ନୂଆଦିଲ୍ଲୀ,୨୨/୦୫:ଆମେରିକାର ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା। ୱାଶିଂଟନ ଡିସିରେ ଥିବା କ୍ୟାପିଟାଲ ଜିଉସ୍ ମ୍ୟୁଜିୟମ ନିକଟରେ ଏହି ଗୁଳିକାଣ୍ଡ ଘଟିଛି । ସେମାନଙ୍କ ଭିତରୁ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି। ସେପଟେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫଦାରୀ ସମୟରେ ସେ ପାଲେଷ୍ଟାଇନ ପାଇଁ ସ୍ଲୋଗାନ ଦେଇଥିବା ନେଇ ସୂଚନା ଦେଇଛନ୍ତି ହୋମଲ୍ୟାଣ୍ଡ ସିକ୍ୟୁରିଟି ସେକ୍ରେଟାରୀ କ୍ରିସ୍ତି ନୋଏମ।
ଏହି ପ୍ରସଙ୍ଗରେ ଇସ୍ରାଏଲୀ ଦୂତାବାସ ପ୍ରତିକ୍ରିୟା ଦେଇଛି । ତାଙ୍କ କହିବା ଅନୁଯାୟୀ, ଗୁଳିକାଣ୍ଡରେ ଦୁଇ ଜଣ ଦୂତାବାସ ଅଧିକାରୀ ପ୍ରାଣ ହରାଇଛନ୍ତି।ନ୍ୟୁଜ୍ ଏଜେନ୍ସି BNO ଅନୁଯାୟୀ, ୱାଶିଂଟନ୍ ଡିସିରେ ଗୁଳିବିନିମୟ ହୋଇଛି । ଏହି ଘଟଣାଟି ରାତି ପ୍ରାୟ ୯ଟା ୧୫ରେ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଆକ୍ରମଣରେ ମୃତ୍ୟୁବରଣ କରିଥିବା ଉଭୟ ବ୍ୟକ୍ତି ଇସ୍ରାଏଲୀ କୂଟନୀତିଜ୍ଞ ଥିଲେ । ଘଟଣାର ସମୀକ୍ଷା କରିଛନ୍ତି ଏଫବିଆଇ ନିର୍ଦ୍ଦେଶକ କାସ ପଟେଲ। ୱାଶିଂଟନରେ ଇହୁଦି ବିରୋଧୀ ଆତଙ୍କବାଦକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣାବେଳେ ସେଠାରେ ଇସ୍ରାଏଲ ରାଷ୍ଟ୍ରଦୂତ ନଥିଲେ।