର୍ଚ୍ଚ, ଆଇଟମ ଜାଣି ଆଶ୍ଚର୍ଯ୍ୟ ହେବେ

Image courtesy:- tv9marathi

ନୂଆଦିଲ୍ଲୀ : ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ କେଉଁଠି ନା କେଉଁଠି ଭିକାରି ମାନଙ୍କୁ ଦେଖିବା ସହ ସେମାନଙ୍କୁ ଆବଶ୍ୟକ ମୁତାବକ ସାହାଯ୍ୟ ମଧ୍ୟ କରୁଥିବେ । ତେବେ ଆପଣଙ୍କ ମନରେ ଏହା ପ୍ରଶ୍ନ ମଧ୍ୟ ଆସୁଥିବ ଯେ ଭିକ୍ଷାବୃତ୍ତିରୁ ଭିକାରିମାନେ ଏମିତି କେତେ ଆୟ କରୁଥିବେ । ତେବେ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଭାରତରେ ଏମିତି ଅନେକ ଭିକାରି ଅଛନ୍ତି ଯେଉଁମାନେ ଲକ୍ଷପତି ହେବା ସହ ଦିଲ୍ଲି, ମୁମ୍ବାଇ ଭଳି ବଡବଡ ସହର ମାନଙ୍କରେ ମଧ୍ୟ ସେମାନଙ୍କ ସମ୍ପତ୍ତି ରହିଛି । 

ପାକିସ୍ତାନରେ ମଧ୍ୟ ଏଇଭଳି ଜଣେ ଧନି ଭିକାରୀ ପରିବାରର କଥା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭୋକ ସହ ସଂଗ୍ରାମ କରୁଥିବା ପାକିସ୍ତାନର ୨୦,୦୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରି ଏବେ ଚର୍ଚ୍ଚାରେ ଏହି ଭିକାରି ପରିବାର । ଏହି ବିଶାଳ ଭୋଜିର ଭିଡିଓ ଭାଇରାଲ ହେଉଛି । 

ପାକିସ୍ତାନର ଗୁଜ୍ଜରନଓ୍ବାଲା ସହରରେ ଭିକ୍ଷାବୃତ୍ତି କରି ଚଳୁଥିବା ଏକ ଭିକାରି ପରିବାର ନିଜର ବୃଦ୍ଧ ଜେଜେମାଙ୍କ ମୃତ୍ୟୁର ୪୦ଦିନର କର୍ମ(ଚେହଲମ)ରେ ଏକ ଭବ୍ୟ ଭୋଜିର ଆୟୋଜନ କରିଥିଲେ । ଆଉ ଭୋଜି ଖାଇବାକୁ ଆସିଥିଲେ ୨୦,୦୦୦ରୁ ଅଧିକ ଲୋକ ।  ଯାଇତାଇ ନୁହେଁ, ପାକିସ୍ତାନର ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନର ଆୟୋଜନ ହୋଇଥିଲା । ମଟନ, ଚିକେନ ଓ ମାଛ ଆଦି କେତେ କଣ । ମଟନ ପାଇଁ ଭୋଜିରେ ୨୫୦ରୁ ଅଧିକ ଛେଳି ମରାଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭବ୍ୟ ଭୋଜି ଆୟୋଜନରେ ୧. ୨୫ କୋଟି ପାକିସ୍ତାନି ମୁଦ୍ରା ଖର୍ଚ୍ଚ ହୋଇଥିଲା ଯାହା ଭାରତୀୟ ମୁଦ୍ରାରେ ୪୦ଲକ୍ଷ ଟଙ୍କା ହେବ । ବିବାହ ଉତ୍ସବରେ ମଧ୍ୟ ଏତେ ଟଙ୍କା ଖର୍ଚ୍ଚ କରିବାକୁ ଧନୀ ଲୋକମାନେ ପଛଘୁଞ୍ଚା ଦେଇଥାନ୍ତି । 

ଏହି ଭବ୍ୟ ଭୋଜିର ଆୟୋଜନ ପାକିସ୍ତାନର ରହଓ୍ବାଲି ରେଳ ଷ୍ଟେସନ ନିକଟରେ ହୋଇଥିଲା । ଭୋଜିରେ ପାକିସ୍ତାନର ବିଭିନ୍ନ ଘରୋଇ ଖାଦ୍ୟ ସହ ବିରିୟାନି, କୋରମା, ମୁରବ୍ବା, ନାନ ମଟର ଗଞ୍ଜ ସାଙ୍ଗକୁ ବିଭିନ୍ନ ମଟନ ଆଇଟମ ମଧ୍ୟ ହୋଇଥିଲା । ଭୋଜିକୁ ଆସୁଥିବା ଲୋକ ମାନଙ୍କୁ ନବା ଆଣିବା କରିବା ପାଇଁ ପ୍ରାୟ ୨୦୦୦ ଭଳି ଗାଡିର ବ୍ୟବସ୍ତା କରାଯାଇଥିଲା ।  

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.