ପ୍ରମୁଖ ଖବର
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଯବାନଙ୍କ ଗୁଳିଚାଳନାରେ ଅନୁପ୍ରବେଶକାରୀ ନିହତ, ଜମ୍ମୁକାଶ୍ମୀର ସୀମା ପାର୍ ହେଉଥିଲେ

ଶ୍ରୀନଗର, ୨।୫: ଜମ୍ମୁକାଶ୍ମୀର ସାମୀରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା । ବୁଧବାର ସାମ୍ୱା ଜିଲ୍ଲାର ଅନ୍ତରାଷ୍ଟ୍ରୀୟ ସାମୀଠାରେ ବିଏସ୍‌ଏଫ୍ ଯବାନଙ୍କ ଦ୍ୱାରା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଥିବା ଜଣାପଡ଼ିଛି । ବୁଧବାର ସନ୍ଧ୍ୟା ୮ ଟା ୨୦ ସମୟରେ ବିଏସ୍ଏଫ୍ ଯବାନମାନେ ସାମ୍ୱା ଜିଲ୍ଲାଠାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ସୀମା ପାର୍ କରୁଥିବାର ଦେଖିଥିଲେ । ବ୍ୟକ୍ତି ଜଣକ ପାକିସ୍ତାନୀ ଅନୁପ୍ରବେଶକାରୀ ବୋଲି ଜାଣିବାକୁ ପାଇଲେ । ସୈନିକଙ୍କ ଗୁଳି ଚାଳନାରେ ଅନୁପ୍ରବେଶକାରୀ ଜଣକ ପ୍ରାଣ ହରାଇଥିଲେ । 

ଅଧିକାରୀଙ୍କ ସୂଚନା ମୁତାବକ, ସୀମାବର୍ତ୍ତୀ ଅଞ୍ଚଳ ଚୌକି ରିଗଲଠାରେ ଏହି ଗୁଳି ଚାଳନା କରାଯାଇଥିଲା । ଘଟଣାସ୍ଥଳରେ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆଖପାଖ ଅଞ୍ଚଳକୁ କଡ଼ା ସୁରକ୍ଷା ବଳରେ ରଖାଯାଇଛି । ଗତ କିଛି ମାସ ହେବ ଜମ୍ମୁ-କାଶ୍ମୀର ସାମୀବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିିନିମୟ ହେଉଥିବାର ଦେଖାଦେଉଛି । ତେବେ ଏହା ପୂର୍ବରୁ ୨୬ ଏପ୍ରିଲ୍ ବାରାମୁଲା ଜିଲ୍ଲାର ସୋପେର ଅଞ୍ଚଳରେ ରାତିସାରା ଚାଲୁଥିବା ଅପରେସନ୍‌ରେ ସୁରକ୍ଷାକର୍ମୀମାନେ ୨ ଆତଙ୍କବାଦୀଙ୍କୁ ନିହତ କରିଥିଲେ । 


 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.