ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଦ କାରବାରକୁ ବିରୋଧ କରିବାରୁ ହତ୍ୟାକାଣ୍ଡ, ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କଲେ ଦୁଇ ଭାଇ

Published By : Harapriya Sethi | October 2, 2024 2:11 PM

ସୁନ୍ଦରଗଡ,୦୨/୧୦: ମଦ କାରବାରକୁ ବିରୋଧ କରିବାରୁ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କଲେ ଦୁଇ ଭାଇ । ହତ୍ୟାକାରୀ ସନବୋଧ ବୁଡା,ଭାଇ ଅଶୋକ ବୁଡା ଏବଂ ମୃତକ କରୁଣା ସିଂହ ବୋଲି ଜଣପଡ଼ିଛି । ସୁନ୍ଦରଗଡ ହେମଗିରି ଥାନା ଟାଙ୍ଗରଡିହି ଅଞ୍ଚଳରେ ଏଭଳି ଅମାନୁଷିକ ଘଟଣା ଘଟିଛି । 

ସୂଚନା ମୁତାବକ, ମଦକାରବାରକୁ ଅନେକ ଦିନ ଧରି ବିରୋଧ କରି ଆସୁଥିଲେ କରୁଣା ସିଂହ । ବୁଧବାର ସନବୋଧ ଏବଂ ଅଶୋକ ମୃତକ କରୁଣା ସିଂହ ସହ ଗଣ୍ଡଗୋଳ ଓ ମାରପିଟ କରୁଥିବାବେଳେ କରୁଣା ସିଂହ ଜୀବନ ବଞ୍ଚାଇ ନିଜ ଘର ଛାତ ଉପରକୁ ଦୌଡ଼ି ପଳାଇ ଥିଲେ । ପଛେ ପଛେ ସନବୋଧ ଓ ଅଶୋକ କରୁଣାଙ୍କ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ଘରେ ପଶି ଛାତକୁ ଚଢ଼ି କରୁଣାକୁ ଇଟାରେ ଛେଚି ହତ୍ୟା କରିଥିଲେ । ଏହା ଦେଖି କରୁଣାଙ୍କ ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ହେମଗିରି ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.