ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଚୀନ୍ ଲଞ୍ଚ୍ କରିବାକୁ ଯାଉଛି ଡ୍ରୋନ୍ ମଦରସିପ୍ ‘ଜିୟୁ ଟିୟାନ’, ଭାରତର ‘ଭାର୍ଗବାସ୍ତ୍ର’ ଦେବ ଟକ୍କର

Published By : Prameya | May 22, 2025 5:20 PM

ନୂଆଦିଲ୍ଲୀ,୨୨।୫:  ଚୀନ୍ ଖୁବ୍ ଶୀଘ୍ର ନିଜର ଆଡଭାନ୍ସଡ ଡ୍ରୋନ୍ ‘ମଦରସିପ୍’ ଜିୟୁ ଟିୟାନ ଲଞ୍ଚ କରିବାକୁ ଯାଉଛି। ସରକାର ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଡ୍ରୋନ୍ ଜୁନ୍ ଶେଷ ପର୍ଯ୍ୟନ୍ତ ନିଜର ମିଶନ୍ ଫ୍ଲାଇଟ୍‌ରେ ରଖିବାକୁ ହେବ। ଏହି ମିଶନ୍ ସହ ଚୀନ୍ ଲମ୍ବା ଦୂରଗାମୀ ମାନବ ବିହୀନ ଉଡାଣ କ୍ଷମତା ବୃଦ୍ଧି କରିବାକୁ ଯାଉଛି। ତା ପୂର୍ବରୁ କିନ୍ତୁ ଭାରତ ନିଜର ସୁରକ୍ଷା ପ୍ରସ୍ତୁତିରେ କଡା ବାର୍ତ୍ତା ଦେଇ ‘ଭାର୍ଗବାସ୍ତ୍ର’ ନାମକ ନୂଆ କାଉଣ୍ଟର ଡ୍ରୋନ୍ ପ୍ରଣାଳିର ସଫଳ ପରୀକ୍ଷଣ କରିଥିଲା।  

ଚୀନ୍ ସରକାରୀ ମିଡିଆର କହିବା ଅନୁସାରେ, ଏହି ମାନବ ବିହୀନ ବିମାନ ନିଜର ପ୍ରଥମ ମିସନ୍ ଫ୍ଳାଇଟ୍ ଜୁନ୍‌ ଶେଷ ପର୍ଯ୍ୟନ୍ତ ପୂରଣ କରିବ। ‘ଜିୟୁ ଟିୟାନ’ର ଅର୍ଥ ‘ଉଚ୍ଚ ଆକାଶ’ ଓ ଏହାକୁ ଶାକ୍ସି ଅନମ୍ୟାନ୍‌ଡ୍ ଇକ୍ବିପମେଣ୍ଟ ଟେକ୍ନୋଲୋଜି ଦ୍ବାରା ବିକଶିତ କରାଯାଇଛି। ଏହି ୟୁଏଭି ନଭେମ୍ବର ୨୦୨୪ ରେ ଝୁହାଇ ଏୟାର ଶୋ’ରେ ପ୍ରଥମ ଥର ପ୍ରଦର୍ଶିତ ହୋଇଥିଲା।  

ଏହାର ରେଞ୍ଜ ୭୦୦୦ କିଲୋମିଟର ରହିଛି। ଏହାର ଉଡାଣ ଉଚ୍ଚତା ୧୫୦୦୦ ମିଟର ରହିଛି। ଅଧିକାଂଶ ଟେକ୍-ଅଫ୍ ଓଜନ ୧୬୦୦୦ କିଲୋଗ୍ରାମ୍‌ ରହିଛି। ପେଲୋଡ୍ କ୍ଷମତା ୬୦୦୦ କିଲୋଗ୍ରାମ୍ ରହିଛି। ଏହା ଏକାଠି ୧୦୦ ଡ୍ରୋନ୍‌ ଲଞ୍ଚ କରିବାର କ୍ଷମତା ରଖିଥାଏ। ଏହା କ୍ରୁଜ ଓ ପିଏଲ୍-୧୨ଇ ଏୟାର-ଟୁ-ଏୟାର ମିସାଇଲରେ ସଜ୍ଜିତ ଏହି ୟୁଏଭିର ସବୁଠାରୁ ଖାସ୍ କଥା ଏହା ଯେ, ମିଶନ୍ ଅନୁସାରେ, ଦ୍ରୁତ ଗତିରେ ବଦଳାଇ ହେବ। ତାହା ସୀମା ସୁରକ୍ଷା, ସମୁଦ୍ର ଉପରେ ନଜର ରଖିବା କିମ୍ବା ଏମର୍ଜନ୍ସିଂ ରେସଜ୍ୟୁ କିମ୍ବା ସାମରିକ ଅପରେସନ୍ ହେଉ। ଚୀନ୍‌ର ଏହି ପ୍ରସ୍ତୁତି ଭିତରେ ଭାରତ ମଧ୍ୟ ନିଜର ନୂଆ କାଉଣ୍ଟର ଡ୍ରୋନ୍   ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରି ଜବାବ୍ ଦେଇଛି। ଏହି ପରୀକ୍ଷଣ ଓଡିଶାର ଗୋପାଳପୁରରେ ଗତ ସପ୍ତାହରେ ହୋଇଥିଲା। 

‘ଭାର୍ଗବାସ୍ତ୍ର’ ଭାରତର ସ୍ବଦେଶୀ ବିକଶିତ ଏକ ବହୁସ୍ତରୀୟ କାଉଣ୍ଟର ଡ୍ରୋନ୍ ପ୍ରଣାଣୀ, ଯାହାକୁ ବିଶେଷ ଭାବରେ ଛୋଟ ଓ କମ ଉଚ୍ଚତାରେ ଉଡୁଥିବା ଡ୍ରୋନ୍‌କୁ ମାରିବାକୁ ଡିଜାଇନ୍ କରାଯାଇଛି। ଏହି କାଉଣ୍ଟର ଡୋନ୍ ପ୍ରଣାଳୀ ୬ରୁ ୧୦ କିଲୋମିଟର ଦୂରରେ ଡ୍ରୋନ୍‌କୁ ଆଟାକ୍ କରିପାରେ। ଏହାକୁ ଇଲୋକ୍ଟେ୍ରାନିକ୍ସ ଜେମିଂ କିମ୍ବା ହାର୍ଡ କିଲ୍‌ ଟେକ୍ନୋଲୋଜିରୁ ନିଷ୍କ୍ରିୟ କରାଯାଇପାରେ। ଏଥିରେ ଏଆଇ ଆଧାରିତ ଟ୍ରାକିଂ, ଆରଏଫ୍  ରିସିଭର, ଲେଜର ଡିଟେକ୍ସନ୍ ଓ ଇଣ୍ଟରସ୍ପେଶନ୍ ସିଷ୍ଟମ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ରହିଛି। ଭାରତର ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ ଦ୍ବାରା ବିକଶିତ ଏହି ପ୍ରଣାଳୀ ସୀମାବର୍ତ୍ତୀ କ୍ଷେତ୍ରରେ ଦ୍ରୁତ ଗତିରେ ମୁତୟନ କରାଯିବା ପାଇଁ ଉପଯୁକ୍ତ ବୋଲି ମନେ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.