ପ୍ରମୁଖ ଖବର
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଏମାନେ ଗାଈ ଗୋବରରେ ଦାନ୍ତ ଘଷନ୍ତି, ଗୋମୂତ୍ରରେ ଧୁଅନ୍ତି ମୁଣ୍ଡ; ଯୌତୁକରେ ଉପହାର ଦିଅନ୍ତି ଗାଈ

ନୂଆଦିଲ୍ଲୀ, ୧୮।୪: ଭାରତରେ ଏବେ ମଧ୍ୟ ଅନେକ ଜନଜାତି ଅଛନ୍ତି, ଯେଉଁମାନେ ସମାଜର ମୁଖ୍ୟସ୍ରୋତଠୁ ଖୁବ୍ ଦୂରରେ । ଏମାନଙ୍କ ମଧ୍ୟରୁ କିଛି ଜନଜାତିଙ୍କର ସଂସ୍କୃତି, ପରମ୍ପରା ଭିନ୍ନ ହୋଇଥିବା ବେଳେ କିଛି ଜନଜାତିଙ୍କ ପରମ୍ପରା ଅଜବ । ଠିକ୍ ସେହିପରି ଏକ ଆଦିବାସୀ ଜନଜାତି ହେଉଛନ୍ତି, ଆଫ୍ରିକାର ଦକ୍ଷିଣ ସୁଦାନରେ ରହୁଥିବା ମୁଣ୍ଡାରୀ ଜନଜାତି । ଏହି ଜନଜାତିଙ୍କ ପାଇଁ ଗାଈ କେବଳ ପଶୁ ନୁହେଁ ବରଂ ସେମାନଙ୍କ ଜୀବନ । ଯଦି କେହି ନିଜ ଗାଈକୁ ନେଇ ଥଟ୍ଟା କରନ୍ତି ତେବେ ସେମାନେ ତାକୁ ଦଣ୍ଡ ଦିଅନ୍ତି । ଏହି ଜନଜାତିର ବିଶେଷତ୍ୱ ହେଉଛି ଯେ, ସେମାନେ ଗୋରୁମାନଙ୍କୁ ସେମାନଙ୍କର ସବୁକିଛି ବୋଲି ଭାବନ୍ତି । ଗାଈଗୋରୁଙ୍କ ଉପରେ ଏମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଯେହେତୁ ଏହା ସେମାନଙ୍କର ଆୟର ମୁଖ୍ୟ ଉତ୍ସ, ତେଣୁ ସେମାନେ ପାଳିଥିବା ଗାଈ ପାଇଁ ସବୁ ପ୍ରକାର ସୁବିଧା କରିଥାନ୍ତି ।

ଏମାନେ ଗାଈଗୋରୁଙ୍କୁ ଏତେ ଭଲପାନ୍ତି ଯେ, ଗାଈ ରାତିରେ ଶୋଇଥିବା ବେଳେ ଏହି ଜନଜାତିର ଲୋକେ ବନ୍ଧୁକ ଧରି ପହରା ଦେଇଥାଆନ୍ତି । ଏଭଳି କରି ସେମାନେ ନିଜ ପାଳିତ ଗାଈମାନଙ୍କୁ ସୁରକ୍ଷା ଦେଇଥାଆନ୍ତି । ତେବେ ସାଧାରଣତଃ ଆମେ ମୁହଁରେ ପାଉଡର ବ୍ୟବହାର କରାଯାଉଥିବା ବେଳେ ମୁଣ୍ଡ ସଫା ପାଇଁ ଶାମ୍ପୁର ବ୍ୟବହାର କରାଯାଏ । କିନ୍ତୁ, ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଜନଜାତିର ଲୋକେ ଗୋମୂତ୍ରରେ ମୁଣ୍ଡ ଧୋଇଥାନ୍ତି । ମୁଣ୍ଡାରି ଜନଜାତିର ଲୋକେ ଗୋମୂତ୍ରରେ ମୁଣ୍ଡ ଧୋଉଥିବାରୁ ଏଥିରେ ଥିବା ୟୁରିକ୍ ଏସିଡ୍ ହେତୁ ସେମାନଙ୍କ କେଶ ରଙ୍ଗିନ୍ ହୋଇଯାଏ । ଗାଈର ଗୋବରରେ ଦାନ୍ତ ସଫା କରନ୍ତି ଓ ଏହାକୁ ପାଉଡର ଆକାରରେ ମଧ୍ୟ ବ୍ୟବହାର କରନ୍ତି । ଏହି ଜନଜାତିର ଏହି ଲୋକମାନଙ୍କ ପାଇଁ ଗାଈ ସେମାନଙ୍କ ପରିବାର ସଦସ୍ୟ ପରି । ସେମାନେ ଆଦୌ ସେମାନଙ୍କଠାରୁ ଦୂରରେ ରହିବାକୁ ଚାହାଁନ୍ତି ନାହିଁ । ସେମାନେ ଗାଈମାନଙ୍କୁ ଏତେ ଖାଇବାକୁ ଦିଅନ୍ତି ଯେ ଗାଈମାନଙ୍କର ଉଚ୍ଚତା ୮ ଫୁଟ୍ ପର୍ଯ୍ୟନ୍ତ ହୋଇଥାଏ । 

ତେବେ ସବୁଠୁ ଭାରୀ ଗୋରୁମାନଙ୍କ ହାରାହାରି ମୂଲ୍ୟ ପ୍ରାୟ ୪୨ ହଜାର ଟଙ୍କା । ସବୁଠୁ ବଡ଼ କଥା ହେଉଛି ସେମାନଙ୍କୁ ହତ୍ୟା କରାଯାଏ ନାହିଁ କିନ୍ତୁ, ଏହା ଯୌତୁକ କିମ୍ବା ଉପହାର ଭାବେ ଦିଆଯାଏ । ମୁଣ୍ଡାରି ଲୋକମାନେ ଦିନକୁ ଦୁଇଥର ସେମାନଙ୍କ ଗୋରୁକୁ ମାଲିସ୍ କରନ୍ତି ଏବଂ ଗାଈ ଏମାନଙ୍କ ପ୍ରିୟ ପଶୁ ହୋଇଥିବାରୁ ଅନେକ ସମୟରେ ତାଙ୍କ ସହ ଶୋଇଥା’ନ୍ତି । ଗାଈ ତାଙ୍କର ଷ୍ଟାଟସ୍‌ ସିମ୍ବଲ । ମୁଣ୍ଡାରି ଜନଜାତି ବିବାହରେ ଗାଈଗୋରୁମାନଙ୍କୁ ଯୌତୁକ ଆକାରେ ଦିଆଯାଏ । ଆଣ୍ଟିବାୟୋଟିକ୍‌ଠାରୁ ଆରମ୍ଭ କରି ମଶାରୁ ରକ୍ଷା ପାଇବା ପାଇଁ ଏମାନେ ଗାଈର ଗୋବର ଏବଂ ଗୋମୂତ୍ରକୁ ଆଣ୍ଟିବାୟୋଟିକ୍‌ ଭାବରେ ବ୍ୟବହାର କରନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.