ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଖୁବଶୀଘ୍ର ଏହି ରାଜ୍ୟରେ ଲାଗୁ ହେବ UCC, ଘୋଷଣା ହେଲା କମିଟି

Published By : Ankita S | February 4, 2025 2:28 PM

ନୂଆଦିଲ୍ଲୀ,୦୪/୦୨: ଦେବଭୂମି ଉତ୍ତରାଖଣ୍ଡ ପରେ ଗୁଜୁରାଟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ସମାନ ନାଗରିକ ସଂହିତା (ୟୁସିସି) । ଏ ନେଇ ୫ ସଦସ୍ୟ ବିଶିଷ୍ଟ କମିଟି ଘୋଷଣା କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ଦେଶାଇ କିମିଟିର ଅଧ୍ୟକ୍ଷତା କରିବେ । ୟୁସିସି ଲାଗୁ ହେଲେ ଦେଶର ଦ୍ବିତୀୟ ରାଜ୍ୟ ହେବ ଗୁଜୁରାଟ ।

କମିଟି ଘୋଷଣା, ୪୫ଦିନରେ ଆସିବ ରିପୋର୍ଟ- ଗୁଜୁରାଟରେ ଖୁବଶୀଘ୍ର ୟୁସିସି ଲାଗୁ ନେଇ କମିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ । କମିଟିରେ ୫ ଜଣ ସଦସ୍ୟ ରହିଛନ୍ତି । ସେମାନେ ୟୁସିସି ଲାଗୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରିବେ । କମିଟିର ଅଧକ୍ଷତା କରିବେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ରଞ୍ଜନା ଦେଶାଇ । ୪୫ ଦିନରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି । ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ ।

ନିର୍ବାଚନୀ ଘୋଷଣାରେ ଥିଲା ସାମିଲ- ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ୨୦୨୨ ନିର୍ବାଚନ ଘୋଷଣାପତ୍ରରେ ସମାନ ନାଗରିକ ସଂହିତାକୁ ସାମିଲ କରିଥିଲା । ଏବେ କମିଟି ଗଠନ କରି ୟୁସିସି ସମ୍ବର୍ଦ୍ଧରେ ଜନତାଙ୍କ ପରାମର୍ଶ ମାରିବେ ସରକାର । ଏହା ପରେ କମିଟିର ନିର୍ଣ୍ଣୟ ଆଧାରରେ ୟୁସିସି ଲାଗୁ ହେବ । ସମାନ ନାରରିକ ସଂହିତାରେ ବ୍ୟକ୍ତିଗତ ଆଇନରେ ସବୁ ନାଗରିକଙ୍କ ଉପରେ ଲାଗୁ ହେବ । ସେ ଧର୍ମ ହେଉ କି ଲିଙ୍ଗ ସବୁଥିରେ ସମାନ ନିୟମ ରହିବ ।

ଏହା ବି ପଢନ୍ତୁ...ଏବେ ଘରେ ଲୁଚାଇ ପାରିବେନି ଲିଭ୍-ଇନ୍ ରିଲେସନ୍, ହଲାଲା- ବହୁ ବିବାହ ଉପରେ ରୋକ୍... ଜାଣନ୍ତୁ UCCରେ ବଦଳିବ କ'ଣ ?

ପ୍ରକାଶ ଥାଉ କି, ଗତ ଜାନୁଆରୀ ୨୭ ତାରଖରୁ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (UCC) ଲାଗୁ ହୋଇଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କରିଥିଲା ଉତ୍ତରାଖଣ୍ଡ । ଏହି ନିୟମ ଲାଗୁ ହେବା ପରେ ଲିଭ୍-ଇନ୍ ରିଲେସନ୍, ବିବାହ, ବହୁବିବାହ, ଛାଡ଼ପତ୍ର, ସମ୍ପତ୍ତିଗତ ଅଧିକାରରେ ବହୁ ନିୟମରେ ପରିବର୍ତ୍ତନ ହୋଇଥିଲା । ବିବାହ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବା ସହ ସବୁ ଧର୍ମରେ ଛାଡ଼ପତ୍ର ଆଇନ ସମାନ ହୋଇଛି । ବହୁବିବାହ ଏବଂ ହଲାଲା ପ୍ରଥା ବନ୍ଦ ହେବ । ଲିଭ୍-ଇନ୍ ରିଲେସନସିପ୍‌ରେ ରହିଲେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବା ଭଳି ନିୟମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.