ନୂଆଦିଲ୍ଲୀ,୨୨।୫: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍(ISS) ପାଇଁ ଆଉ ଏକ ଘରୋଇ ମହାକାଶ ମିଶନ୍ର ପ୍ରସ୍ତୁତି। ଆମେରିକୀୟ କମ୍ପାନୀ ଏକ୍ସିଓମ୍ ସ୍ପେସ୍ ନିଜର ଚତୁର୍ଥ ମିଶନ୍, Ax-4 କୁ ୮ ଜୁନ୍ ୨୦୨୫ ରୁ ଲଞ୍ଚ କରିବାକୁ ଯାଉଛି। ଏହି ମିଶନ୍ ସ୍ପେସ୍ଏକ୍ସର ଫାଲକନ୍ ୯ ରକେଟ୍ ଓ ନୂଆ ଡ୍ରାଗନ୍ ମହାକାଶ ଯାନରୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସକାଳ ୯ଟା ୧୧ ମିନିଟ୍ରେ ଉଡାଣ କରିବ। ଅର୍ଥାତ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ୪୧ ମିନିଟ୍ ପାଖାପାଖି।
ଏକ୍ସିଓମ୍ ସ୍ପେସ୍ ୨୧ ମଇରେ ଫ୍ଲାଇଟ୍ ରେଡିନେସ୍ ରିଭ୍ୟୁ ତିଆରି କରିଛି। ଏହି ରିଭ୍ୟୁରୁ ସ୍ପଷ୍ଟ ହୋଇଛି ଯେ, ସବୁ ସିଷ୍ଟମ ଓ କମର୍ଚାର ଲଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ଏକ୍ସିଓମ୍ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ରିସର୍ଚ୍ଚ କରିଥିବା ମିଶନ୍ ହେବ। ୧୪ ଦିନ ପର୍ଯ୍ୟନ୍ତ ଏହି ମିଶନ୍ରେ ଚାଳକ ଦଳ ୬୦ରୁ ଅଧିକ ବୈଜ୍ଞାନିକ ପ୍ରୟୋଗ ଓ ଗତିବିଧି କରିବେ। ''
ମିଶନ୍ର କମାଣ୍ଡର ହେବେ ଆମେରିକାର ପୂର୍ବତନ ନାସା ମହାକାଶ ଯାତ୍ରୀ ପେଗି ହଟସନ୍। ଏହା ତାଙ୍କର ପଞ୍ଚମ ମହାକାଶ ମିଶନ୍ ହେବ। ତାଙ୍କ ସହ ରହିବେ ଭାରତର ପାଇଲଟ୍ ଶୁଭାଶୁଂ ଶୁକ୍ଲା, ପୋଲାଣ୍ଡର ସ୍ଲାଭୋଶ ଉଜନସ୍କି( ୟୁରୋପୀୟ ସ୍ପେସ୍ ଏଜେନ୍ସିରୁ) ଓ ହଙ୍ଗେରୀର ଟିବୋର କପୁ। ଏହା ପ୍ରଥମ ଥର ହେବ, ଯେବେ ଭାରତ, ପୋଲାଣ୍ଡ ଓ ହଙ୍ଗେରୀ ମହାକାଶଯାତ୍ରୀ ଆଇଏସଏସ୍ ଯିବେ। ସ୍ପେସ୍ ଷ୍ଟେସନ୍କୁ ପହଁଞ୍ଚିଥିବା ପ୍ରଥମ ଭାରତୀୟ ହେବେ ଶୁଭାଂଶୁ ଶୁକ୍ଲା।
ଶୁଭାଶୁଂ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍। ଭାରତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଚୟନ କରାଯାଇଛି। ୪୦ ବର୍ଷ ପରେ ସେ ଦ୍ବିତୀୟ ଭାରତୀୟ ହେବେ, ଯିଏକି ମହାକାଶକୁ ଯିବେ। ଇସ୍ରୋର ପ୍ରୋଜେକ୍ଟ ଡାଇରେକ୍ଟର ସୁଦୀପ ବଲନ କହିଛନ୍ତି, ଏହି ମିଶନ୍ ଯୁବକଙ୍କୁ ମହାକାଶ ଟେକ୍ନୋଲୋଜି ପାଇଁ ପ୍ରେରିତ କରିବ। ଏହି ମିଶନ୍ରେ ୩୧ ଦେଶର ୬୦ ଟି ଏକ୍ସପେରିମେଣ୍ଟ ହେବ।