ଭୁବନେଶ୍ୱର,୨୬/୦୧: ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଏହି ଦୁର୍ଘଟଣାରେ ଭବାନୀପାଟଣା ଅଞ୍ଚଳର ୧୦ ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଇଟାମାଟି ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଖୋର୍ଦ୍ଧାରୁ ଡ୍ୟାନ୍ସ ପ୍ରୋଗ୍ରାମ୍ ସାରି ୧୪ ଜଣ ଯାତ୍ରୀ ଏକ ଟ୍ରକ୍ରେ ଫେରୁଥିଲେ । ଫେରିବା ବେଳେ ରାସ୍ତାରେ ଘନ କୁହୁଡ଼ି ଥିଲା । ଏହି ସମୟରେ ଡ୍ରାଇଭର୍ର ଆଖି ଲାଗି ଯାଇଥିଲା । ଫଳରେ ଟ୍ରକ୍ଟି ଆଉ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା । ଏହି ଦୁର୍ଘଟଣା ଫଳରେ ଗାଡ଼ିରେ ଥିବା ୧୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଏହା ସହ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଭୁବନେଶ୍ବର ସ୍ଥାନାନ୍ତର କରଛି ପୋଲିସ ।