ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଚନ୍ଦ୍ରପୃଷ୍ଠରେ ଆଶାଠାରୁ ୫ ରୁ ୮ ଗୁଣା ଅଧିକ ପାଣି, ଇସ୍ରୋ ବୈଜ୍ଞାନିକଙ୍କ ନୂଆ ଷ୍ଟଡି

ନୂଆଦିଲ୍ଲୀ,୨।୫: ଚନ୍ଦ୍ର ପୃଷ୍ଠରେ ରହଛି ଆଶାଠାରୁ ଅଧକ ପାଣି। ତେବେ ଏହା ବରଫ ଆକାରରେ ଚଟାଣ ତଳେ ରହିଛ। ଏହାର ବ୍ୟବହାର  ଚନ୍ଦ୍ରରେ ବସତି ପାଇଁ ବ୍ୟବହାର ହୋଇପାରେ। ଏହାର ଖୁଲାସା ଇସ୍ରୋ ପକ୍ଷରୁ କରାଯାଇଛି। ଇସ୍ରୋର ସ୍ପେସ୍‌ ଆପ୍ଲିକେସନ୍ ସେଣ୍ଟର, ଆଇଆଇଟି  କାନପୁର, ୟୁନିଭର୍ସିଟି ଅଫ ସଦର୍ଣ୍ଣ କାର୍ଲିଫର୍ଣ୍ଣିଆ, ଜେଟ୍ ପ୍ରୋପୋଲେସନ୍ ଲାବୋରେଟରୀ ଓ ଆଇଆଇଟି-ଆଇଏସ୍ଏମ୍ ଧନବାଦର ବୈଜ୍ଞାନିକ ଏକାଠି ମିଶି ଏହି ଷ୍ଟଡି କରିଛନ୍ତି। 

ନୂଆ ଷ୍ଟଡିରେ ଏହି ଖୁଲାସା ହୋଇଛି ଯେ,ଚନ୍ଦ୍ରର ମାଟି ଅର୍ଥାତ ଏହାର ପୃଷ୍ଠାଠାରୁ ପ୍ରାୟ ୨-୪ ମିଟର ତଳେ ଆଶାଠାରୁ ଅଧିକ ବରଫ ରହିଛି। ପୂର୍ବ ଅନୁମାନ ତୁଳନାରେ ୫ ରୁ ୮ ଗୁଣା ଅଧିକ ବରଫ ରହିଛି।  ଏହି ବରଫ ଚନ୍ଦ୍ରର ଦକ୍ଷିଣ ମେରୁରେ ରହିଛି। ତେଣୁ ଡ୍ରିଲିଂ କରି ବରଫ ଖୋଜା ଯାଇପାରେ। ଫଳରେ ଭବିଷ୍ୟତରେ ଦୀର୍ଘ ସମୟ ପାଇଁ ମଣିଷ ଚନ୍ଦ୍ରରେ ରହିପାରିବ। ଏହାଦ୍ବାରା ଦୁନିଆର ବହୁ ସ୍ପେସ୍ ଏଜେନ୍ସିକୁ ଲାଭ ମିଳିବ।

ଇସ୍ରୋର କହିବା ଅନୁସାରେ,  ଚନ୍ଦ୍ରର ଉତ୍ତର ମେରୁରେ ଦକ୍ଷିଣ ମେରୁ ତୁଳନାରେ ଦୁଇଗୁଣା ଅଧିକ ବରଫ ରହିଛି। ଚନ୍ଦ୍ରର ମେରୁକୁ ଏହି ବରଫ କେଉଁଠୁ ଆସିଲା ? ଏହାର ଉତ୍ତରରେ ଇସ୍ରୋ କହିଛି, ଏହି ଇମ୍ବ୍ରିୟନ କାଳର ମାମଲା। ସେତେବେଳେ ଚନ୍ଦ୍ର ତିଆରି ହୋଇଥିଲା। ଭାଲକୋନିଜମ୍ ଅର୍ଥାତ ଜ୍ବାଳାମୁଖୀ ଗତିବିଧିରୁ ବାହାରୁଥିବା ଗ୍ୟାସ୍ ଲକ୍ଷାଧିକ ବର୍ଷ ହେବ ଧିରେ ଧିରେ ପୃଥିବୀ ତଳେ ବରଫ ରୂପରେ ଜମା ହେଇ ଚାଲିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.