ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଘେରିଲେ ଟ୍ରମ୍ପ୍‌, ହ୍ୱାଇଟ୍‌ ହାଉସ୍‌ରେ ଭିଡିଓ ଦେଖାଇ ବର୍ଷିଲେ

Published By : Prameya | May 22, 2025 10:27 AM

ୱାଶିଂଟନ,୨୨/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ୱାଇଟ୍‌ ହାଉସ୍‌ରେ ବୁଧବାର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍‌ ରାମାଫୋସାଙ୍କୁ ଜୋରଦାର ଘେରିଛନ୍ତି । ଦୁଇଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ବୈଠକ ବସିଥିଲା । କିନ୍ତୁ ଏଥିରୁ କୌଣସି ନିର୍ଯାସ ବାହାରି ନ ଥିଲା ।  ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ସେଭଳି କୌଣସି ବଡ଼ ନିଷ୍ପତ୍ତି ହୋଇନଥିଲା । ବୈଠକରେ ରାମାଫୋସା ଅଧିକ ସମୟ ଧରି ଚୁପ୍‌ଚାପ୍‌ ବସି ଟ୍ରମ୍ପ୍‌ଙ୍କ କଥା ଶୁଣିଥିଲେ । ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ଲୋକମାନଙ୍କୁ ବିଶେଷକରି ଶ୍ୱେତାଙ୍କ ଚାଷୀଙ୍କୁ ହତ୍ୟା କରାଯାଉଥିବା ନେଇ ଟ୍ରମ୍ପ୍‌ ଅଭିଯୋଗ କରିଥିଲେ ।  ପ୍ରମାଣସ୍ୱରୂପ ହ୍ୱାଇଟ୍‌ ହାଉସ୍‌ରେ ପ୍ରାୟ ୫ ମିନିଟ୍‌ର  ଭିଡିଓ ଦେଖାଯାଇଥିଲା ।

ଟ୍ରମ୍ପ୍‌ କହିଥିଲେ, ଏହି  ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ଆମ ପାଖରେ ହଜାର ହଜାର କାହାଣୀ ରହିଛି । ଡକ୍ୟୁମେଣ୍ଟାରି ବି  ଅଛି । ଏହାପରେ ଉକ୍ତ ଭିଡିଓକୁ ହ୍ୱାଇଟ୍‌ ହାଉସ୍‌ର ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା ।  ଭିଡିଓ ଦେଖିବା ପରେ ରାମାଫୋସା ଟ୍ରମ୍ପ୍‌ଙ୍କ ‘ହ୍ୱାଇଟ୍‌ ଜେନୋସାଇଡ୍‌’ (ଶ୍ୱେତାଙ୍ଗ ନରସଂହାର)  ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ ଦକ୍ଷିଣ ଆଫ୍ରିକାରେ ଏଭଳି କୌଣସି ଘଟଣା  ଘଟୁନାହିଁ । ଦେଶରେ କେବଳ ଶ୍ୱେତାଙ୍ଗ ଲୋକ  ପ୍ରାଣ ହରାଉ ନାହାନ୍ତି । କୃଷ୍ଣକାୟ ଲୋକଙ୍କୁ ବି ହତ୍ୟା  କରାଯାଉଛି । ବୈଠକରେ ଉପସ୍ଥିତ ଥିବା ଦକ୍ଷିଣ ଆଫ୍ରିକାର କୃଷି ମନ୍ତ୍ରୀ ଜନ୍‌ ଷ୍ଟିନ୍‌ହୁସେନ କହିଥିଲେ, ସରକାର ସମସ୍ତ ଚାଷୀଙ୍କୁ ସୁରକ୍ଷା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ଦେଶରେ କେବଳ ଶ୍ୱେତାଙ୍ଗ ଚାଷୀଙ୍କୁ ଟାର୍ଗେଟ୍‌ କରାଯିବା ଖବର ଭିତ୍ତିହୀନ । ଅଧିକାଂଶ ଚାଷୀ ଦେଶ ଛାଡ଼ିବାକୁ ଚାହୁଁନାହାନ୍ତି।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମାଫୋସା ବୁଧବାର  ବୈଠକରେ ବିଳମ୍ବରେ ଯୋଗଦେଇଥିଲେ । ସେ  ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ,  ଆମେରିକା-ଦକ୍ଷିଣ ଆଫ୍ରିକା ସମ୍ପର୍କକୁ ପୁନଃସ୍ଥାପନ  କରିବା ଉଦ୍ଦେଶ୍ୟରେ ସେ ଆସିଛନ୍ତି। ଟ୍ରମ୍ପ୍‌ଙ୍କ  ଅନୁରୋଧକ୍ରମେ ସେ ଗଲ୍ଫ କିମ୍ବଦନ୍ତୀ ଏର୍‌ନି ଏଲ୍‌ସ  ଓ ରେତିଫ୍‌ ଗୁସେନ୍‌ଙ୍କୁ ସାଙ୍ଗରେ ଆଣି ଆସିଥିଲେ ।  ଏମିତି କି ଟ୍ରମ୍ପ୍‌ଙ୍କୁ ସେ ୧୪ କିଲୋଗ୍ରାମ ଓଜନର  ଏକ ପୁସ୍ତକ ଉପହାର ଦେଇଥିଲେ । ଏଥିରେ ଦକ୍ଷିଣ  ଆଫ୍ରିକୀୟ ଗଲ୍ଫ କୋର୍ସ ବିଷୟରେ ଦର୍ଶାଯାଇଛି । କିନ୍ତୁ ରାମାଫୋସାଙ୍କୁ ଘେରିବା ଲାଗି ଟ୍ରମ୍ପ୍‌ ଯୋଜନାବଦ୍ଧ ଭାବେ  ଆସିଥିବା କୁହାଯାଉଛି । ଏଥିପାଇଁ ପୂର୍ବରୁ ଭିଡିଓ ପ୍ରସ୍ତୁତ ରହିଥିଲା । ବୈଠକ କକ୍ଷରେ ଏଲନ୍‌ ମସ୍କ ବି ଉପସ୍ଥିତ  ଥିଲେ । ଏହା ପୂର୍ବରୁ ଟ୍ରମ୍ପ୍‌ ହ୍ୱାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌  ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଜୋରଦାର  ଘେରିଥିଲେ । ଏହି ସମୟରେ ଆମେରିକାର  ଉପରାଷ୍ଟ୍ରପତି ଜେ ଡି ଭାନ୍ସ ବି ଉପସ୍ଥିତ ଥିଲେ ।  କିନ୍ତୁ ଛୋଟ ଦେଶର ରାଷ୍ଟ୍ରପତି ହୋଇଥିଲେ ହେଁ  ଜେଲେନସ୍କି ନରମ ପଡ଼ି ନ ଥିଲେ । ଟ୍ରମ୍ପ୍‌ ଓ ଭାନ୍ସଙ୍କୁ  ସେ କଡ଼ା ଜବାବ ଦେଇଥିଲେ । ଏ ନେଇ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.