ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବଞ୍ଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର, ସୂଚନା ଦେଲା ଆମେରିକା ପୋଲିସ

ନୂଆଦିଲ୍ଲୀ:  ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାର୍ ମୃତ୍ୟୁ ଖବର ମିଛ ବୋଲି ଆମେରିକା ପୋଲିସ ସୂଚନା ଦେଇଛି। କାଲିଫର୍ଣ୍ଣିଆ ଗୁଳିମାଡ଼ ଘଟଣାରେ ଗୋଲ୍ଡି ବ୍ରାରର ମୃତ୍ୟୁ ଘଟିଥିବା ଖବରକୁ ଖଣ୍ଡନ କରିଛି ଆମେରିକା ପୋଲିସ। ଆମେରିକା ପୋଲିସ କହିଛି ଯେ, ମିଥ୍ୟା ଖବର ଚର୍ଚ୍ଚା ହେଉଛି । ଗୁଳିମାଡ଼ରେ ଗୋଲ୍ଡି ବ୍ରାରର ମୃତ୍ୟୁ ହୋଇନାହିଁ ।

ଗତକାଲି କାଲିଫର୍ଣ୍ଣିଆ ଫ୍ରେସ୍ନୋର ଫେୟାରମୋଣ୍ଟ ଏବଂ ହୋଲ୍ଟ ଆଭେନ୍ୟୁରେ ଦୁଇ ଜଣଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତକ ଜଣକ ଗୋଲ୍ଡି ବ୍ରାର ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ଖବର ପ୍ରସାରଣ କରିଥିଲେ । କିନ୍ତୁ ଆମେରିକା ପୋଲିସ ଗୋଲ୍ଡିର ମୃତ୍ୟୁ ଖବରକୁ ଖଣ୍ଡନ କରିଛି । ଫ୍ରେସ୍ନୋ ପୋଲିସ କହିଛି ଯେ, ଗୋଲ୍ଡି ବ୍ରାର ମୃତ୍ୟୁ ହୋଇନାହିଁ। 

ସୋସିଆଲ ମଡିଆରେ ମିଥ୍ୟା ଖବର ପ୍ରସାରିତ ହେଉଛି। କିଏ ଏପରି ଗୁଜବ ସୃଷ୍ଟି କରିଛି ତାହା  ଜଣାନାହିଁ, କିନ୍ତୁ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରସାରିତ  ହୋଇଛି । କାଲିଫର୍ଣ୍ଣିଆ ଗୁଳିକାଣ୍ଡରେ ଗୋଲ୍ଡି ବ୍ରାରର ମୃତ୍ୟୁ ହୋଇନାହିଁ ବୋଲି ଆମେରିକା ପୋଲିସ ସ୍ପଷ୍ଟ କରିଛି । ସତୀନ୍ଦରଜିତ୍ ସିଂହ ଓରଫ ଗୋଲ୍ଡି ବ୍ରାର କୁଖ୍ୟାତ ଅପରାଧୀ ଭାବେ ଜଣାଶୁଣା । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ତାକୁ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି । ସେ ଗ୍ୟାଙ୍ଗଷ୍ଟର୍ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ । 

ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିବା ପରେ ଚର୍ଚ୍ଚାକୁ ଆସିଥିଲା ଗୋଲ୍ଡି। ତା ବିରୋଧରେ ପୂର୍ବରୁ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି। ଗୋଲ୍ଡି ବ୍ରାର୍‌ ହେଉଛି ସେହି ଅଭିଯୁକ୍ତ ଯିଏ ପଞ୍ଜାବୀ ରାପର୍ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା, ଗୋଲ୍ଡି ହେଉଛି ସେହି ଅପରାଧୀ ଯିଏ ଆମେରିକାରେ ବସି ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ସେ ଆମେରିକାରେ ରହି ଭାରତରେ ଚଲାଇଥିଲା ଗ୍ୟାଙ୍ଗ୍। ଗ୍ୟାଙ୍ଗଷ୍ଟର୍ ଲରେନସ ବିଷ୍ଣୋୟୀର ବେଶ୍ ନିକଟତର ଓ ଆମେରିକାରେ ଗୋଲ୍ଡି ହିଁ ବିଷ୍ଣୋୟୀ ଗ୍ୟାଙ୍ଗ ସମ୍ଭାଳୁଥିଲା । ଗତକାଲି ତାର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆମେରିକା ପୋଲିସ ସେ ଜୀବିତ ଥିବା କହିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.