ମାଲକାନଗିରି,୮/୧୦ : ଦିନକୁ ଦିନ ପନିପରିବା ଦର ଆକାଶ ଛୁଆଁ ହେବାକୁ ବସିଲାଣି । ଟମାଟ ଦର ବୃଦ୍ଧି ପାଇଁ କେଜି ୧୦୦ଟଙ୍କା ହିସାବରେ ବିକ୍ରି ହେଉଛି । ଠିକ ସେହିପରି ଫୁଲ କୋବି ୧୦୦, ଭେଣ୍ଡି ୭୦, କାଙ୍କଡ଼ ୧୨୦, ବାଇଗଣ ୬୦, ଜହ୍ନି ୬୦, କୁନ୍ଦୁରି ୫୦, ପୋଟଳ ୮୦ଟଙ୍କା ଲେଖା ବିକ୍ରି ହେଉଛି । ପୂର୍ବରୁ ପିଆଜ କେଜି ପ୍ରତି ୨୫ରୁ ୩୦ଟଙ୍କା ଥିବାବେଳେ ଏବେ ୫୦ରୁ ୬୦ଟଙ୍କା ହୋଇଛି।
ଠିକ୍ ସେହିପରି ରସୁଣ କେଜି ପୂର୍ବରୁ ୧୫୦ରୁ ୨୦୦ଟଙ୍କା ଥବାବେଳେ ଏବେ ୩୦୦ଟଙ୍କାରେ ବିକ୍ରି ହେଉଛି। ଗ୍ରାହକ ମାନେ ଏହି ସବୁ ସାମଗ୍ରୀ କିଣିବା ପାଇଁ ଭାବିବାକୁ ପଡୁଛି । ଯେଉଁମାନେ ୨ରୁ ୩ କେଜି ଲେଖା କିଣୁଥିଲେ ଏବେ ଅଧ୍ୟା କେଜି କିଣିବାକୁ ଡରୁଛନ୍ତି ।
ପୂର୍ବରୁ ଆଳୁ କେଜି ୨୨ରୁ ୨୫ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ କେଜି ପ୍ରତି ୩୫ ରୁ ୪୦ଟଙ୍କାରେ ବିକ୍ରି ହେଉଛି। ହଠାତ୍ ଏହି ସବୁ ସାମଗ୍ରୀ ଗୁଡିକର ଦର ଆକାଶ ଛୁଆଁ ହୋଇଥିବାରୁ ସାଧାରଣ ଖାଉଟିମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି ।