ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ବିଦ୍ୟୁତ୍‌ ବିଲ୍‌କୁ ନେଇ ସମସ୍ୟାରେ ବାଂଲାଦେଶ ? ଭାରତର ଏହି ରାଜ୍ୟ ୧୩୫ କୋଟି ଟଙ୍କାର ବକେୟା ଭରିବାକୁ ଦେଲା ନିର୍ଦ୍ଦେଶ

Published By : Prameya | December 2, 2024 4:58 PM

ଅଗରତାଲା : ବାଂଲାଦେଶରେ ବ୍ୟାପିଥିବା ଅରାଜକତାର ପ୍ରଭାବ ଭାରତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧିକୁ କଣ୍ଟ୍ରୋଲ କରିବାରେ,ମହମ୍ମଦ ୟୁନୁସଙ୍କର ଅନ୍ତରୀଣ ସରକାର ଅସଫଳ ହେବାର ନଜର ଆସୁଛି। ଭାରତ ବାରମ୍ୱାର ଏହି ମାମଲାରେ ବାଂଲାଦେଶକୁ ସତର୍କ କରାଇଛି। କିନ୍ତୁ କୌଣସି ସକରାତ୍ମକ ପରିଣାମ ଆସି ନାହିଁ। ଏବେ ଭାରତ ମଧ୍ୟ ବାଂଲାଦେଶ ଠାରୁ ଦୃଢତାର ସହ ବର୍ତ୍ତିବାକୁ ନିଷ୍ପତ୍ତି ନେଇଛି। ତ୍ରିପୁରା ବାଂଲାଦେଶକୁ ୧୩୫ କୋଟି ଟଙ୍କାର ବକେୟା ଭରିବାର ଅଲ୍ଟିମେଟମ ଦେଇଛି। 

ଉଲ୍ଲେଖନୀୟ ଯେ, ଏନଟିପିସି ବିଦ୍ୟୁତ୍‌ ବ୍ୟାପାର ନିଗମ ଲିମିଟେଡ୍ ମାଧ୍ୟମରେ କରାଯାଇ ଥିବା ବିଦ୍ୟୁତ୍‌ ବ୍ୟାପାର ଚୁକ୍ତି ଅନୁସାରେ , ବାଂଲାଦେଶ ଉପରେ ତ୍ରିପୁରାର୧୩୫ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଟାଇମ୍ସ ଅଫ୍‌ ଇଣ୍ଡିଆ କହିଛି କି, ରାଜ୍ୟ ବକେୟା ରାଶିର ତତ୍କାଳ ଦେୟ ଭରିବାରୁ ଦାବି କରିଛି। ଏହା କୁହାଯାଉଛି ଯେ, ବାଂଲାଦେଶରେ ଭାରତ ବିରୋଧୀ ଗତିବିଧି ବୃଦ୍ଧି ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଚୁକ୍ତି ଅନୁସାରେ, ତ୍ରିପୁରା ବାଂଲାଦେଶକୁ ୧୬୦ ମେଗାୱାଟ ବିଦ୍ୟୁତ୍‌ ଦେଉଛି।

ତ୍ରିପୁରାର ବିଦ୍ୟୁତ୍‌ ମନ୍ତ୍ରୀ ରତନ ଲାଲ୍‌ ନାଥ ରବିବାର କହିଛନ୍ତି,୧୩୫ କୋଟି ଟଙ୍କା ବକେୟା ରହିଛି। ବାଂଲାଦେଶ ନିୟମିତ ଭାବେ ପେମେଣ୍ଟ କରି ଚାଲିଛି। ବିଦ୍ୟୁତ୍‌ର ପ୍ରତ୍ୟେକ ୟୁନିଟ୍‌ ପାଇଁ, ଆମେ ୬.୬୫ ଟଙ୍କା ଚାର୍ଜ କରୁଛୁ , ଯାହା ଘରୋଇ କନେକ୍ସନରୁ ମିଳୁଥିବା ଦର ତୁଳନାରେ ଖୁବ୍‌ କମ୍‌। ଏହା ପୂର୍ବରୁ ମଇ ୨୦୨୪ରେ ତ୍ରିପୁରା ରାଜ୍ୟ ବିଦ୍ୟୁତ୍‌ ନିଗମ ଲିମିଟେଡ୍‌ (ଟିଏସଇସିଏଲ) ବାଂଲାଦେଶ ବିଦ୍ୟୁତ୍‌ ବିକାଶ ବୋର୍ଡ (ବିପିଡିବି)କୁ ବିଦ୍ୟୁତ୍‌ର ସପ୍ଲାଇ ରୋକି ଦେଇ ଥିଲା, କାରଣ ସେ ସମୟାନୁସାରେ ଅର୍ଥ ଭରି ପାରୁ ନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.